• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ପାଠପଢ଼ା ହେଉ କିମ୍ବା ଚାକିରି ହେଉ ଲୋକେ ଘର ଭଡ଼ାରେ ନେଉଛନ୍ତି । ହେଲେ ଭଡ଼ାରେ ନେବା ପୂର୍ବରୁ ଅନେକ ଜିନିଷ ଜାଣିବା ଜରୁରୀ । ଭଡ଼ାରେ ଘର ନେବା ସମୟରେ ଚୁକ୍ତି (Rent Agreement) କରିବାକୁ ପଡ଼େ । ଏଥିରେ ଭଡା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରକାରର ସୂଚନା ଉଲ୍ଲେଖ ରହିଥାଏ । ତେବେ Rent Agreement କେବଳ ୧୧ ମାସ ପାଇଁ କରାଯାଇଥାଏ । ଆପଣ ଯଦି ଭଡା ଘରେ ରହୁଛନ୍ତି କିମ୍ବା ରହିଛନ୍ତି, ତେବେ ଆପଣ ଜାଣିଥିବେ, ଏହି ଚୁକ୍ତି କେବଳ ୧୧ ମାସ ପାଇଁ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ?

ଅଧିକ ପଢ଼ନ୍ତୁ: ଏତେ ଉଚ୍ଚରେ କାହିଁକି ଉଡେ ବିମାନ ? କ’ଣ ଏହାର କାରଣ ?

ଭାରତୀୟ ପଞ୍ଜୀକରଣ ଅଧିନିୟମ, ୧୯୦୮ର ଧାରା ୧୭(d) ଅନୁଯାୟୀ ଘର ରେଜିଷ୍ଟ୍ରେସନ୍‌ କରିବା ପାଇଁ ଏକ ବର୍ଷରୁ କମ୍ ସମୟ ପାଇଁ Rent Agreement କିମ୍ବା Lease Agreement କରିବା ବାଧ୍ୟତାମୂଳକ ନୁହେଁ । ଏହାର ଅର୍ଥ ୧୨ ମାସରୁ କମ୍‌ ଅବଧି ପାଇଁ ଆପଣ ବିନା ରେଜିଷ୍ଟ୍ରେସନରେ ହିଁ Rent Agreement ପାଇଁ କରିପାରିବେ ।

ରେଣ୍ଟ ଟେନାନ୍ସିସି ଆକ୍ଟରେ, ଭଡା ସମ୍ବନ୍ଧରେ ବିବାଦ ଥିଲେ କିମ୍ବା ମାମଲା କୋର୍ଟକୁ ଗଲେ, ଭଡ଼ା ଟଙ୍କା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ କୋର୍ଟ । ଫଳରେ ଘର ମାଲିକ ଭଡ଼ାଟିଆଙ୍କ ଠାରୁ ଅଧିକ ଭଡା ଆଦାୟ କରିପାରିବେ ନାହିଁ ।

ଏହା ବ୍ୟତୀତ ୧୧ ମାସ ପାଇଁ Rent Agreement କରିବାର ମୁଖ୍ୟ କାରଣ ହେଉଛି ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଶୁଳ୍କରୁ ଦୂରେଇ ରହିବା । କାରଣ ଏକ ବର୍ଷରୁ କମ୍‌ ଅବଧି ପାଇଁ ଯଦି Rent Agreement ହୋଇଥାଏ, ତେବେ ଏଥିରେ ଦିଆଯିବାକୁ ଥିବା ଷ୍ଟାମ୍ପ ଡ୍ୟୁଟି ବାଧ୍ୟତାମୂଳକ ନୁହେଁ । ୧୧ ମାସର ଭଡା ଚୁକ୍ତି ଘର ମାଲିକଙ୍କ ପକ୍ଷରେ ହୁଏ । Rent Agreement ଶୁଳ୍କ ଭଡ଼ାଟିଆଙ୍କୁ ଦେବାକୁ ପଡ଼େ ।

୧୧ ମାସ ପାଇଁ ନୋଟାରୀ Rent Agreementର ଡ୍ରାପ୍ଟ ପ୍ରସ୍ତୁତ କରିବା ଆଇନଗତ ବୈଧ ଅଟେ । କୌଣସି ବିବାଦ ଉପୁଜିଲେ, ଏହି ଚୁକ୍ତିନାମାଗୁଡିକ ପ୍ରମାଣ ଭାବରେ ବ୍ୟବହାର କରାଯାଇ ପାରିବ । ଏହିପରି ଭଡା ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ୧୦୦ କିମ୍ବା ୨୦୦ଟଙ୍କା ଷ୍ଟାମ୍ପ ପେପରର ଉପଯୋଗ କରାଯାଇଥାଏ ।