/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678887517.jpg)
Bengaluru custom officials seize gold biscuits worth over Rs 79L, arrest smuggler
ସକ୍ରିୟ ହେଉଛନ୍ତି ଚାଲାଣକାରୀ । ବିଭିନ୍ନ ମୂଲ୍ୟବାନ ଜିନିଷ କରୁଛନ୍ତି ଚାଲାଣ । ନିକଟ ଓ ଅତୀତରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ପୁଣି ଅଭିନବ ଉପାୟରେ ସୁନା ବିସ୍କୁଟ ଚାଲାଣ କରାଯାଉଥିବା ନଜରକୁ ଆସିଛି । ସ୍ଲିପର ଭିତରୁ ସୁନା ବିସ୍କୁଟ ଜବତ କରାଯାଇଛି ।
ଗୋଟି ଗୋଟି କରି ସୁନା ବିସ୍କୁଟକୁ ଚପଲ ଭିତରୁ ବାହାର କରାଯାଇଛି । ଚପଲକୁ ଏଭଳି ଭାବେ ତିଆରି କରାଯାଇଛି ଯେ, ବାହାରୁ ଦେଖିଲେ କାହାକୁ ଅନୁମାନ ବି ହୋଇପାରିବନି କି ଏଥିରେ ସୁନା ଅଛି ବୋଲି । ବ୍ୟାଙ୍ଗକଙ୍ଗରୁ ବେଙ୍ଗାଲୁରୁକୁ ଆସିଥିବା ଜଣେ ଯାତ୍ରୀଙ୍କ ପାଖରୁ ଏହି ଚପଲ ଜବତ ହୋଇଛି ।
ସବୁଠୁ ବଡ଼ କଥା ହେଉଛି ଜବତ ହୋଇଥିବା ସୁନାର ମୂଲ୍ୟ ୬୯ ଲକ୍ଷରୁ ଅଧିକ ଟଙ୍କା ହେବ । ୧୨ ଶହ ଗ୍ରାମ ସୁନାକୁ ଚପଲରେ ଲୁଚାଇ ଆଣିଥିଲେ ଯୁବକ ଜଣକ । ଅଭିଯୁକ୍ତଙ୍କୁ ଅଟକ ରଖି କଷ୍ଟମ୍ ବିଭାଗ ପଚରାଉଚରା କରୁଛି । ଘଟଣାକୁ ନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଏଥିରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ କରୁଛି ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)