• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ଡର ଗାଭାସ୍କର ଟ୍ରଫିରେ କଙ୍ଗାରୁ ଦଳକୁ ମାତ ଦେବା ପରେ ଏବେ ଦିନିକିଆରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ଟିମ୍‌ । ଟେଷ୍ଟ ମ୍ୟାଚ୍‌ରେ ଜିତିବା ପରେ ଏବେ ଖେଳାଳିଙ୍କ ମନୋବଳ ବଢ଼ିଥିବା ବେଳେ ଟିମ୍‌ ପାଇଁ ଏକ ଖରାପ ଖବର ଆସିଛି । ଟିମ୍‌ର ମୁଖିଆ ତଥା ଦଳର ଅଧିନାୟକ ରୋହିତ ଶର୍ମା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ । ଏହା ଦଳ ପାଇଁ ବଡ଼ ଝଟକା । ରୋହିତ ଶର୍ମା ପାରିବାରିକ କାରଣ ଯୋଗୁଁ ମୁମ୍ବାଇରେ ଖେଳାଯିବାକୁ ଥିବା ପ୍ରଥମ ୱାନ୍‌ଡେ ମ୍ୟାଚ୍‌ ଖେଳିବେ ନାହିଁ । ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଦଳରେ ସାମିଲ କରାଯାଇଛି ।

ଟେଷ୍ଟ ସିରିଜ୍‌ରେ ଭାରତୀୟ ସ୍ପିନର୍‌ଙ୍କ ବୋଲିଂ ଆଟାକ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ଅଷ୍ଟ୍ରେଲିଆ ଟିମ୍‌ । ତେବେ ଦଳ ପକ୍ଷରୁ ୪ଟି ମ୍ୟାଚ୍‌ରେ ଆର୍‌ ଅଶ୍ୱିନ୍‌ ସର୍ବାଧିକ ୨୫ଟି ୱିକେଟ୍‌ ନେଇଥିଲେ । ୨ଥର ଗୋଟିଏ ଇନିଂସରେ ୫ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି ଅଶ୍ୱିନ୍‌ । କିନ୍ତୁ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇନାହିଁ । ଅଶ୍ୱିନଙ୍କ ପ୍ରଦର୍ଶନ ଭଲ ରହିଥିବା ବେଳେ ତାଙ୍କୁ ଦଳରେ ସାମିଲ ନକରାଯିବା ନେଇ ପ୍ରଶ୍ନ ଉଠିଛି । ଯାହା ଦଳ ପାଇଁ ବଡ଼ ଝଟକା କୁହାଯାଉଛି ।

ଟେଷ୍ଟ ସିରିଜ୍‌ରେ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ଟ୍ରଫି ପାଇଥିଲେ ବାମହାତୀ ସ୍ପିନର୍‌ ରବିନ୍ଦ୍ର ଜାଡେଜା । ଆହତ କାରଣରୁ ୬ମାସ ପାଇଁ ଟିମ୍‌ରୁ ବାହାରେ ରହିଥିଲେ ଅଲରାଉଣ୍ତର ରବିନ୍ଦ୍ର ଜାଡେଜା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କ ପ୍ରଦର୍ଶନକୁ ନେଇ ଟିମ୍‌ ଓ ଫ୍ୟାନ୍ସଙ୍କ ମନରେ ବେଶ୍‌ ଉତ୍ସାହ ରହିଛି ।

ଦିନିକିଆ ସିରିଜ୍‌ରେ ସ୍ପିନର ଭାବେ ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚାହଲ୍‌, କୁଲ୍‌ଦୀପ ଯାଦବ ଓ ୱାଶିଂଟନ୍‌ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି । କୁଲ୍‌ଦୀପ ଯାଦବ ଟେଷ୍ଟ ଟିମ୍‌ରେ ଥାଇ ମଧ୍ୟ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ତେବେ ଆଗକୁ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବାକୁ ଥିବାରୁ ଦଳରେ ସ୍ପିନର୍‌ଙ୍କ ଭୂମିକା ମୁଖ୍ୟ ବୋଲି କୁହାଯାଉଛି ।