/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678380915.jpg)
commercial airplanes
ଏରୋପ୍ଲେନ୍...କିଏ କିଏ ବସିଥାଆନ୍ତି ନହେଲେ ଆଉ କିଏ ଦୂରରୁ ଦେଖିଥାଆନ୍ତି । ହେଲେ ସମସ୍ତେ ଜାଣନ୍ତି ବହୁ ଉଚ୍ଚ ଆକାଶରେ ଉଡେ ଉଡଜାହାଜ । ଏମିତିକି ଉଡାଜାହାଜର ବେଳେ ଶବ୍ଦ ହେଲେ ମଧ୍ୟ ଆଖିକୁ ଦିଶିନଥାଏ । କିନ୍ତୁ କାହିଁକି ଏତେ ଉଚ୍ଚରେ ବିମାନ ଉଡ଼େ ସେନେଇ ଅନେକ କଥା କୁହାଯାଏ । ତେବେ କଣ ରହିଛି ପୂରା କାରଣ?
ଦୂର ସ୍ଥାନକୁ ଅଳ୍ପ ସମୟରେ ପହଞ୍ଚିବାକୁ ହେଲେ ଉଡାଜାହାଜରେ ଯାତ୍ରା ଅତି ସହଜ । ହେଲେ ଆକାଶରେ ଏତେ ଉଚ୍ଚରେ ଉଡୁଥିବାରୁ ପ୍ରତି ମୁହୂର୍ତ୍ତରେ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥାଏ । ଏମିତିକି କେତେବେଳେ କଣ ଯେ ହେବ କାହା ପାଖରେ କିଛି ସୂଚନା ନଥାଏ । ହେଲେ ବି ଉଡାଜାହାଜରେ ଯିବାକୁ ଅଧିକରୁ ଅଧିକ ଲୋକ ପସନ୍ଦ କରୁଛନ୍ତି । ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି ସମୁଦ୍ର ପତ୍ତନରୁ ପ୍ରାୟ ୩୦ ରୁ ୪୦ ହଜାର ଫୁଟ୍ ଉଚ୍ଚ ଆକାଶରେ ଉଡେ ବିମାନ ।
ଏତେ ଉପରେ କାହିଁକି ଉଡେ ଉଡାଜାହାଜ? କ’ଣ ରହିଛି କାରଣ? ଏତେ ଉପରେ ଉଡୁଥିବାରୁ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସେ । କେହି କେହି କୁହନ୍ତି, ମାଇଲେଜ୍ ବି ଅଧିକ ରୁହେ । କିନ୍ତୁ ପ୍ରକୃତ କାରଣ ହେଉଛି, ଅଧିକ ଉଚ୍ଚରେ ଉଡୁଥିବାରୁ ଖୁବ ଘନ ମୋଲେୟୁକୁଲ୍ସ ମଧ୍ୟରେ ଉଡାଣ ଭରିବାକୁ ସହଜ ହୁଏ । କାରଣ ଅତି ଉଚ୍ଚରେ ପବନ ପତଳା ଥାଏ ଏବଂ ଏୟାର ମୋଲେୟୁକୁଲ୍ସ ନଥାଏ । ତେଣୁ ସ୍ପିଡ୍ରେ ବିମାନ ଯିବା ସହିତ ବିମାନର ମାଇଲେଜ୍ ମଧ୍ୟ ବଢିଯାଏ ।
ରାସ୍ତାରେ କାର୍ ହେଉ କି ବସ୍ କିମ୍ବା ଅନ୍ୟ କୌଣସି ଯାନବାହନରେ ଗଲେ ଦୁର୍ଘଟଣା ହେବାର ଅଧିକ ସମ୍ଭାବନା ଥାଏ । ହେଲେ ଉଚ୍ଚ ଆକାଶରେ ଉଡିଲେ ଏହାର ସମସ୍ୟା ନଥାଏ ଏମିତିକି ବର୍ଷାର ବି ଭୟ ନଥାଏ । ଖାଲି ଏତିକି ନୁହେଁ ବରଂ ଉଚ୍ଚ ଆକାଶରେ ପକ୍ଷୀ ମାଡର ବି ଡର ନଥାଏ । ତେଣୁ ସବୁ ଦିଗରୁ ଅଧିକ ଉଚ୍ଚରେ ଉଡେ ବିମାନ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସମୁଦ୍ର ତଟ୍ଟବର୍ତ୍ତୀ ଇଲାକାରେ ଅନେକ ସମୟରେ ପାଣିପାଗ ଜନିତ ସମସ୍ୟା ରହୁଥିବା ବେଳେ ହଠାତ୍ ପାଣିପାଗରେ ପରିବର୍ତ୍ତନ ହୁଏ । ତେଣୁ ଉଚ୍ଚ ଆକାଶରେ ଉଡିଲେ ସେମିତି କିଛି ସମସ୍ୟା ପାଇଲଟ ସାମ୍ନା କରନ୍ତି ନାହିଁ । ତେଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ବିମାନକୁ ଅତି ଉଚ୍ଚ ଆକାଶରେ ଉଡାନ୍ତି ପାଇଲଟ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)