• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶରେ ରହିଛି ୨୦ଟି ଫେକ୍‌ ବିଶ୍ୱବିଦ୍ୟାଳୟ । ଏନେଇ ଆଜି UGC ପକ୍ଷରୁ ଏକ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିରେ ୨୦ଟି ଯାକ ଫେକ୍‌ ବିଶ୍ୱବିଦ୍ୟାଳୟର ନାଁ ଗଡ଼ିକ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ତେବେ ବିଡ଼ମ୍ବନାର କଥା ହେଲା, ସାରା ଦେଶରେ ସବୁଠାରୁ ଅଧିକ ନକଲି ବିଶ୍ୱବିଦ୍ୟାଳୟ ରହିଛି ରାଜଧାନୀ ଦିଲ୍ଲୀରେ ।

ଦିଲ୍ଲୀରେ ସବୁ ବଡ଼ ବଡ଼ିଆ ଅଫିସର- ନେତା- ମନ୍ତ୍ରୀ ରହୁଥିଲେ ବି ତାଙ୍କ ନାକ ତଳେ ଏତେ ପରିମାଣର ନକଲି ବିଶ୍ୱବିଦ୍ୟାଳୟ କିଭଳି ଖୋଲାଯାଇଛି, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । 

ଦିଲ୍ଲୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ହେଲେ ଆମ ପାଇଁ ଆଶ୍ୱସ୍ତିର କଥା ହେଲା, ଓଡ଼ିଶାରେ ଥିବା କୌଣସି ବି ବିଶ୍ୱବିଦ୍ୟାଳୟ ନକଲି ନୁହଁନ୍ତି । UGC ପକ୍ଷରୁ ଜାରି କରାଯାଇଥିବା ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ନାଁ ନାହିଁ ।

ତେବେ ସାରା ଦେଶରେ ଥିବା ଏହି ଫେକ୍‌ ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା

୧- ଆନ୍ଧ୍ରପ୍ରଦେଶର ‘ଖ୍ରୀଷ୍ଟ ନିଉ ଟେଷ୍ଟାମେଣ୍ଟ ଡିମ୍‌ଡ୍ ୟୁନିଭର୍ସିଟି’

୨- ଆନ୍ଧ୍ରପ୍ରଦେଶର ‘ବାଇବେଲ ଓପନ୍‌ ୟୁନିଭର୍ସିଟି ଅଫ୍‌ ଇଣ୍ଡିଆ’ । (ବିଶାଖାପାଟଣା)

୩- ଦିଲ୍ଲୀର ‘ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଆଣ୍ଡ ଫିଜିକାଲ ହେଲ୍‌ଥ ସାଇନ୍‌ସ (AIIPHS)

୪- ଦିଲ୍ଲିର ‘କମର୍ସିଆଲ୍‌ ୟୁନିଭର୍ସିଟି ଲିମିଟେଡ୍‌’

୫- ଦିଲ୍ଲୀର ‘ୟୁନାଇଟେଡ୍‌ ନେସନ୍‌ ୟୁନିଭର୍ସିଟି ଦିଲ୍ଲ’

୬- ଦିଲ୍ଲୀର ‘ଭୋକେସ୍‌ନାଲ ୟୁନିଭର୍ସିଟ, ଦିଲ୍ଲୀ’

୭- ଦିଲ୍ଲୀର ‘ଏଡିଆର୍‌ ସେଣ୍ଟ୍ରିକ୍‌ ଜୁଡିସିଆଲ ୟୁନିଭର୍ସିଟି’

୮- ଦିଲ୍ଲୀର ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ’

- ଦିଲ୍ଲୀର ‘ବିଶ୍ୱକର୍ମା ଓପନ୍‌ ୟୁନିଭର୍ସିଟି ଅଫ୍‌ ସେଲ୍ଫ ଏମ୍ପ୍ଲୋଏମେଣ୍ଟ’

୧୦- ଦିଲ୍ଲୀର ‘ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ’

୧୧- କର୍ଣ୍ଣାଟକର ‘ବାଡ଼ାଗାନ୍‌ଭି ସରକାର ୱାଲ୍ଡ ଓପନ୍‌ ୟୁନିଭର୍ସିଟି ଏଜୁକେସନ୍‌ ସୋସାଇଟି’

୧୨- କେରଳର ‘ସେଣ୍ଟ ଜନ୍‌ସ ୟୁନିଭର୍ସିଟି’

୧୩- ମହାରାଷ୍ଟର ‘ରାଜା ଆରବିକ୍‌ ୟୁନିଭର୍ସିଟି’

୧୪- ପୁଡୁଚେରୀର ‘ଶ୍ରୀ ବୋଦ୍ଧି ଏକାଡେମୀ ଅଫ୍‌ ଫାୟାର ,ଜୁକେସନ୍‌’

୧୫- ଉତ୍ତର ପ୍ରଦେଶର ‘ଗାନ୍ଧୀ ହିନ୍ଦୁ ବିଦ୍ୟାପୀଠ’

୧୬- ଉତ୍ତର ପ୍ରଦେଶର ‘ନାସନାଲ ୟୁନିଭର୍ସିଟି ଅଫ୍ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି’

୧୭- ଉତ୍ତର ପ୍ରଦେଶର ‘ନେତାଜୀ ସୁବାସ ଚନ୍ଦ୍ର ବୋସ୍‌ ୟୁନିଭର୍ସିଟି’

୧୮- ଉତ୍ତର ପ୍ରଦେଶର ‘ଭାରତୀୟ ଶିକ୍ଷା ପରିଷଦ’

୧୯- ପାଶ୍ଚିମ ବଙ୍ଗର ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅଲ୍‌ଟରନେଟିଭ୍‌ ମେଡିସିନ୍‌ସ’

୨୦- ପାଶ୍ଚିମ ବଙ୍ଗର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅଲ୍‌ଟରନେଟିଭ୍‌ ମେଡିସିନ୍‌ ଆଣ୍ଡ ଚିସର୍ଚ୍ଚ’