/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660047226.jpg)
RCFL Recruitment 2022
ରାଷ୍ଟ୍ରିୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ୍ଔ(RCFL) ରେ ଟ୍ରେଡ୍, ଟେକ୍ନିସିଆନ୍ ଏବଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦ ପାଇଁ ନିଯୁକ୍ତି ବାହାରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ଶେଷ ତାରିଖ ଅଗଷ୍ଟ ୧୪ ରହିଛି। ଯେହେତୁ ଆବେଦନ ପାଇଁ ଗୋଟିଏ ସପ୍ତାହରୁ କମ୍ ସମୟ ବାକି ଅଛି ତେଣୁ ଏପରି ପରିସ୍ଥିତିରେ, ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯଥାଶୀଘ୍ର ଏହାର ଅଫିସିଆଲ୍ ୱେବସାଇଟ୍ rcfltd.com କୁ ଯାଇ ପୋଷ୍ଟଗୁଡିକ ପାଇଁ ଆବେଦନ କରନ୍ତୁ।
ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୯୬ ଟି ପୋଷ୍ଟ୍ ପୂରଣ ହେବ। ଏଥିରେ ୧୩୬ଟି ଟ୍ରେଡ୍ ଆପ୍ରେଣ୍ଟିସ୍, ୧୧୦ଟି ଟେକ୍ନିକାଲ୍ ଏବଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପାଇଁ ୧୫୦ଟି ପୋଷ୍ଟ ରହିଛି। ଏହାର ପୂରା ସୂଚନା ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
ଯୋଗ୍ୟତା:
ଟ୍ରେଡ୍ ଟେକ୍ନିକାଲ୍ ଓ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦବୀ ପାଇଁ ଦଶମ, ଦ୍ୱାଦଶ ଡିପ୍ଲୋମା ଏବଂ ଗ୍ରାଜୁଏସନ ପାସ୍ ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ। ଅଧିକ ଜାଣିବାକୁ ପାଇଁ ବିଜ୍ଞପ୍ତି ଦେଖନ୍ତୁ।
ବୟସ ସୀମା:
ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହେବା ଉଚିତ
ଚୟନ ପ୍ରକ୍ରିୟା:
ମେରିଟ୍ ଲିଷ୍ଟ୍ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଯାହା ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟଦକ୍ଷତା ଆଧାରରେ ପ୍ରସ୍ତୁତ ହେବ। ଏ ବିଷୟରେ ଭଲ ଭାବେ ଜାଣିବା ପାଇଁ rcfltd.com/files/Apprentice%20Advt%202022.pdf କୁ ଯାଇ ନିଯୁକ୍ତି ବିଜ୍ଞପ୍ତି ଦେଖିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)