Advertisment

ମିଳିଲା ଡାଇନୋସର୍‌ର ସୁରକ୍ଷିତ ଅଣ୍ଡା

ମିଳିଛି ଡାଇନୋସର୍‌ ଅଣ୍ଡା। ବିଶ୍ୱାସ କରାଯାଏ ଯେ ଡାଇନୋସର୍‌ ଏହି ଅଣ୍ଡା ୭ କୋଟି ୨୦ ଲକ୍ଷ ବର୍ଷର ପୁରୁଣା। ବୈଜ୍ଞାନିକମାନେ ଏହି ଭ୍ରୁଣର ନାମ 'ବେବି ୟିଙ୍ଗଲିଆଙ୍ଗ' ରଖିଛନ୍ତି। ଚାଇନାର ଜିଆଙ୍ଗସି ପ୍ରଦେଶର ଗାନ୍‌ଜୋ ସହରରେ ବୈଜ୍ଞାନିକମାନେ ଏହି ଅଣ୍ଡା ପାଇଛନ୍ତି।

author-image
Pramod Behera
Preserved rare baby dinosaur egg discovered

Preserved rare baby dinosaur egg discovered

ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଅଛି। ବିଶ୍ୱାସ କରାଯାଏ ଯେ ଡାଇନୋସର୍‌ ଏହି ଅଣ୍ଡା ୭ କୋଟି ୨୦ ଲକ୍ଷ ବର୍ଷର ପୁରୁଣା। ବୈଜ୍ଞାନିକମାନେ ଏହି ଭ୍ରୁଣର ନାମ 'ବେବି ୟିଙ୍ଗଲିଆଙ୍ଗ' ରଖିଛନ୍ତି। ଚାଇନାର ଜିଆଙ୍ଗସି ପ୍ରଦେଶର ଗାନ୍‌ଜୋ ସହରରେ ବୈଜ୍ଞାନିକମାନେ ଏହି ଅଣ୍ଡା ପାଇଛନ୍ତି। ଏହି ଅଣ୍ଡା ଗାନ୍‌ଜୋ ସହରର ଶାହେ ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଥିବା 'ହେକୋ ଫର୍ମେସନ୍'ର ଚଟାଣରେ ପଡ଼ି ରହିଥିଲା।

Advertisment

ବର୍ମିଂହାମ୍ ବିଶ୍ୱବିଦ୍ୟାଳୟର ଜୀବାସ୍ମ ବୈଜ୍ଞାନିକମାନେ ମିଳିଥିବା ଏହି ଭ୍ରୁଣ ବିଷୟରେ ଅନେକ ଖୁଲାସା କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଡାଇନୋସର ଭ୍ରୁଣ ଓଭିରାପ୍ଟୋରୋସର ପ୍ରଜାତିର । ଏହି ପ୍ରଜାତିର ଡାଇନୋସର୍‌ମାନଙ୍କର ଦାନ୍ତ ନଥାଏ କେବଳ ଥଣ୍ଟ ଥାଏ। ଓଭିରାପ୍ଟୋରୋସର ବଂଶର ଡାଇନୋସର୍‌ଗୁଡିକ ଉତ୍ତର ଆମେରିକାରେ ଦେଖିବାକୁ ମିଳୁଥିଲେ। ସେମାନଙ୍କର ଥଣ୍ଟ ଓ ଶରୀରର ଆକାର ଭିନ୍ନ ଭିନ୍ନ ଥିଲା। ଏନେଇ ଏମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇପାରୁଥିଲେ। ଚାଇନାରେ ମିଳୁଥିବା ଏହି ଡାଇନୋସର ଭ୍ରୁଣ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଜଣାଶୁଣା ଭ୍ରୁଣ ଅଟେ।

ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଏହି ଭ୍ରୁଣଟି ଜନ୍ମ ହେବାକୁ ଯାଉଛି, କାରଣ ଏହାର ମୁଣ୍ଡ ଶରୀର ତଳେ ଥିଲା ଏବଂ ଅଣ୍ଡାର ଆକାର ଅନୁଯାୟୀ ପିଠି ବଙ୍କା ହୋଇ ଥିଲା। ମୁଣ୍ଡର ଉଭୟ ପାର୍ଶ୍ୱରେ ଗୋଡ ଥିଲା। ଆଧୁନିକ ପକ୍ଷୀଗୁଡିକ ‘ଟକିଂ’ ସମୟରେ ଏପରି ସ୍ଥିତିରେ ଦେଖାଯାନ୍ତି। ‘ଟକିଂ’ ହେଉଛି ଏଭଳି ଏକ ପ୍ରକ୍ରିୟା ଯାହାକୁ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ନିୟନ୍ତ୍ରିତ କରିଥାଏ।

Advertisment

ବେବି ୟିଙ୍ଗଲିଆଙ୍ଗରେ ଏଭଳି କିଛି ଆବିଷ୍କୃତ ହୋଇଛି ଯାହା ପକ୍ଷୀମାନଙ୍କ ପାଇଁ ଅସ୍ୱାଭାବିକ ନୁହେଁ ବୋଲି ସୂଚନା ମିଳିଛି। ଏହା ହୁଏତ ପ୍ରାଥମିକ ଅଣ-ଆଭିଆନ୍ ଥେରୋପୋଡ୍ ଡାଇନୋସରମାନଙ୍କ ମଧ୍ୟରେ ବିକଶିତ ହୋଇଥାଇପାରେ। ବର୍ମିଂହାମ୍‌ ୟୁନିଭର୍ସିଟିର ଜୀବାସ୍ମ ବିଜ୍ଞାନୀ ଫିୟୋନ୍ ୱାଇସାମ୍‌ ମାଇ ଏବଂ ତାଙ୍କ ସହକର୍ମୀମାନେ ଏହି ଅନୁସନ୍ଧାନ କରିଥିଲେ। ସେମାନେ କହିଛନ୍ତି ଯେ ଡାଇନୋସର ଭ୍ରୁଣ ହେଉଛି ବିରଳ ଜୀବାଶ୍ମ ଯାହା ପ୍ରାୟତଃ ଅସ୍ଥିହୀନ। ତେବେ ବୈଜ୍ଞାନିକମାନେ 'ବେବି ୟିଙ୍ଗଲିଆଙ୍ଗ'ର ଆବିଷ୍କାରକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

Ajab Gajab
Advertisment
Advertisment