Advertisment

ବର୍ଷା ପାଣିରେ ଉବୁଟୁବୁ ଦିଲ୍ଲୀ IGI ଏୟାରପୋର୍ଟ, ଚିନ୍ତାରେ ଯାତ୍ରୀ

ଜଳାର୍ଣ୍ଣବ ହେଲା ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପାଣି ଜମି ରହିଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ପରିମାଣ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Delhi Airport

Delhi Airport

ନୂଆଦିଲ୍ଲୀ: ଜଳାର୍ଣ୍ଣବ ହେଲା ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ  ଇନ୍ଦିରାଗାନ୍ଧୀ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ପାଣି ଜମି ରହିଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ପରିମାଣ । ଗତ କାଲିଠୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଏୟାରପୋର୍ଟର ଟର୍ମିନାଲ-୩ରେ ପାଣି ଜମି ରହିଛି । ରନ୍‌ୱେରେ ମଧ୍ୟ ପାଣି ଜମି ରହିଥିଲା। ଚାରୋଟି ଘରୋଇ ବିମାନ ଓ ଗୋଟିଏ ଅନ୍ତର୍ଜାତୀୟ ବିମାନର ଗତିପଥ ଦିଲ୍ଲୀରୁ ଜୟପୁର ଓ ଅହମ୍ମଦାବାଦକୁ ପରିବର୍ତ୍ତନ କରାଯାଇଛି । ଏଥି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଯାତ୍ରୀ ବିମାନ ବନ୍ଦରରେ ଅଟକି ରହିଛନ୍ତି ।

Advertisment

ପ୍ରବଳ ବର୍ଷା ପାଇଁ ଦିଲ୍ଲୀରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଦିଲ୍ଲୀର ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଅଣ୍ଡରପାସ ଗୁଡ଼ିକରେ ପାଣି ଜମି ରହିବା ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଆଜାଦ ମାର୍କେଟ ଅଣ୍ଡରପାସରେ ୧୦ଫୁଟର ପାଣି ଜମି ରହିଛି । ସେଠାରେ ଗାଡ଼ି ଚଳାଚଳକୁ ବନ୍ଦ ରଖିଛି ଟ୍ରାଫିକ୍ ।

ପାଣିପାଗ ରିପୋର୍ଟ ଅନୁଯାୟୀ ସହରରେ ଅଧିକରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏପର୍ଯ୍ୟନ୍ତ ମୈସୁମୀ ଶେଷ ହୋଇ ନ ଥିବା ବେଳେ ୧,୧୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ବର୍ଷ ୧୧୦୦ ମାର୍କ ଅତିକ୍ରମ କରିସାରିଛି । ଦିଲ୍ଲୀରେ ୪୬ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ବର୍ଷା ହୋଇଛି । ସେପ୍ଟେମ୍ବରରେ ଦିଲ୍ଲୀରେ ପ୍ରଚୁର ବର୍ଷା ହୋଇଥିଲା । ଏପର୍ଯ୍ୟନ୍ତ ଏହି ମାସରେ ୩୪୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଅତି କମରେ ୧୨ ବର୍ଷ ମଧ୍ୟରେ ସର୍ବାଧିକ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ବର୍ଷା କମ୍ ଥିଲା । ପାଣିପାଗର ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୨୫ ସୁଦ୍ଧା ମୌସୁମୀ ଫେରିବାକୁ ଥିବା ବେଳେ ସେପ୍ଟେମ୍ବର ୧୭ରୁ ୧୮ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Advertisment

ସୂଚନା ଅନୁସାରେ ୨୦୦୩ରେ ଦିଲ୍ଲୀରେ ୧,୦୫୦ ମିଲିମିଟର ବର୍ଷା ହୋଇଥିଲା ।  ୨୦୧୧,୨୦୧୨,୨୦୧୩,୨୦୧୪ ଓ ୨୦୧୫ରେ ମୈସୁମୀ ଦିଲ୍ଲୀରେ ଯଥାକ୍ରମେ ୬୩୬ ମିଲିମିଟର ,୫୪୪ ମିଲିମିଟର,୮୭୬ ମିଲିମିଟର ବର୍ଷା ହୋଇଥିଲା । IMDର ତଥ୍ୟ ଅନୁଯାୟୀ, ୨୦୧୬ରେ ୫୨୪.୭ ମିଲି ମିଟର ବର୍ଷା ଓ ୨୦୧୭ରେ ୬୪୧.୩ ମିଲିମିଟର ଓ ୨୦୨୦ରେ ୫୭୬.୫ ମିଲିମିଟର ବର୍ଷା ହୋଇଥିଲା ।

New Delhi Delhi Airport
Advertisment
Advertisment