• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ଆଜି ଅପରାହ୍ନ ୪ଟା ୧୬ରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଝଟକା ଅନୁଭୂତ ହୋଇଛି । ଗତ ୬ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ଭୂମିକମ୍ପ ହୋଇଛି । ନେପାଳରେ ବି ଝଟକା ଲାଗିଛି । ଭୂକମ୍ପର ତ୍ରୀବତା ୫.୬ ରିକ୍ଟେର ସ୍କେଲ ଥିବା ଜଣାପଡ଼ିଛି । ତିନି ଦିନ ତଳେ ନେପାଳରେ ଭୂମିକମ୍ପ ଯୋଗୁଁ ପ୍ରାୟ ୧୫୦ ଜଣଙ୍କ ପ୍ରାଣ ଯାଇଛି । ଏହି ଘଟଣାକୁ ଦିନ କେଇଟା ନବିତୁଣୁ ପୁଣି ଭୂମିକମ୍ପ ଉତ୍ତର ଭାରତରେ ସମସ୍ତଙ୍କ ମନରେ ଛନକା ପଶିଛି । ଏବର୍ଷ ୬ ଥରରୁ ଅଧିକ ଥରିଛି ଦିଲ୍ଲୀ ।

ନେପାଳରେ ଏଇ ମାସରେ ଦୁଇ ଦୁଇ ଥର ଝଟକା ଦେଇଥିଲା, ହେଲେ ତୃତୀୟ ଥର ତାଣ୍ଡବ ରଚିଛି ପ୍ରକୃତି । ନେପାଳରେ କିଛିଦିନ ତଳେ ରାତିରେ ଘଟିଥିବା ଭୂକମ୍ପ ପ୍ରଳୟ ଆଣିଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି ୧୫୭କୁ । ଶତାଧିକ ଆହତ ହୋଇଛନ୍ତି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଲାଗିଛି ଭୂକମ୍ପର ଝଟକା । ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲେ ବି ବାରମ୍ବାର ଭୂକମ୍ପର ଝଟକା ଲୋକଙ୍କ ଚିନ୍ତା ବଢାଇଛି ।

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଆଉ ପ୍ରକୃତିର ଯେମିତି ଟାର୍ଗେଟରେ ଥିଲା ରୁକୁମ ପଶ୍ଚିମାଂଚଳ ଓ ଜାଜରକୋଟ । ଧ୍ୱଂସସ୍ତୁପ ପାଲଟି ଯାଇଥିଲା ପୁରା ଅଂଚଳ । ସବୁଠୁ ଅଧିକ ପ୍ରଭାବିତ ଜାଜରକୋଟ ଅଂଚଳ ତ ନେପାଳ ମ୍ୟାପରୁ ଯେମିତି ନିଶ୍ଚିହ୍ନ ହୋଇଯାଇଛି ।