Advertisment

କେବେ ଓ କେଉଁଠି ମଣିଷ ପ୍ରଥମେ ଖାଇଥିଲା ରୁଟି-ଡାଲି

ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Worlds oldest vegetarian food found in Iraq cave

Worlds oldest vegetarian food found in Iraq cave

ରୁଟି ଡାଲି ଭାରତରେ ଅତି ସାଧାରଣ ଖାଦ୍ୟ। ପ୍ରାୟ ପ୍ରତ୍ୟେକ ଘରେ ଏହି ଖାଦ୍ୟ ତିଆରି ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଲୋକେ ପ୍ରଥମେ କେବେ ରୁଟି ଡାଲି ଖାଇବା ଆରମ୍ଭ କଲେ? ଯଦି ଏହି ଚିନ୍ତା ଆପଣଙ୍କ ମନକୁ କେବେ ବି ଆନ୍ଦୋଳିତ କରି ନାହିଁ, ତଥାପି ଜାଣିନିଅନ୍ତୁ ଯେ ଦୀର୍ଘ ୭୦ ହଜାର ବର୍ଷ ଧରି ମଣିଷ ରୁଟି-ଡାଲି ଖାଇଆସୁଛି। ବୋଧହୁଏ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେଣି। କିନ୍ତୁ ଏହା ସତ ଆଉ ଏହାର ପ୍ରମାଣ ଇରାକରୁ ମିଳିଛି।

Advertisment

ଇରାକର ରାଜଧାନୀ ବଗଦାଦଠାରୁ ୮୦୦ କିଲୋମିଟର ଦୂରରେ ଅବସ୍ଥିତ ଗୁମ୍ଫାରେ ସର୍ବ ପୁରାତନ ଶାକାହାରୀ ଖାଦ୍ୟ ମିଳିଛି। କୁହାଯାଉଛି ଯେ ଏଗୁଡ଼ିକ ଡାଲି ଓ ରୁଟିର ଅଂଶ ଯାହା ଜଳିଯାଇଛି। ଏହା ବ୍ୟତୀତ ଏହା ପ୍ରାୟ ୪୦ ରୁ ୪୦ ହଜାର ବର୍ଷର ପୁରୁଣା ବୋଲି ମଧ୍ୟ କୁହାଯାଉଛି।

ଗୁମ୍ଫାରେ ପୋଡିଯାଇଥିବା ଅବସ୍ଥାରେ ମିଳିଥିବା ଏହି ଖାଦ୍ୟକୁ ନେଇ କୁହାଯାଉଛି ଯେ ଏଥିରେ ଅନେକ ପ୍ରକାରର ଡାଲି, ବଣୁଆ ବିନ୍ସ, ସୋରିଷ ଏବଂ କିଛି ଗଛର ଛାଲି ସାମିଲ ହୋଇଛି। ଏହା ଡାଲି-ରୁଟି ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।

Advertisment

ଯେଉଁ ଗୁମ୍ପାରୁ ଏହି ଖାଦ୍ୟ ମିଳିଥିଲା ​ତା’ର ନାଁ ​ଶାନିଦାର ଗୁମ୍ଫା। ଏହା ବଗଦାଦର ୮୦୦ କିଲୋମିଟର ଉତ୍ତରରେ ରହିଛି। ଏହି ଗୁମ୍ଫାକୁ ନେଇ କୁହାଯାଏ ଯେ ସେଠାରେ ମନୁଷ୍ୟର ଏକ ଆଧୁନିକ ବସତି ଥିଲା। ଗୁମ୍ଫାରୁ ଏହି ଖାଦ୍ୟ ପାଇବା ପରେ ବୈଜ୍ଞାନିକମାନେ ଏହାର ନମୁନାକୁ ନେଇ ଏକ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପରେ ସ୍କାନ କରିଥିଲେ। ଏଥିରୁ ମିଳିଥିବା ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସ୍କାନ କରିବା ପରେ ଦେଖାଗଲା ଯେ ଡାଲି, ଗଛ ଛାଲି, ସୋରିଷ, ବଣୁଆ ବିନ୍ସ ଇତ୍ୟାଦି ଏଥିରେ ରହିଛି।

ଏହି ରିପୋର୍ଟ ବିଷୟରେ କହିଥିବା ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ପୋଷ୍ଟଡକ୍ଟରାଲ୍ ରିସର୍ଚ୍ଚ ସହଯୋଗୀ କେରେନ କାବୁକୁ କହିଛନ୍ତି ଯେ ପରୀକ୍ଷା ପାଇଁ ପଠାଯାଇଥିବା ନମୁନାକୁ ଦେଖିବା ପରେ ଲାଗୁଛି ଯେ ଏହି ଡାଲି ନିଶ୍ଚିତ ବହଳିଆ ହୋଇଥିବ, କାରଣ ଏହି ଖଣ୍ଡଗୁଡ଼ିକ ବହୁତ ମୋଟା ଥିଲା।

ଏହା ବ୍ୟତୀତ ସେ ଗୁମ୍ଫାରୁ ମିଳୁଥିବା ରୁଟିଗୁଡିକ ମଞ୍ଜିକୁ ପେଶି ପ୍ରସ୍ତୁତ ଅଟାରେ ତିଆରି ହୋଇଥିବା ମଧ୍ୟ କୁହାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେତେବେଳେ ଲୋକମାନେ ମଞ୍ଜି ଏବଂ ଡାଲିର ଚୋପା ଫିଙ୍ଗୁ ନଥିଲେ।

Ajab Gajab Knowledge
Advertisment
Advertisment