Advertisment

ଅଜବ କଙ୍କଡା: ରହିଛି ମଣିଷ ପରି ଦାନ୍ତ

ଭାଇରାଲ୍ ହେଉଛି ଏକ କଙ୍କଡାର ଫଟୋ। ଏହାର ରହିଛି ମଣିଷ ପରି ଦାନ୍ତ। ଇଣ୍ଟରନେଟ୍‌କୁ ଥରାଇ ଦେଇଛି ଏହି ଫଟୋ।

author-image
Pramod Behera
ଅଦ୍ୟତନ ହୋଇଛି
Crab having human like teeth

Crab having human like teeth

ସମୁଦ୍ରର ପାଣିରେ ରହୁଥିବା ଏକ କଙ୍କଡାର ଫଟୋ ଇଣ୍ଟରନେଟ୍‌କୁ ଥରାଇ ଦେଇଛି। ଏହାକୁ ଜଣେ ମତ୍ସ୍ୟଜୀବୀ ଧରିଛନ୍ତି ଏବଂ ଏହାର “ମାନବ ଦାନ୍ତ” ରହିଛି। ମାଛ ଧରୁଥିବା ଏକ ଜାହାଜରେ କାମ କରୁଥିବା ଜଣେ ଫଟୋଗ୍ରାଫର ରୋମାନ ଫେଡର୍ଟସୋଭ ଏହି ଫଟୋ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରିଛନ୍ତି।

Advertisment

ପ୍ରାୟ ଏକ ସପ୍ତାହ ପୂର୍ବରୁ ଶେୟାର ହେବା ପରଠାରୁ ଏହି ଫଟୋ ହଜାର ହଜାର ଲାଇକ୍ ଏବଂ ଅନେକ କମେଣ୍ଟ ପାଇଛି। ଏହି ପୋଷ୍ଟ୍‌ରେ କିଛି ଲୋକ ଆଶ୍ଚର୍ଯ୍ୟଜନକ ମତ ଦେଇଥିବା ବେଳେ ଆଉ କିଛି ଉପହାସ କରି ମଜ୍ଜାଳିଆ କମେଣ୍ଟ୍ ଦେଇଛନ୍ତି।

ଜଣେ ଲେଖିଛନ୍ତି, "ସେଗୁଡିକ ମଣିଷର ଦାନ୍ତ। ମୋତେ କୁହ ମୁଁ ଭୁଲ୍ ଅଟେ।" ଅନ୍ୟ ଜଣେ ଲେଖିଛନ୍ତି, ଯୁଦ୍ଧରେ ପରାସ୍ତ ହେବାର ଶେଷ ପର୍ଯ୍ୟାୟରେ ପୋକେମନ୍ ପରି ଦେଖାଯାଉଛି।” ସେହିପରି ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି, "ମଦର ନେଚରକୁ କଙ୍କଡା ଅଧିକ ପସନ୍ଦ।"

Advertisment

ତେବେ ଫେଡର୍ଟସୋଭ୍‌ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଅନୁଯାୟୀ, ତାଙ୍କ ପାଖରେ ସମୁଦ୍ର ପ୍ରାଣୀମାନଙ୍କର ଫଟୋର ଏକ ଅଦ୍ଭୁତ ସଂଗ୍ରହ ଅଛି।

ଏକ ସ୍ପାଇଡର ପରି ମାଛ ଯାହା ଜିଆ ପରି ଦେଖାଯାଏ ଏବଂ ଏକ ବ୍ଲବ ପରି ଜୀବ। ଅନ୍ୟ ଫଟୋଗୁଡ଼ିକରେ ଗଭୀର ସମୁଦ୍ର ପ୍ରାଣୀମାନେ ମୁକ୍ତ ଭାବରେ ପହଁରୁଥିବାର ଦେଖାଯାଏ।

ଜୁନ୍ ମାସରେ, ଆମେରିକାର ଏକ ବିଚ୍‌କୁ ସମୁଦ୍ର ପାଣି ମାଡି ଆସିବାରୁ କିଛି ଅଦ୍ଭୁତ ଦିଶୁଥିବା, ପତଳା ସମୁଦ୍ର ପ୍ରାଣୀ ସୋସିଆଲ ମିଡିଆରେ ହଇଚଇ ଖେଳେଇଥିଲେ।

ତେବେ କ୍ରିଷ୍ଟିନ୍ ଟିଲୋଟସନଙ୍କ ଦ୍ୱାରା ରେଡିଟ୍‌ରେ ପୋଷ୍ଟ କରାଯାଇଥିବା ଫଟୋଗୁଡ଼ିକରେ ମଣିଷ ପରି ଦାନ୍ତ ଥିବା ଏକ ଜୀବକୁ ଦେଖିବାକୁ ମିଳିଥିଲା। ଏହାର ଶରୀରର କିଛି ଅଂଶ ଛେଳି ହୋଇଯିବାରୁ ତାହା ସଢିଯିବା ମନେ ହେଉଥିଲା।

ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ଏହା କ’ଣ ହୋଇପାରେ ବୋଲି ଅନେକ ଅନୁମାନ କରିଛନ୍ତି। ଜଣେ ଲେଖିଛନ୍ତି, ମତେ ଲାଗୁଛି ଏହାକୁ ଆଘା କୁହାଯାଏ!!’ ଅନ୍ୟ ଜଣେ ଅନୁମାନ କରିଛନ୍ତି ଯେ ଏହା ଏକ ଇଲ୍ ହୋଇପାରେ। ଏହା ଏକ ପ୍ରଜାତି ଯାହା ଉତ୍ତର ପ୍ରଶାନ୍ତରେ ରହେ।

Viral Photo Crab Having Human Teeth
Advertisment
Advertisment