Advertisment

ଅଜବ ବିବାହ: ୧୮ ବର୍ଷର କନିଆଁକୁ ୭୮ ବର୍ଷର ବର

ଜେଜେବାପା ବୟସର ଜଣେ ବ୍ୟକ୍ତି ତାଙ୍କ ନାତୁଣୀ ବୟସର ଜଣେ ଝିଅଙ୍କୁ ବିବାହ କରିନେଇଛନ୍ତି। ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପ୍ରେମ, ଏବେ ନେଲା ବିବାହ ରୂପ। ଏବେ ପରିବାର ପାଇଁ କରୁଛନ୍ତି ଯୋଜନା।

author-image
Pramod Behera
ଅଦ୍ୟତନ ହୋଇଛି
Old Man Marries Young Girl

Old man marries young girl at 78 after 3 years of dating

ପ୍ରେମ, ଭଲପାଇବା ଏବଂ ବିବାହକୁ ନେଇ କୁହାଯାଏ ଯେ ଏସବୁ କେବଳ ‌ଈଶ୍ୱରଙ୍କ ଇଛାରେ ହୁଏ। ଏହା ଉପରେ ଆଉ କାହାର ନିୟନ୍ତ୍ରଣ ନାହିଁ। ବେଳେବେଳେ ସାମ୍ନା ଏମିତି ପ୍ରେମ ଏବଂ ବିବାହର କାହାଣୀ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସାମ୍ନାକୁ ସେମିତି ଏକ ଖବର ଆସିଛି ଯେଉଁଠି ଜଣେ ବ୍ୟକ୍ତି ନିଜ ନାତୁଣୀ ବୟସର ଝିଅକୁ ବିବାହ କରିଛନ୍ତି।

Advertisment

ଫିଲିପାଇନ୍ସର ଜେଜେବାପା ବୟସର ଜଣେ ବ୍ୟକ୍ତି ୧୮ ବର୍ଷର ଜଣେ ଯୁବତୀଙ୍କୁ ବିବାହ କରିନେଇଛନ୍ତି ଏବଂ ଏହି ସମ୍ପର୍କ ପଛରେ ଏକ ପ୍ରେମ କାହାଣୀ ଅଛି ବୋଲି କୁହାଯାଉଛି। ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ଯୋଡି ମଧ୍ୟ ପୂର୍ବରୁ ୨ ବର୍ଷ ଧରି ଡେଟିଂ କରୁଥିଲେ। ବିବାହ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅବସରପ୍ରାପ୍ତ ରସିଦ ମଙ୍ଗାକୋପ। ତାଙ୍କୁ ଏବେ ୭୮ ବର୍ଷ। ସେ ଯାହାକୁ ବିବାହ କରିଛନ୍ତି ସେ ଏବେ ବି ନାବାଳିକା ଅଛନ୍ତି। ଏହି ଅଜବ ବିବାହ ଏବେ ଚର୍ଚ୍ଚାର ବିଷୟ ହୋଇଛି।

କେମିତି ହେଲା ସଂପର୍କ:

ତିନି ବର୍ଷ ପୂର୍ବେ ରସିଦ(Rashad Mangakop) ଏକ ପାର୍ଟିରେ ହଲିମା ଅବଦୁଲ୍ଲା(Halima Abdullah)ଙ୍କୁ ଭେଟିଥିଲେ। ସେତେବେଳେ ରସିଦଙ୍କୁ ୭୫ ବର୍ଷ ଏବଂ ହଲିମାଙ୍କୁ ୧୫ ବର୍ଷ ବୟସ ହୋଇଥିଲା। ଏହା ଉଭୟଙ୍କ ପ୍ରଥମ ସମ୍ପର୍କ ଥିଲା ଏବଂ ସେମାନେ ୩ ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ। ସଂପର୍କରେ ରସିଦ ଯୁବତୀଙ୍କ ଜେଜେବାପା ପରି ଦେଖାଯାଉଥିଲେ ମଧ୍ୟ ଏହାକୁ ଉଭୟ ସ୍ୱୀକାର କରିଛନ୍ତି। ଏହି ସମ୍ପର୍କରେ ୧୦/୧୨ ବର୍ଷ ନୁହେଁ ବରଂ ୬୦ ବର୍ଷର ପାର୍ଥକ୍ୟ ଅଛି।

Advertisment

ବାପା-ମାଆଙ୍କ ରାଜିରେ ହେଲା ବିବାହ:

ରସିଦ ବୟସ ବଡ ହୋଇଥିଲେ ବି ସେ ପୂର୍ବରୁ ବିବାହ କରିନ ଥିଲେ। ଏହି କାରଣରୁ ହଲିମାଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ବିରୋଧ କରି ନଥିଲେ। ଫିଲିପାଇନ୍ସର ନିୟମ ଅନୁଯାୟୀ, ୨୧ ବର୍ଷରୁ କମ୍ ବ୍ୟକ୍ତି ମଧ୍ୟ ତାଙ୍କ ବାପାମାଆଙ୍କ ସହମତିରେ ବିବାହ କରିପାରିବେ। ଏଭଳି ପରିସ୍ଥିତିରେ ହଲିମା ଏବଂ ରସିଦଙ୍କ ବିବାହରେ କୌଣସି ଅସୁବିଧା ହୋଇ ନଥିଲା। ସେମାନେ ନିଜ ନୂଆ ଘରକୁ ଯାଇଛନ୍ତି ଏବଂ ପରିବାର ପାଇଁ ଯୋଜନା କରୁଛନ୍ତି।

Ajab Gajab Ajab Gajab News
Advertisment
Advertisment