Advertisment

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ରାଜ୍ୟରେ ଅକ୍ସିଜେନ୍ ଅଭାବ ହେବ କି?

ଭିଡ଼ କମାଇବା ପାଇଁ ନିଜ ନିଜର ପନ୍ଥା ଆପଣେଇଛନ୍ତି ବିଭିନ୍ନ ରାଜ୍ୟର ସରକାର। ତେବେ ଓଡ଼ିଶାରେ ବି କରୋନା ଗ୍ରାଫ୍ ଏବେ ଉପରମୁହାଁ।

author-image
Chandan Shishu
omicron Variant

omicron Variant

ଭୁବନେଶ୍ୱର: ଦେଶରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବଢୁଛି, ଆଗକୁ ଏକ ବିସ୍ଫୋରକ ସ୍ଥିତି ନହେବ, ଏହି ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଦେଶରେ ପ୍ରମୁଖ ରାଜ୍ୟ ତଥା ସହର ମାନଙ୍କରେ ଏବେ ଲକ୍‌ଡାଉନ୍‌ ଭଳି ସ୍ଥିତି। ଭିଡ଼ କମାଇବା ପାଇଁ ନିଜ ନିଜର ପନ୍ଥା ଆପଣେଇଛନ୍ତି ବିଭିନ୍ନ ରାଜ୍ୟର ସରକାର। ତେବେ ଓଡ଼ିଶାରେ ବି କରୋନା ଗ୍ରାଫ୍ ଏବେ ଉପରମୁହାଁ। ତେବେ ଏଭଳି ସ୍ଥିତିରେ ରାଜ୍ୟରେ କେମିତି ରହିବ, ଏନେଇ ପ୍ରତିକ୍ରିୟା ରହିଛନ୍ତି ରାଜ୍ୟ ସରକାର।   

Advertisment

ଓମିକ୍ରନ ସଂକ୍ରମଣ ନେଇ ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ରାଜ୍ୟରେ ଅକ୍ସିଜେନ୍ ଅଭାବ ହେବନି। ଶିଶୁଙ୍କ ପାଇଁ ମୋଟ୍ ୧ ହଜାର ୧୭୯ଟି ବେଡ୍ ପ୍ରସ୍ତୁତ ରଖାଯାଇଛି। ସେହିପରି ୯୩୭ଟି ଜେନେରାଲ୍ ବେଡ୍, ୨୪୨ଟି ICU ଏବଂ ୧୧୦ଟି ଭେଣ୍ଟିଲେଟର ରହିଛି। ଯଦି ଆବଶ୍ୟକ ପଡେ, ତେବେ ବେଡ୍ ସଂଖ୍ୟା ବଢ଼ାଇବାକୁ ପ୍ରଶାସନକୁ କୁହାଯାଇଛି। ଓମିକ୍ରନ୍ ସନ୍ଦିଗ୍ଧଙ୍କ ଜିନମ ସିକ୍ୟୁଏନ୍ସ ଆଉ କେଉଁଠି ହୋଇପାରିବ ସେ ନେଇ ନିର୍ଦ୍ଦେଶ ବି ଦିଆଯାଇଛି। ତାସହ ଟିକାକରଣକୁ ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

 ତେବେ ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଓମିକ୍ରନ ଅଧିକ ସଂକ୍ରମଣ କରିବ, କିନ୍ତୁ ସିଭିଅରିଟି ନାହିଁ। ଲୋକାଲ୍‌ରେ ଓମିକ୍ରନ ଅଛି ଓ ଏହା ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ। ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୬, ଲୋକାଲ୍ କେସ୍ ୧୭୮ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦କୁ ବୃଦ୍ଧି ପାଇଛି

Advertisment
Omicron Cases In Odisha COVID19 Omicron Variant
Advertisment
Advertisment