/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744523052.jpg)
ବିଞ୍ଚଣା ଦେଲେ ଚର୍ମରୋଗ ସଫା !
କୁହାଯାଏ- ବିଶ୍ୱାସେ ହରି, ତର୍କେ ବହୁ ଦୂର । ଏକଦମ୍ ସତକଥା, କାହିଁକି ନା ଯଦି ବିଶ୍ୱାସରେ ହରି ନଥାନ୍ତେ, ତେବେ ଏ ବିଜ୍ଞାନ ଯୁଗରେ କିଏ କାହିଁକି ମନ୍ଦିର ଯାଆନ୍ତା । ଆଉ ଏହି ବିଶ୍ୱାସ ଅଛି ବୋଲି କାହିଁ କେଉଁ କାଳରୁ କଟକର ଟାଙ୍ଗୀରେ ପୂଜା ପାଇ ଆସୁଛନ୍ତି ମା ପୋଟଲେଇ । କୁହାଯାଏ ଯେ, ମାଙ୍କୁ ବିଞ୍ଚଣା ଦେଲେ ଚର୍ମରୋଗ ଭଲ ହୋଇଯାଏ । ଏଥପାଇଁ ଯେତେ ଚିକିତ୍ସା ପଦ୍ଧତିର ଆବିଷ୍କାର ହେଉ ପଛେ, ଲୋକେ ଏଠି ଚର୍ମରୋଗରୁ ମୁକ୍ତି ପାଇଁ ମାନସିକ କରନ୍ତି । ପୂର୍ଣ୍ଣ ହେଲେ ମାଙ୍କୁ ବିଞ୍ଚଣା, କୁକୁଡ଼ା ଓ କ୍ଷୀରପାଣି ଦିଅନ୍ତି ।
ଅଧିକ ପଢ଼ନ୍ତୁ: କାଳବୈଶାଖୀ କମାଇଲା ତାତି, ୧୭ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ମା’ ପୋଟଲେଇଙ୍କ ମେଳା ହୁଏ । କାହିଁ କେଉଁ କାଳରୁ ଏହି ପୂଜା ହେଉଥିବା ବିଶ୍ୱାସ ରହିଛି । କେବଳ ଟାଙ୍ଗୀ କି କଟକ ବାସିନ୍ଦା ନୁହନ୍ତି, ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ମା’ଙ୍କ ଆଶିଷ ଲାଭ ପାଇଁ ଆସନ୍ତି। ଯେଉଁମାନେ ଚର୍ମରୋଗରୁ ମୁକ୍ତି ପାଇଁ ମାନସିକ କରିଥାନ୍ତି ସେମାନେ ବିଞ୍ଚଣା, କୁକୁଡା ଓ କ୍ଷୀରପାଣି ଲାଗି କରାଇ ପୂଜା କରନ୍ତି । ମେଳାରେ ବିଞ୍ଚଣା ବିକ୍ରିର ବିଶେଷତା ରହିଛି, ଏଠାରେ ସର୍ବାଧିକ ବିଞ୍ଚଣା ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି । ଭକ୍ତଙ୍କ ବିଶ୍ୱାସରେ ଏ ପରମ୍ପରା, ବିଜ୍ଞାନ ଯୁଗରେ ବି ଏ ବିଶ୍ୱାସ ଭାରତୀୟ ସଂସ୍କୃତିର ଅନନ୍ୟ ନିଦର୍ଶନ । ତେବେ ହେତୁବାଦୀମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)