• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ସୂର୍ଯ୍ୟ ନମସ୍କାର ଓ ଯୋଗାଭ୍ୟାସ କରି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମର ଯୁବକ ଦିବାକର ଆର୍ଯ୍ୟ । ପୃଥିବୀର ସବୁଠାରୁ ଉଚ୍ଚତମ ଶିବ ମନ୍ଦିର ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ଏଭଳି ଅଭିନବ ପ୍ରୟାସ କରି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ଦିବାକର ।

 

ସମୁଦ୍ର ପତ୍ତନଠାରୁ ୧୧୩୮୫ ଉଚ୍ଚତାରେ ଅବସ୍ଥିତ ଏହି ମନ୍ଦିର । ଶିଖରରେ ବର୍ଷର ଅଧିକାଂଶ ସମୟ ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ । ତେବେ ସେ କିଛି ଦିନ ତଳେ ବରଫରେ ସମ୍ପୂର୍ଣ ଆଚ୍ଛାଦିତ ମନ୍ଦିର ପ୍ରାଙ୍ଗଣରେ ମାଇନସ ୮ ଡିଗ୍ରୀ ସେଲସିଅସରେ  ଖାଲି ଦେହରେ ସୂର୍ଯ୍ୟ ନମସ୍କାର, ଯୋଗାଭ୍ୟାସ ଓ ପ୍ରାଣାୟମ କରିଥିବାର ଏକ ଭିଡିଓ ଦେଖିବାକୁ ମିଳିଛି । ଏହି ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରଲ ହେବାରେ ଲାଗିଛି ।

ପୂର୍ବରୁ ଭାରତର ଉଚ୍ଚତମ ହ୍ରଦ ସିକ୍କିମର ଗୁରୁ ଦୋଙ୍ଗମାର ହ୍ରଦ କୂଳରେ ସୂର୍ଯ୍ୟ ନମସ୍କାର କରି ସେ ଲୋକଲୋଚନକୁ ଆସିଥିଲେ । ଭାରତୀୟ ପରମ୍ପରାର ଅନନ୍ୟ ଅଙ୍ଗ ହେଉଛି ଯୋଗ ତଥା ପ୍ରାଣାୟାମ । ଏହାର ପ୍ରଚାର ପ୍ରସାର ସହ ଫିଟ ଇଣ୍ଡିଆକୁ ପ୍ରୋତ୍ସାହନ କରୁଥିବାରୁ ଅନେକ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳିଛି । ତେବେ ଆଗକୁ ପୃଥିବୀର ଉଚ୍ଚତମ ଶୃଙ୍ଗ ଏଭେରେଷ୍ଟ ଶିଖରରେ ସୂର୍ଯ୍ୟ ନମସ୍କାର ଓ ଯୋଗାଭ୍ୟାସ କରି ବାର୍ତ୍ତା ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ବୋଲି ଜଣାପଡିଛି ।

ସୋନପୁରରୁ ରବୀନ୍ଦ୍ର ହୋତାଙ୍କ ରିପୋର୍ଟ