Advertisment

ମଦ ପିଇ ମାତାଲ ହେଉଥିବା ପତ୍ନୀର ପ୍ରାଣ ନେଲା ସ୍ବାମୀ; ୨ ପିଲାଙ୍କୁ ଧରି ଶବ ସହ ରହିଲା ୩ ଦିନ !

ଭୁବନେଶ୍ବର ସାଲିଆସାହି ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପିଇ ମାତାଲ ହେଉଥିବାରୁ ପତ୍ନୀର ପ୍ରାଣ ନେଲା ସ୍ବାମୀ ! ହତ୍ୟା ପରେ ୨ ପିଲାଙ୍କୁ ଧରି ପତ୍ନୀ ଶବ ସହ ରହିଲା ୩ ଦିନ ।

author-image
Sujit kumar Swain
man kills wife

man kills wife

ସଂସାରକୁ ସର୍ବନାଶ କରିଦେଲା ମଦ ନିଶା । ସବୁଦିନ ପାଇଁ ୭ ଜନ୍ମର ସାଥୀକୁ ଶେଷ କରିଦେଲା ସ୍ବାମୀ । ହତ୍ୟା ପରେ ପତ୍ନୀ ଶବ ସହ ୩ ଦିନ ସ୍ବାମୀ ରହିଲା ବାସଘରେ । ପତ୍ନୀକୁ ଯେଭଳି ବୀଭତ୍ସ ଭାବେ ହତ୍ୟା କରିଛି ସ୍ବାମୀ ନା ସେହି ମରଶରୀରକୁ ଦେଖାଇ ହେବ ନା ରକ୍ତରଂଜିତ ଘର ଭିତରର ଦୃଶ୍ୟ ଦେଖାଇ ହେବ। ଘଟଣା ସଂପର୍କରେ ପାଖପଡ଼ୋଶୀ ଯିଏ ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଦୁଆର ଖୋଲିବା ପରଠୁ ଫାଟି ପଡୁଥିବା ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହୋଇଯାଉଛନ୍ତିଗ।

Advertisment

ଗୋଲଖ ଜେନା ଓରଫ୍ ବାବୁଲି ନାମକ ଯୁବକ ପତ୍ନୀକୁ ଭୁବନେଶ୍ବର ସ୍ଥିତ ସାଲିଆସାହି ତାରିଣୀ ନଗର ଭଡ଼ା ଘରେ ହତ୍ୟା କରିଛି ୩ ଦିନ ତଳେ । ଆଉ ହତ୍ୟାର ୩ ଦିନ ପରେ ଆଜି ସାମ୍ନାକୁ ଆସିଛି ସତ । ମୈତ୍ରୀବିହାର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀ ଗୋଲଖକୁ ଧରି ଥାନାରେ ଖୋଳତାଡ଼ ଜାରି ରଖିଛି । 

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମରୁ ଆସି ଭଡ଼ା ଘରେ ରହିବା ସହ କୁଲି ମଜୁରୀ କରି ଚଳି ଆସୁଥିଲା ଗୋଲଖ ଜେନା । ଗୋଟିଏ ୬ ବର୍ଷର ଓ ଅନ୍ୟ ଜଣେ ୭ ବର୍ଷର ଶିଶୁ ସହ ପତ୍ନୀଙ୍କୁ ଧରି ଭଡା ଘରେ ରହିଆସୁଥିଲା । କୁହାଯାଉଛି, ଘଟଣାଦିନ ମାତ୍ରାଧିକ ମଦ୍ୟପାନ କରିବା ସହ ମାତାଲ୍ ହୋଇଯାଇଥିଲେ ଗୋଲଖଙ୍କ ପତ୍ନୀ । ଯାହାକୁ ବିରୋଧ କରିବାରୁ ଉଭୟ ପତି-ପତ୍ନୀ ମଧ୍ୟରେ ତୀବ୍ର ହୋଇଥିଲା ଗଣ୍ଡଗୋଳ। ଆଉ ସେହି ଗଣ୍ଡଗୋଳ କ୍ରମେ ଉଗ୍ର ରୂପ ନେବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ପଥରରେ ଛେଚି ପତ୍ନୀକୁ ଗୋଲଖ ହତ୍ୟା କରିଥିବା  ଅଭିଯୋଗ ହୋଇଛି। 

Advertisment

ହତ୍ୟା ପରେ ପତ୍ନୀର ମରଶରୀରକୁ ନେଇ ତା’ର ଅକଲ ଗୁଡୁମ୍ ହୋଇଯାଇଥିଲା । ଶେଷରେ ଧରାପଡ଼ିବା ଭୟରେ ମୃତଦେହକୁ ୩ ଦିନ ଧରି ଗୁଡ଼ାଇ ରଖିଥିଲା ଘର ଭିତରେ । ଆଉ ସେହି ଶବ ସହ ୨ ପିଲାଙ୍କୁ ଧରି ରହୁଥିଲା ସ୍ବାମୀ ଗୋଲଖ । କିନ୍ତୁ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ଏବଂ ହତ୍ୟା ସନ୍ଦେହ ହେବାରୁ ପଡ଼ୋଶୀଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।   

ଦାମ୍ପତ୍ୟ କଳିରେ ଏଭଳି ବୀଭତ୍ସ କାଣ୍ଡ ନୁଆଁ ନୁହେଁ । କେଉଁଠି ମଦ ନିଶା ପାଇଁ ତ କେଉଁଠି ପ୍ରେମ ପାଇଁ କେବେ ପତ୍ନୀର ମୁଣ୍ଡ ଗଡ଼ାଉଛି ସ୍ବାମୀ ତ ଆଉ କେବେ ସ୍ବାମୀକୁ ହତ୍ୟା କରି ଘର ଭିତରେ ଗାତ ଖୋଳି ପୋତିଦେଉଛି ପତ୍ନୀ । ନୟାଗଡ଼ ଓଡ଼ଗାଁ ଅଞ୍ଚଳରେ ଗତ ଫେବ୍ରୁୟାରୀରେ ପ୍ରେମିକ ସହ ମିଶି ହତ୍ୟା କରିବା ସହ ଘର ଭିତରେ ସ୍ବାମୀର ମୃତଦେହକୁ ପୋତିଦେଇଥିଲା ପତ୍ନୀ । ଶେଷରେ ୨୦ ଦିନ ପରେ ସେହି ଘରୁ ମାଟିତଳୁ ଉଦ୍ଧାର କରାଯାଇଥିଲା ମୃତଦେହ। ଆଉ ଆଜି ସାଲିଆସାହିରେ ସଂଘଟିତ ଅପରାଧ, ଚାଞ୍ଚଲ୍ୟ ଖେଳାଇଦେଇଛି ରାଜଧାନୀରେ । 

Crimes In Odisha Murder
Advertisment
Advertisment