• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନାଗପୁରର ଜଣେ ବୟସ୍କ ବ୍ୟକ୍ତି ସାଇକେଲରେ ପୋହା, ଘୁଗୁନି ଓ ଚୁଡାଭଜା ମାତ୍ର ୨୦ ଟଙ୍କାରେ ବିକ୍ରି କରୁଥିବା ଏକ ସ୍ପର୍ଶକାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜୟନ୍ତୀ ଭାଇ ନାମକ ଏହି ୭୦ ବର୍ଷୀୟ ବ୍ୟକ୍ତି ନାଗପୁରର ଗାନ୍ଧିବାଗ ଏବଂ ଇଟ୍‌ୱାରୀ ରାସ୍ତାରେ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ଜଳଖିଆ ବିକ୍ରି କରନ୍ତି। ଏହି ଭିଡିଓକୁ ବ୍ଲଗର୍ ଅଭିନଭ ଜେସ୍‌ୱାନୀ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି, ଯାହା ଲୋକଙ୍କ ହୃଦୟ ଜିତୁଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବୃଦ୍ଧ ନିଜ ସାଇକେଲ୍‌ରେ ରାସ୍ତାରେ ଯାଉଛନ୍ତି। ପୋହା, ଘୁଗୁନି ଓ ଚୁଡାଭଜା ତିଆରି କରିବାର ସବୁ ଜିନିଷ ଗୋଟିଏ ଛୋଟ ଜାଗାରେ ସାଇକେଲ ପଛରେ ବାନ୍ଧିଛନ୍ତି। ସେ ସମସ୍ତ ଗ୍ରାହକଙ୍କୁ ଖବରକାଗଜରେ ପ୍ଲେଟ୍‌ ତିଆରି କରି ସେଥିରେ ସେଥିରେ ସବୁ ସାମଗ୍ରୀ ମିଶେଇ ଜଳଖିଆ ପ୍ଲେଟ୍ ଦେଉଛନ୍ତି। ଏହି ପ୍ଲେଟ୍‌ରେ ବୃଦ୍ଧ ବ୍ୟକ୍ତି ଜଣକ କିଛି ପୋହା, ଘୁଗୁନି ଆଉ କିଛି ଚଟ୍‌ନି ଦେଉଥିବା ଆପଣ ଦେଖିପାରିବେ। ଆପଣ ଦେଖିପାରିବେ ବୃଦ୍ଧଙ୍କ ମନରେ ଟିକେ ବି ଦୁଃଖର ଝଲକ ନାହିଁ । ଭିଡିଓ ଶେଷରେ ତାଙ୍କର ମଧୁର ହସ ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ ତରଳେଇ ଦେବ।

ଖାଲି ଏତିକି ନୁହେଁ ପୋହା ବିକ୍ରି କରିବା ପରେ ସେ ମହାଜନୱାଡି ଯାଇ ସେଠାରେ ସୁରକ୍ଷାକର୍ମୀ ଭାବରେ କାମ କରନ୍ତି। ତାଙ୍କର ଦୈନନ୍ଦିନ ଖର୍ଚ୍ଚ ଓ ଔଷଧ ଖର୍ଚ୍ଚ ମଧ୍ୟ ପୂରଣ କରିବା ପାଇଁ ସେ ପୋହା ବିକ୍ରି କରନ୍ତି।

ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ “୭୦ ବର୍ଷୀୟ ଜୟନ୍ତୀ ଭୋଇ ମାତ୍ର ୨୦ ଟଙ୍କାରେ ବହୁତ ସ୍ୱାଦିଷ୍ଟ ଜଳଖିଆ ବିକ୍ରି କରନ୍ତି। ସେ ଏହାକୁ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବିକ୍ରି କରିବା ପରେ ସେ ମହାଜନୱାଡିରେ ସୁରକ୍ଷାକର୍ମୀ ଭାବରେ କାମ କରିବାକୁ ଯାଆନ୍ତି।

ଖବର ଲେଖାହେବା ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ୨ ଲକ୍ଷ ୨୦ ହଜାରରୁ ଅଧିକ ଲାଇକ୍ ଓ ୧ ହଜାରରୁ ଅଧିକ କମେଣ୍ଟ ଆସି ସାରିଥିଲା। ତେବେ ବୃଦ୍ଧଙ୍କ ଏଭଳି କଠିନ ପରିଶ୍ରମକୁ ଦେଖି ନ ପାରି ଅନେକ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ବିଷୟରେ ସୂଚନା ମାଗିଥିଲେ। କାରଣ ସେମାନେ ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି।