• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି । ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂବବର୍ଷରେ ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ଦିରର ସମ୍ପୂର୍ଣ୍ଣ ବିକାଶ ସହ ଆନୁସଙ୍ଗିକ ବିକାଶ ପାଇଁ ଡିପିଆର୍ ପ୍ରସ୍ତୁତ ହେବ । ଏହି ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବିଥିବା ଶିଶୁଟି କିଏ? ପବନପୁତ୍ରଙ୍କ ନାମ କେମିତି ହେଲା ହନୁମାନ?

Also Read

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମା' ତାରିଣୀ ମନ୍ଦିର ପରିଦର୍ଶନ କରିଥିଲେ । ମା' ତାରିଣୀଙ୍କ ସୁନାବେଶ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ପାଇଁ  ୨୧୫ କୋଟିର ଡିପିଆର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେ ଏଠାରେ ଏକ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା' ତାରୀଣୀଙ୍କ ଆଜି ବାର୍ଷିକ ଉତ୍ସବ । ଆଜି ଓଡିଆ ନବ ବର୍ଷରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା' । ଏଥିପାଇଁ ଘଟଗାଁ ପୀଠକୁ ବହୁ ସଂଖ୍ୟରେ ଭକ୍ତଙ୍କ ସମାଗମ ହୋଇଛି । 1937 ମସିହାରୁ ମହାଆଡମ୍ବରରେ ମା'ଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଆସୁଛି । 

ଆଜି ଭୋର୍ 3 ଟାରୁ ମା'ଙ୍କ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ, ଷୋଡ଼ଷ ଉପଚାର ପୂଜା ସହ ସମସ୍ତ ନୀତିକାନ୍ତି କରାଯାଇ ମା'ଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ଓଡିଆ ନବ ବର୍ଷରେ ମା' ତାରିଣୀଙ୍କ ଦର୍ଶନ ପାଇଁ ଭୋର୍ ସକାଳ ପହରରୁ ଭକ୍ତଙ୍କ ଭିଡ ଜମିଛି । 
 

ଅଧିକ ପଢ଼ନ୍ତୁ: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର