• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଘରେ ଆମେ ମଟନର ବିଭିନ୍ନ ରେସିପି ତିଆରି କରିଥାଉ । ଯେମିତିକି ମଟନ୍ ମସଲା । ମଟନ୍ କରି । କିନ୍ତୁ ଆଜି ଆମେ ମଟନର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କଡାଇ ମଟନ୍’ । ଏହି ରେସିପିଟିକୁ ବନେଇବା ଅତି ସହଜ ଅଟେ ।

‘କଡାଇ ମଟନ୍‌’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ସିଝା ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା ସିମଲା ଲଙ୍କା, ଟମାଟୋ, ଦହି, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଘିଅ, କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, କଟା ଅଦା, ଲୁଣ।

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଚୁଲିରେ କଡେଇ ବସାଇ ଘିଅ ଗରମ କରନ୍ତୁ।
  • ଘିଅ ଗରମ ହୋଇଗଲା ପରେ ସେଥିରେ ଟମାଟୋ ଓ ଅଦା-ରସୁଣ ବଟା ପକାନ୍ତୁ।
  • ଏହାପରେ ଏଥିରେ ଢାଙ୍କୁଣି ଦେଇ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ ।
  • ଏହାପରେ ଟମାଟୋ ନରମ ହୋଇ ଆସିଲେ ସେଥିରେ ସିଝା ମଟନ୍, ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ।
  • ଏହାପରେ ସେଥିରେ ଗୋଲମରିଚ ଗୁଣ୍ଡ, ସିମଲା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଏବଂ ଧନିଆ ଗୁଣ୍ଡ ପକାଇ ଭଲ କରି ଘାଣ୍ଟନ୍ତୁ।
  • ଏବେ ଏହି ମିଶ୍ରଣରେ ଦହି ପକାଇ ଗୋଳାଇ ଦିଅନ୍ତୁ ।
  • ଏହି ମସଲାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଛାଡି ଦିଅନ୍ତୁ।
  • ଏହାପରେ ଏଥିରେ କଟା ଅଦା, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଘାଣ୍ଟନ୍ତୁ।
  • ଏହାପରେ ପୁଣି ଥରେ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ।
  • ଏହାପରେ ଚୁଲି ବନ୍ଦ କରି ଦିଅନ୍ତୁ ,ଏହାକୁ ଏକ ପ୍ଲେଟକୁ କାଝି ଦିଅନ୍ତୁ
  • ଏହାପରେ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘କଡାଇ ମଟନ’। ଏହି ରେସିପିଟିକୁ ଫ୍ରାଏଡ୍ ରାଇସ୍ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।