Advertisment

ଅଟୋବାଲା ଠାରୁ କିଛି ଶିଖିଲେ ଅନୁପମ ଖେର୍‌

ଅନୁପମ ଖେର୍ ଅନେକ ସମୟରେ ସୋସିଆଲ୍ ମିଡିଆରେ ଏମିତି ସବୁ ପୋଷ୍ଟ୍ କରନ୍ତି ଯାହା ସମସ୍ତଙ୍କ ମନ କିଣିଥାଏ। ବର୍ତ୍ତମାନ ସେ ଜଣେ ଆଟୋବାଲାକୁ ନେଇ ଏମିତି ଏକ ଭିଡିଓ ଶେୟାର କରିଛନି ଯାହା ବେଶ ଭାଇରାଲ୍ ହେବାରେ ଲାଗିଛି।

author-image
Pramod Behera
Rickshaw man taught Anupam Kher recitation of Bhagwat Geeta

Rickshaw man taught Anupam Kher recitation of Bhagwat Geeta

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର୍ ଅନୁପମ ଖେର୍‌ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟଥାନ୍ତି। ସେ ଆନେକ ସମୟରେ ବେଶ ମଜ୍ଜାଦାର ମଜାଦାର ପୋଷ୍ଟ ଶେୟାର କରିଥାନ୍ତି। ଏସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି। ଅନେକ ସମୟରେ ସେ ଶିମଲା ରାସ୍ତାରେ କ୍ରିକେଟ୍ ଖେଳୁଥିବା ଦେଖାଯାଆନ୍ତି। କେତେବେଳେ ସେ ଅନିଲ କପୁରଙ୍କ ସହିତ ବିଶେଷ ମୁହୂର୍ତ୍ତ ବିତାଉଥିବା ଦେଖାଯାଆନ୍ତି।

Advertisment

ଖାଲି ଏତିକି ନୁହେଁ ଅନୁପମ କେତେବେଳେ ତାଙ୍କ ମା’ଙ୍କ ସହିତ ମଜ୍ଜାମସ୍ତି କରନ୍ତି ନଚେତ ତାଙ୍କ ପ୍ରିୟଜନଙ୍କ ସହ ନିଜର ମନ କଥାକୁ ଶେୟାର କରୁଥିବା ନଜର ଆସନ୍ତି। ଅନେକ ସମୟରେ ତାଙ୍କୁ ସର୍ବସାଧାରଣ ସ୍ଥାନରେ, ସର୍ବସାଧାରଣଙ୍କ ସହ ମଧ୍ୟ ଦେଖାଯାଏ। ଏବେ ଅନୁପମ ଖେର ସେମିଛି କିଛି କାମ କରିଛନ୍ତି ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ଅନୁପମଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରୁଥିବା ଦେଖାଯାଏ।

ନିକଟରେ ଅନୁପମ ଖେର ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଅଟୋ ଚଳାଉଥିବା ଭୂପତି ଦେବଦାସଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ତାଙ୍କ ଯାତ୍ରା ସମୟରେ ଅନୁପମ ଖେର ତାଙ୍କ ସହିତ ଅନେକ ବିଷୟକୁ ନେଇ କଥାବାର୍ତ୍ତା କରନ୍ତି। ଏହି ସମୟରେ ଅଟୋବାଲା ତାଙ୍କୁ ଭଗବତ ଗୀତା ବିଷୟରେ ଶିକ୍ଷା ଦିଅନ୍ତି। ସେ ତାଙ୍କୁ ଗୀତା ପାଠ ଶିଖାଇବା ସହ ଶେଷରେ ନିଜେ ଚଣ୍ଡି ପାଠ ମଧ୍ୟ କରିଥିଲେ। ଏହା ଶୁଣିବା ପରେ ଅନୁପମ ଖେର ତାଙ୍କ କଥାରେ ହଜିଯାଆନ୍ତି ଏବଂ ସେ ଯିବାବେଳେ କୁହନ୍ତି ଯେ ଅହୋଭାଗ୍ୟ, ଯାହା ତାଙ୍କୁ ମିଳିଲା।

Advertisment

ଏହି ଭିଡିଓକୁ ସେୟାର୍ କରିବା ସହିତ ସେ କ୍ୟାପସନ୍‌ରେ ଲେଖିଛନ୍ତି- “ମୋର ଯୋଗ କ୍ଲାସ’କୁ ଯିବା ବାଟରେ ମୁଁ ଅଟୋଡ୍ରାଇଭର # ଭୂପତିଦେବ ଦାସଙ୍କୁ ଭେଟିଲି। ତାଙ୍କ ଆଲୋଚନା ଏକ ଉତ୍ତମ ଶିକ୍ଷଣ ଅଭିଜ୍ଞତା ବୋଲି ପ୍ରମାଣିତ ହେଲା। ଭୂପତି ଦାସ ଅଟୋ ରିକ୍ସା ମଧ୍ୟ ଚଳାନ୍ତି ଏବଂ ଭଗବଦ୍ ଗୀତାଙ୍କ ଜ୍ଞାନ ମଧ୍ୟ ବଣ୍ଟନ କରନ୍ତି। ଏହି କୃଷ୍ଣ ଭକ୍ତଙ୍କ କଥା ଆପଣଙ୍କ ହୃଦୟର ଗଭୀରତମ ଜାଗାରେ ପହଞ୍ଚିପାରିବ।

ତାଙ୍କ କଥା ଶୁଣନ୍ତୁ ଏବଂ ଆମ ସଂସ୍କୃତିର ସମୃଦ୍ଧତାଙ୍କୁ ବୁଝନ୍ତୁ ଓ ତାଙ୍କର ପ୍ରଶଂସା କରନ୍ତୁ। ଜୟ ଶ୍ରୀକୃଷ୍ଣଙ୍କ। ପ୍ରକାଶଥାଉ ଯେ ଅନୁପମ ଖେରଙ୍କ ଏହି ଭିଡିଓରେ ପ୍ରଶଂସକମାନେ ଜୋରଦାର ମନ୍ତବ୍ୟ ଦେଉଛନ୍ତି। କେହି କେହି ତାଙ୍କୁ ଚମତ୍କାର କହି ପ୍ରଶଂସା କରୁଛନ୍ତି ତ ପୁଣି କେହି ତାଙ୍କ ଜ୍ଞାନକୁ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଛାଇଯାଇଛି ।

Bollywood
Advertisment
Advertisment