/odishatv-khabar/media/post_attachments/uploadimage/library/16_9/16_9_0/Gold_Rate_1744626837.jpg)
Gold Rate
ଭାରତରେ ସୁନାର ମୂଲ୍ୟ ଆକାଶଛୁଆଁ ହେଉଛି । ୧୦ ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 93,000 ଟଙ୍କା ଅତିକ୍ରମ କରିଛି । ବିଶେଷଜ୍ଞଙ୍କ ମତରେ, ସୁନା ଆହୁରି ବୃଦ୍ଧି ପାଇବା । ଗୋଟିଏ ସପ୍ତାହ ମଧ୍ୟରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି ।
୨୦୨୫ ମସିହାରେ, ସୁନା ଏ ପର୍ଯ୍ୟନ୍ତ ୨୦ ଥର ସର୍ବୋଚ୍ଚ ରେକର୍ଡ ସ୍ତରରେ ପହଞ୍ଚିଛି । ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁଁ ଲୋକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ଭାବରେ ବିବେଚନା କରୁଛନ୍ତି । ତେଣୁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଯାହାର ପ୍ରଭାବ ଘରୋଇ ବଜାର ଉପରେ ମଧ୍ୟ ଦୃଶ୍ୟମାନ ହେଉଛି । ସେହି ସମୟରେ ଆମେରିକାର ଟାରିଫ ନୀତି, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା କ୍ରୟ ଏବଂ ସୁଧ ହାର ହ୍ରାସର ଆଶା ଏହି ବୃଦ୍ଧିକୁ ଆହୁରି ଇନ୍ଧନ ଯୋଗାଉଛି ।
ଅଧିକ ପଢ଼ନ୍ତୁ: ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଆବେଦନ ? ଜାଣନ୍ତୁ, ଟିକିନିଖି ପ୍ରୋସେସ୍...
କାମା ଜୁଏଲରୀର ଏମ୍ଡି କଲିନ୍ ଶାହ ବିଶ୍ୱାସ କହିଛନ୍ତି ଯେ, 2025 ମସିହାରେ ଆମେରିକା ଫେଡ୍ ଦୁଇଥର ସୁଧ ହାର ହ୍ରାସ କରିବ ବୋଲି ଆଶା କରାଯାଉଛି, ଯାହା ଯୋଗୁଁ ସୁନା ପ୍ରତି 10 ଗ୍ରାମ 1 ଲକ୍ଷ ଟଙ୍କାରେ ପହଞ୍ଚିବାର ସମସ୍ତ ସମ୍ଭାବନା ଅଛି । ଲୋକମାନେ ସୁନାରେ ପ୍ରଚୁର ପରିମାଣରେ ନିବେଶ କରୁଥିବା ମଧ୍ୟ ଏକ କାରଣ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ, କିଛି ବିଶେଷଜ୍ଞଙ୍କ ମତରେ ସୁନା ୧ ଲକ୍ଷ ଟଙ୍କା ସ୍ତରକୁ ପହଞ୍ଚିବାକୁ ବହୁତ ସମୟ ଲାଗିବ । ଆଉ କେହି କେହି କହୁଛନ୍ତି ଆସନ୍ତା ଛଅରୁ ଦଶ ମାସ ମଧ୍ୟରେ ସୁନା ହ୍ରାସ ପାଇପାରେ । ତେବେ ଏହାରି ଭିତରେ ଅନିଶ୍ଚିତତା ଭିତରେ ଅଛନ୍ତି ଗ୍ରାହକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)