• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ଲାଗି ପଡିଛନ୍ତି କାମରେ । କିଏ ମାଟି ଚକଟୁଛି ତ ଆଉ କିଏ ମାଟି ଶୁଖାଇବାରେ ବ୍ୟସ୍ତ । କିଏ ଘୋଡା ତିଆରି କରିଛି ତ ଆଉ କିଏ ଘୋଡା ଶୁଖାଇବାରେ ବ୍ୟସ୍ତ । ଆଉ କିଏ ଘୋଡାକୁ ବିଭିନ୍ନ ପ୍ରକାର ରଙ୍ଗ ଦେଇ ଡିଜାଇନ କରିବାରେ ଲାଗି ପଡିଛନ୍ତି । ବୟସର ଅପରାହ୍ନରେ ବି ଜଣେ ବୁଢ଼ୀ ମାଉସୀ ଲାଗିପଡିଛନ୍ତି ସୁନ୍ଦର ଘୋଡା ପ୍ରସ୍ତୁlତି କାର୍ଯ୍ୟରେ । ଆଉ ଏପଟେ କଲେଜ ପଢୁଆ ଝିଅଟି ଘୋଡାକୁ ଚିତ୍ର କରିବାରେ ଲାଗି ପଡିଛି । ଏ ଦୄଶ୍ୟ ଭଦ୍ରକ ଜିଲ୍ଲା ବାସୁଦେବପୁର ଗଦି ଗାଁର କୁମ୍ଭକାର ପରିବାରଙ୍କ ବ୍ୟସ୍ତବହୁଳ ଜୀବନ କାହାଣୀ ।

ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆମାନେ ହିନ୍ଦୁ ନବବର୍ଷ ଭାବେ ପାଳନ କରିଥାନ୍ତି । ଏହି ଦିନ ବିଭିନ୍ନ ଦେବୀ ପୀଠରେ ମାଟିର ଘୋଡା ଚଢାଇଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିସହିତ ତୁଳସୀ ଚଉଁରା ଓ ପିତୄ ପୁରୁଷଙ୍କୁ ମାଟିରେ ତିଆରି ବଡାରେ ପଣା ଲାଗି କରାଯାଇଥାଏ । ମାଟି ଘୋଡା ଓ ମାଟି ବଡାର ଚାହିଦା ଥିବାରୁ ପ୍ରାୟ ମାସକ ଆଗରୁ କାମରେ ଲାଗି ପଡନ୍ତି ଗୋପବନ୍ଧୁ ନଗର ଗଦି ଗାଁର କୁମ୍ଭକାର ପରିବାର ।

ପ୍ରଥମେ ମାଟିକୁ ଆଣି ଗୁଣ୍ତ କରି ଶୁଖାଇବା ପରେ ପାଣିରେ ଭିଜା ଯାଇଥାଏ । ଏହାପରେ ଏଥିରେ କିଛି ବାଲି ମିଶାଇ ଭଲ କରି ଚକଟି କାଦୁଅ ପ୍ରସ୍ତୁତ କରାଯାଏ । ସେହି କାଦୁଅକୁ ଧରି କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଦିନ ରାତିକୁ ଏକ କରି କାମରେ ଲାଗି ପଡନ୍ତି । ପିଲାଠାରୁ ଆରମ୍ଭ କରି ବୄଦ୍ଧ ପର୍ଯ୍ୟନ୍ତ ସମସ୍ତେ ମାଟି ଘୋଡା ଓ ମାଟି ବଡା ପ୍ରସ୍ତୁତ କରିଥାନ୍ତି । ଯାହାକୁ ଖରାରେ ଶୁଖାଇବା ପରେ ଭାଟିରେ ପୋଡିବା ପରେ ଗାଁ ଗାଁ ବୁଲି ବୁଲି ବିକ୍ରି କରିଥାନ୍ତି । ଏଥିସହିତ ପଣା ସଂକ୍ରାନ୍ତି ଦିନ ବିଭିନ୍ନ ଦେବୀ ମନ୍ଦିର ଆଗରେ ମାଟି ଘୋଡ଼ା ବିକ୍ରି କରି ଦି' ପଇସା ରୋଜଗାର କରିଥାନ୍ତି । 

ତେବେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବାକୁ କୁମ୍ଭକାର ପରିବାର ମଧ୍ୟରେ ଧୀରେ ଧୀରେ ଉତ୍ସାହ କମିବାରେ ଲାଗିଛି । ଜେଜେ ବାପା ଅମଳରୁ ପରମ୍ପରା ବଞ୍ଚାଇ ରଖିବା ପାଇଁ କୁମ୍ଭକାରମାନଙ୍କ ଏପରି ଭିନ୍ନ ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଯଦି ସରକାରଙ୍କ ପକ୍ଷରୁ କୌଳିକ ବୄତ୍ତି ବଞ୍ଚାଇ ରଖିବା ପାଇଁ କିଛି ପ୍ରୋତ୍ସୋହନ ରାଶି ମିଳନ୍ତା, ତେବେ କୁମ୍ଭକାର ପରିବାର ଆଗକୁ ବଢିବା ସହ ସ୍ବାବଲମ୍ୱୀ ହୋଇପାରନ୍ତେ ।