• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦକ୍ଷିଣ ଭାରତର ପରିଚୟ ବୋର୍‌ରା ଗୁମ୍ଫା

ଦକ୍ଷିଣ ଭାରତର ପରିଚୟ ବୋର୍‌ରା ଗୁମ୍ଫା । ସ୍ଥାନୀୟ ଭାଷାରେ ଏହାକୁ ନେଇ କୁହାଯାଏ ବୋର୍‌ରା  ଗୁହାଲୁ । ଏହା ଭାରତର ପୁର୍ବତଟରେ ଅବସ୍ଥିତ ଓ ଅନନ୍ତଗିରି ହିଲ୍ସର ଅଂଶ । ଭାରତରେ ଥିବା ଗୁମ୍ଫା ଗୁଡିକ ମଧ୍ୟରୁ ଏହା ସବୁଠାରୁ ବଡ ଗୁମ୍ଫା ବୋଲି କୁହାଯାଏ । ସମୁଦ୍ର ପତ୍ତନ ଠାରୁ ପାଖାପାଖି ୨ ହଜାର ୩୧୩ ଫୁଟ ଉଚ୍ଚତାରେ ଏହା ଅବସ୍ଥିତ । ପର୍ଯ୍ୟଟକମାନେ କହିଥାଆନ୍ତି ଯେ, ଏହି ଗୁମ୍ଫା ସୁନ୍ଦରତାକୁ ନୂଆ ପରିଚୟ ଦେଇଥାଏ । ଏହାଛଡା ଏହା ସ୍ପିଲିୟୋଥେମ୍ସ ବା ଚୁନ ପଥରରେ ନିର୍ମିତ ଗୁମ୍ଫାର ଏକ ଉଦାହରଣ ।

ଗୁମ୍ଫାରେ ସୁନ୍ଦର ଆକାରର ଷେ୍ଟଲୈଗମାଇଟ୍ସ୍‌ ସହ ଷେ୍ଟଲୈକ୍ଟାଇଟ୍ସ ମଧ୍ୟ ରହିଛି । ବୋର୍‌ରା  ଗୁମ୍ଫା କାଷ୍ଟକ ଚୁନା ପଥରରେ ନିର୍ମିତ । ଏହା ୮୦ ମିଟର ଗଭୀରତା ଯାଏଁ ଯାଇଥାଏ । ଆଉ ସେହିକ୍ରମରେ ଏହା ଭାରତର ସବୁଠାରୁ ଗଭୀର ଗୁମ୍ଫା ମଧ୍ୟ ।

ଭାରତୀୟ ଭୁବୈଜ୍ଞାନିକ ସବେର୍କ୍ଷଣରେ ୱିଲିୟମ୍‌ କିଙ୍ଗ୍‌ ଜର୍ଜ ଥେ, ଯିଏ ୧୮୦୭ରେ ଭୁଲ ବଶତଃ ଏହି ଗୁମ୍ଫାକୁ ଆସିଥିଲେ । ଆଉ ସେବେ ଠାରୁ ଏହି କ୍ଷେତ୍ର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ବନିଯାଇଛି । ଅରକୁ ଘାଟୀରେ ରହିଛି ଏହି ଗୁମ୍ଫା ବିଶାଖାପଟନମ୍‌ ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଏ ଏହା ଆମ ଭାରତର ଅଦ୍ୱିତୀୟ ପ୍ରାକୃତିକ ନମୁନା ।

ବୋର୍‌ରା  ଗୁମ୍ଫା ଭଳି ଅନ୍ୟ ଗୁମ୍ଫା ଆମେରିକା ଟେକ୍ସାସ୍‌, ୟୁରୋପର ସେ୍ଲାଭାକିୟା ସହ ମେଘାଳୟରେ ମଧ୍ୟ ଦୃଶ୍ୟମାନ ହୁଏ । କିନ୍ତୁ ଏହି ବୋର୍‌ରା  କେଭକୁ ସବୁଟାରୁ ପ୍ରାଚୀନ ବୋଲି କୁହାଯାଏ । ଏଭଳି ଗୁମ୍ଫା ସାଧାରଣ ଭାବେ ନଦୀ ମାର୍ଗରେ ନିର୍ମିତ ହୋଇଥାଏ । ଯାହା କାରଣରୁ ନଦୀର ପାଣି ଏହି ଗୁମ୍ଫା ଦେଇ ଯାଇଥାଏ । ବୋର୍‌ରା  ଗୁମ୍ଫାକୁ ଗୋସ୍ଥାନୀ ନଦୀର ଉଦଗମ ସ୍ଥଳ ବୋଲି ମାନିଥାଆନ୍ତି ଲୋକମାନେ । ଏପରିକି ସେହି ନଦୀ ଏହି ଗୁମ୍ଫାରୁ ବାହାରି ବିଶାଖାପଟନମ୍‌ ଯାଇଁ ପହଁଚିଥାଏ ।

Borra cave, visakhapatnaBorra cave, visakhapatna

ସ୍ଥାନୀୟ ଲୋକମାନେ ମାନିଥାଆନ୍ତି ଯେ, ଏହା ପାଖାପାଖି ୧୦ ଲକ୍ଷ ବର୍ଷ ପୁରୁଣା ଗୁମ୍ଫା । ଏହା ପାଖାପାଖି ୨ କିଲୋମିଟର କ୍ଷେତ୍ରରେ ପରିବ୍ୟାପ୍ତ । ବୋର୍‌ରା ର ଅର୍ଥ ଛିଦ୍ର । ଏହି ଗୁମ୍ଫାର ଶୀର୍ଷରେ ଏକ ବହୁତ ବଡ ଛିଦ୍ର ରହିଛି । ଆଉ ସେହି ଛିଦ୍ର କାରଣରୁ ହି ଏହାର ନାଁ ହେଲା ବୋର୍‌ରା ଗୁମ୍ଫା । ଲୋକକଥା ଅନୁଯାୟୀ ଥରେ ଅଚାନକ ଏହି ଛିଦ୍ରରେ ଏକ ଗାଈ ପଡିଯାଇଥିଲା । ଫଳରେ ଏଠାକାର ଅଧିବାସୀ ମାନଙ୍କୁ ଏହି ଗୁମ୍ଫା ସମ୍ପର୍କରେ ଜଣାପଡିଥିଲା ।

ପରବର୍ତ୍ତୀ ସମୟରେ ଏହି ନଦୀର ଉତ୍ପତ୍ତି ସ୍ଥଳୀ ସମ୍ପର୍କରେ ମଧ୍ୟ ଜଣାପଡିଥିଲା । ଏହି ଗୁମ୍ଫାରେ ଅନୁଧ୍ୟାନ କଲେ ଜଣାପଡେ ଯେ, ଏହି ଗୁମ୍ଫାରେ ଏକ ଗାଈର ପ୍ରତିଛବି ଆକୃତି ରହିଛି, ସେଥିରୁ ସବୁବେଳେ ପାଣି ବାହାରୁଥାଏ, ଆଉ ସେହି ପାଣି ସିଧା ପଡିଥାଏ ତଳେ ବିରାଜମାନ ଥିବା ଶିବଲିଙ୍ଗ ଉପରେ ।

ବୈଜ୍ଞାନିକମାନେ ମାନିଥାଆନ୍ତି ଯେ, ଏହି ଗୁମ୍ଫାରେ ମିଳୁଥିବା ପଥରକୁ ପୁରାତନ ସମୟରେ ଅସ୍ତ୍ରଶସ୍ତ୍ର ନିର୍ମାଣରେ ବ୍ୟବହାର କରାଯାଉଥିଲା । ଝରୁଥିବା ଜଳରେ ଏହି ଗୁମ୍ଫା ନିର୍ମିତ, ତେଣୁ ସ୍ଥାନୀୟ ଲୋକମାନେ ଏହାକୁ ଜଳଭାଷା ବୋଲି କହିଥାଆନ୍ତି । କୁହାଯାଏ ଏଠାରେ ମାତା ସୀତାଙ୍କର ଶୟନକକ୍ଷ ସହ ସ୍ନାନ କକ୍ଷ ରହିଛି । ଏଠାରେ ସାଇ ବାବାଙ୍କ ବ୍ୟତୀତ ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରହିଛି ।

Borra cave, visakhapatnaBorra cave, visakhapatna

ଆଉ କୁହାଯାଏ ଯେ, ଏଠାରେ ଆଜି ବି ସୀତା ମା ହଳଦୀ ସ୍ନାନ କରିଥାଆନ୍ତି । ଏଠାରେ ମନୁଷ୍ୟର ମସ୍ତିଷ୍କ, ଭୁଟ୍ଟା ମାଙ୍କଡ, ଆରାମ କରୁଥିବା ହାତୀ, ଦୌଡୁଥିବା ଘୋଡା, ମନୁଷ୍ୟର ପାଦ ଓ ଗଦା ଭଳି ଅନେକ ଆକାରର ନିର୍ମାଣ ଦେଖିବାକୁ ମିଳେ । ଏହି ଗୁମ୍ଫାର ଗଭୀରତାରେ ଏକ ଶିବଲିଙ୍ଗ ରହିଛି । ଏହା ଉପରେ କାମଧେନୁ ଗାଈର ପ୍ରତୀମା ରହିଛି । ଏହାର ଛାତରୁ ଧୀରେ ଧୀରେ ପାଣି ମଧ୍ୟ ପ଼ଡିଥାଏ ଏହି ପ୍ରତୀମା ଉପରେ ।

ଏହି ଗୁମ୍ଫା ଭିତରେ ପର୍ଯ୍ୟଟକମାନଙ୍କୁ ଏକ ଭିନ୍ନ ଦୁନିଆର ଅନୁଭୂତି ମିଳିଥାଏ । ପର୍ଯ୍ୟଟକମାନେ କୁହନ୍ତି ଯେ, ଏହା ଭିତରେ ବୁଲିଲେ ଆପଣଙ୍କୁ ସମଗ୍ର ଦୁନିଆର ଦର୍ଶନ ମିଳିଯାଏ । ତେଣୁ ଏହି ସ୍ଥାନକୁ ଭ୍ରମଣର ଅର୍ଥ ଏକ ନିଆରା ଅନୁଭୂତିକୁ ସାଉଁଟିବା ।