• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ରସୁଣ ମାଂସ’

ଘରେ ଆମେ ମଟନର ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଦି ଆମେ ମଟନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ମାଂସ’ । ଏହି ରେସିପିଟି ବନେଇବା ଅତି ସହଜ ଅଟେ । 

‘ରସୁଣ ମାଂସ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଖାସି ମାଂସ, ଗୋଟା ରସୁଣ ବୁଦା, କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, ଧନିଆ ପତ୍ର ଓ ମାଂସକୁ ଦମ୍ ଦେବା ପାଇଁ ଅଟା ଗୁଳା।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲି ଲଗାଇ କଡେଇରେ ସୋରିଷ ତେଲ ଗରମ କରି ରଖନ୍ତୁ ।
  • ଏହାପରେ ଏକ ପାତ୍ରରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା ରସୁଣ ବଟା,ଗରମ ମସଲା, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ବୁଦା ରସୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।
  • ଏହାପରେ ସେଥିରେ ତେଜପତ୍ର, ଶୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ଅଳେଇଚ ଓ ଲବଙ୍ଗ ପରି ଗୋଟା ମସଲା ପକାନ୍ତୁ।
  • ଏହି ମସଲାରେ ଗରମ କରି ରଖିଥିବା ସୋରିଷ ତେଲ ପକାନ୍ତୁ
  • ଏହାପରେ ମାଂସକୁ ପକାଇ ପୁଣି ଭଲ ଭାବରେ ଗୋଳାଇ ଦିଅନ୍ତୁ ।
  • ଏହାପରେ ମାଟି ହାଣ୍ଡିରେ ତେଲ ମାରି ତାକୁ ଗରମ କରନ୍ତୁ ।
  • ଏହାପରେ ମସଲା ଗୋଳା ମାଂସକୁ ସେଥିରେ ପକାଇ କଷନ୍ତୁ ।
  • ଏହାପରେ ଏଥିରେ ଧନିଆ ପତ୍ର ଘୋଡ଼ଣୀ ଘୋଡ଼ାଇ ଅଟା ଚକଟାଦ୍ୱାରା ଢାଙ୍କୁଣୀକୁ ଭଲଭାବରେ ଦେଇ ଏହାକୁ ବନ୍ଦ କରି ଦିଅନ୍ତୁ ।
  • ଏହାପରେ ମାଂସ ଓ ମସଲା ଭଲଭାବେ ସିଝିବା ପାଇଁ ୪୫ ମିନିଟ୍‌ ଛାଡି ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏକ ପାତ୍ରରେ କାଢି କଟା ରସୁଣ ଓ ଧନିଆ ପତ୍ର ପକେଇ ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ର’ସୁଣ ମାଂସ’ । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।