Advertisment

ମୋ ଶ୍ୱଶୁର ଲଭ୍ ମ୍ୟାରେଜ୍ କରିଥିଲେ କିନ୍ତୁ ଆମ ବେଳକୁ ଶତ୍ରୁ ସାଜିଲେ: ତପସ୍ୱିନୀ

ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି। କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Tapaswini and Sumit Case

Tapaswini and Sumit Case

ଆସିକା: ସୁମିତକୁ ପାଇବା ପାଇଁ ତପସ୍ୱିନୀ ସବୁ ପ୍ରକାର ପରୀକ୍ଷା ଦେବାକୁ ପ୍ରସ୍ତୁତ। ୭ଦିନ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ଛାଡି କୁଆଡେ ଚାଲିଯାଇଛନ୍ତି ସୁମିତ। ତପସ୍ୱିନୀ ସୁରକ୍ଷା ପୋଲିସ ହଟାଇ ଦେଇଛି। ଚିନିଶିଳ୍ପ ଅତିଥି ଭବନର ରହଣି ଖର୍ଚ୍ଚ ତପସ୍ୱିନୀଙ୍କ ମୁଣ୍ଡ ଉପରେ। କାହିଁକିନା ସୁମିତ ପୁଣି ଛୁଟି ୨୨ତାରିଖକୁ ବଢାଇଛନ୍ତି।

Advertisment

ଏନେଇ ତପସ୍ୱିନୀ କହିଛନ୍ତି ଯେ- ମୁଁ ୩ ଦିନ ହେଲାଣି ଏଇ ଜଙ୍ଗଲରେ ଏକୁଟିଆ ପଡିକି ରହିଛି। ଖାଇବାପିଇବା କଥା ମୋ ବାପା ବୁଝୁଛନ୍ତି। ଆଜି ପ୍ରମିଳା ମା ଆସି ମୋତେ ସମ୍ବଲପୁରୀ ଶାଢୀ ଦେଇଛନ୍ତି। ଏତେ ଖୁସି ଭିତରେ ମୋତେ ଗୋଟିଏ ଦୁଃଖ ଖବର ମିଳିଲା। ମୋ ସ୍ୱାମୀ ମୋତେ ଛାଡ଼ି ଯାଇନାହାନ୍ତି ବରଂ ମୋ ଠୁ ଜବରଦସ୍ତି ଛଡ଼ାଇ ନିଆଯାଇଛି। ତାଙ୍କ ଉପରେ ଚାପ ପକାଇ ମୋ ଠୁ ଛଡାଇ ନିଆଯାଇଛି। ଏଥିରେ ମୋ ଶ୍ୱଶୂର ପ୍ରମୋଦ କୁମାର ସାହୁଙ୍କ ହାତ ରହିଛି ବୋଲି ତପସ୍ୱିନୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି। କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ। ଯଦି ତାଙ୍କ ଜୀବନରେ ଏତେ ବାଧାବିଘ୍ନ ଥାଇବି ମିଶିକି ରହିପାରୁଛନ୍ତି, ତାହା ହେଲେ ଆମେ କାହିକି ରହିପାରିବୁନି। କାହିଁକି ସୁମିତଙ୍କ ଠାରୁ ମୋତେ ଅଲଗା କରୁଛନ୍ତି ବୋଲି ଶ୍ୱଶୁରଙ୍କୁ ପ୍ରଶ୍ନ କରିଛନ୍ତି ତପସ୍ୱିନୀ। 

Advertisment

ତପସ୍ୱିନୀକୁ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରି ଯାଇଥିଲେ ମଧ୍ୟ ଅସୁସ୍ଥ ଦେଖାଇ କାର୍ଯ୍ୟରେ ଯୋଗ ନଦେବା ଘଟଣାରେ ସମାଜସେବୀ ପ୍ରମିଳା ତ୍ରିପାଠୀ କଡା ଭାଷାରେ ସମାଲୋଚନା କରିଛନ୍ତି। ପରିସ୍ଥିତି ଭଲ ହେବନି ବୋଲି,ତେଣୁ ସୁମିତକୁ ପୁଅ ଭଳି ଅନୁରୋଧ କରି ତପସ୍ୱିନୀଙ୍କ ପାଖକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି।

Love Marriage Berhmapur Bride Tapaswini
Advertisment
Advertisment