/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639566891.jpg)
Assam Manohari gold tea sold at record rs 99999 per kg at auction
ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ଲୋକମାନେ କପେ ଗରମ ଚା’ରୁ ସକାଳ ଆରମ୍ଭ କରନ୍ତି। ବିଶେଷକରି ଶୀତଦିନେ ଚା’ ପିଇବାର ମଜା ଅଲଗା। ଏବେ ତ ସମସ୍ତଙ୍କ ଘରେ ଚା’ ହେଉଥିବ। କିନ୍ତୁ ଆପଣ କ’ଣ କେବେ ଏମିତି ଚା’ ପିଇଛନ୍ତି, ଯାହାର ମୂଲ୍ୟ ଲକ୍ଷେ ଟଙ୍କା। ଆପଣ ଏହାର ଉତ୍ତର ଖାଲି ନା କହି ଦେବେନି ବରଂ କେବେ ବି ବିଶ୍ୱାସ ମଧ୍ୟ କରିବେ ନାହିଁ।
କଥା ଏମିତି ଯେ ନିକଟରେ ଆସାମର ମନୋହରୀ ଗୋଲ୍ଡ ଟି କିଲୋଗ୍ରାମ ପିଛା ୯୯,୯୯୯ ଟଙ୍କା ନିଲାମ ହେବା ପରେ ଏକ ରେକର୍ଡ ସୃଷ୍ଟି କରିଛି। ମନୋହରୀ ଗୋଲ୍ଡ ଟି ପୁଣିଥରେ ନିଜର ରେକର୍ଡ ଭାଙ୍ଗି ଏହି ଇତିହାସ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ମନୋହରୀ ଗୋଲ୍ଡ ଟିକୁ ସୌରଭ ଟି ଟ୍ରେଡର୍ସ ପ୍ରତି କିଲୋଗ୍ରାମ ପିଛା ସର୍ବାଧିକ ୯୯,୯୯୯ ଟଙ୍କାରେ ନିଲାମ ଧରି କିଣିଛି। ପ୍ରକାଶଥାଉ ଯେ ମନୋହରୀ ଗୋଲ୍ଡ ଚା ଉପର ଆସାମର ଡିବ୍ରୁଗଡ ଜିଲ୍ଲାର ମନୋହରୀ ଚା ଇଷ୍ଟେଟ୍ ଦ୍ୱାରା ଉତ୍ପାଦିତ ହୁଏ। ତେବେ ସାର୍ବଜନୀନ ଭାବେ କୌଣସି ନିଲାମରେ ଚା’ ପାଇଁ ଦିଆଯାଇଥିଲା ମୂଲ୍ୟ ଭିତରେ ଏହା ହେଉଛି ସର୍ବାଧିକ ବୋଲି କୁହାଯାଉଛି। ଏନେଇ ଏହି ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି।
GATC ଅନୁଯାୟୀ, ଏହା ହେଉଛି ଭାରତରେ ସର୍ବାଧିକ ନିଲାମ ହୋଇଥିବା ଚା’। ପ୍ରକୃତରେ ଏହି ଚା’ ଏକ ବିରଳ ପ୍ରକାରର। ସେଥିପାଇଁ ପ୍ରତ୍ୟେକ ଥର ଏହି ଚା’ ପାଇଁ ବହୁତ ଉଚ୍ଚ ଡାକ ହୋଇଥାଏ। ଏହାକୁ କିଣିଥିବା ସୌରଭ ଟି ଟ୍ରେଡର୍ସର ସିଇଓ ଏମ୍.ଏଲ୍ ମାହେଶ୍ୱରୀ କହିଛନ୍ତି ଯେ ମନୋହରୀ ଗୋଲ୍ଡ ଚା’ର ଚାହିଦା ବହୁତ ଅଧିକ କିନ୍ତୁ ଏହାର ଉତ୍ପାଦନ ବହୁତ କମ୍। ଚଳିତ ବର୍ଷ ମନୋହରୀ ଟି ଇଷ୍ଟେଟ୍ ଦ୍ୱାରା କେବଳ ଏକ କିଗ୍ରା ଚା ’ନିଲାମ କରାଯାଇଛି।
ଏହି ଚା’ କିଣିବା ପାଇଁ ଆମେ ଦୀର୍ଘ ସମୟ ଧରି ଚେଷ୍ଟା କରୁଥିଲୁ ବୋଲି ସୌରଭ ଟି ଟ୍ରେଡର୍ସ ସିଇଓ କହିଛନ୍ତି। ସେକହିଛନ୍ତି ଯେ ଚା ବାଗେନାର ମାଲିକ ବ୍ୟକ୍ତିଗତ ଭାବରେ ଏହି ଚା’କୁ ବିକ୍ରି କରିବାକୁ ମନା କରିଦେଇଥିଲେ। ଫଳରେ ସେମାନେ ଏହାର ନିଲାମରେ ସାମିଲ୍ ହେଲେ ଏବଂ କିଣିବାରେ ସଫଳ ହେଲେ ବୋଲି ସେ କହିଛନ୍ତି। ଏହି ସ୍ୱତନ୍ତ୍ର ଚା’ ଆସାମର ଡିବ୍ରୁଗଡ ଜିଲ୍ଲାରେ ଉତ୍ପାଦିତ ହୁଏ ଏବଂ ଏହା ଏକ ବିରଳ ଚା ଅଟେ। ପ୍ରକାଶଥାଉ ଯେ ଚା’ ପାଇଁ ସମଗ୍ର ବିଶ୍ୱରେ ଆସାମ ଚାହିଦା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)