''ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି । ପାଣ୍ଡିଆନଙ୍କ କଥାରେ ସେ ମିଛ କହୁଛନ୍ତି । ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା କହିବା ସବୁଠୁ ବଡ଼ ମିଛ । ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ନିର୍ବାଚନ ହାରିଛି । ବିଜେଡିରେ ନେତାମାନେ ଅଣନିଃଶ୍ୱାସୀ ହୋଇଗଲେଣି । ପର ବୁଦ୍ଧିରେ ବାଟ ଚାଲିଲେ ଘର ଭାଙ୍ଗିବ । ପାଣ୍ଡିଆନ ପାଇଁ ବିଜେଡି ଦଳର ଏପରି ବିପର୍ଯ୍ୟୟ । ତଥାପି ନବୀନ କାହିଁକି ପାଣ୍ଡିଆନଙ୍କୁ ଛାଡ଼ି ପାରୁନାହାନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି ।'' ୱାକଫ୍ ବିଲ୍କୁ ନେଇ ବିଜେଡିରେ ଚାଲିଥିବା ବିଦ୍ରୋହ ମଧ୍ୟରେ ଆଜି ଏଭଳି ବିସ୍ଫୋରକ ବୟାନ ଦେଇ ରାଜନୀତିକୁ ଆହୁରି ସରଗରମ୍ କରିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ।
#ପାଣ୍ଡିଆନ_ସବୁ_ଷଡ଼ଯନ୍ତ୍ର_କରୁଛନ୍ତି
— ଓଟିଭି (@otvkhabar) April 12, 2025
ରାଜନୀତିର ଅନ୍ୟନାମ ହେଲା ଷଡ଼ଯନ୍ତ୍ର। ଯିଏ ଯେତେ ଷଡ଼ଯନ୍ତ୍ର କରିଛି, ସେ ସେତେ ଉପରକୁ ଉଠିଛି। ମୁଁ ତ ଷଡ଼ଯନ୍ତ୍ରର ନାହିଁ। ବିଜେଡିରେ ପାଣ୍ଡିଆନ ସବୁ ଷଡ଼ଯନ୍ତ୍ର କରୁଛନ୍ତି #BJP #BJD #OTV pic.twitter.com/7z7XDUKJsE
ବିଜେଡି ଦଳରେ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନବୀନଙ୍କ ନାଲିଆଖିକୁ ଆଉ ଡରୁନାହାନ୍ତି ନେତା, ଏପରିକି ପାଣ୍ଡିଆନଙ୍କୁ ବିରୋଧ କରି ଖୋଲାଖୋଲି ବିଦ୍ରୋହ ଘୋଷଣା କରୁଛନ୍ତି । ବିଜେଡିରେ ଏଭଳି ଅଡୁଆ ପରିସ୍ଥିତି ଭିତରେ ପ୍ରସନ୍ନ ପାଟ୍ଟଶାଳୀ ନବୀନ ଓ ପାଣ୍ଡିଆନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଲୋକମାନେ ବିଜେଡି ଦଳକୁ ଫୋପାଡି ଦେଲେ । ଦଳ ନିର୍ବାଚନ ହାରିବା ପାଇଁ ପାଣ୍ଡିଆନ ଦାୟୀ । ତଥାପି ନବୀନ ତାଙ୍କୁ ଛାଡି ପାରୁନାହାନ୍ତି । ପାଣ୍ଡିଆନଙ୍କ ପାଖରେ କ’ଣ ଅଛି, ନବୀନ କାହିଁକି ଡରୁଛନ୍ତି ?
ଅଧିକ ପଢ଼ନ୍ତୁ : ଆଇନରେ ପରିଣତ ହେଲାଣି ୱକଫ୍ ବିଲ୍, ହେଲେ ବିଜେଡିରେ ତୁଟୁନି କଳି
ବିଜେଡି ଦଳରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି । ପାଣ୍ଡିଆନ ସବୁ ଷଡଯନ୍ତ୍ର କରୁଛନ୍ତି । ମୋ ବିରୋଧରେ ବି ସେ ଷଡ଼ଯନ୍ତ୍ର କରିଥିଲେ । ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲି । ମୁଁ ଚିଲିକାରୁ ଟିକେଟ୍ ଚାହୁଁଥିଲି, ଶେଷ ସମୟରେ ମୋତେ ଟିକେଟ୍ ଦେଲେନି ।
ଏହାସହିତ ପ୍ରଭାତ ତ୍ରିପାଠୀଙ୍କ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ମଧ୍ୟ ଦୁର୍ଭାଗ୍ୟଜନକ ବୋଲି କହି ନିନ୍ଦା କରିଛନ୍ତି । ନେତାଙ୍କୁ ତାଗିଦ୍ କରିବାର ଅଧିକାର କାହାର ନାହିଁ । ନବୀନଙ୍କ ଚେତାବନୀ କିଛି କାମ କରିବନି । ବିଜେଡିରେ ନେତା ଅଣନିଃଶ୍ବାସୀ ହୋଇଗଲେଣି । ପାଣ୍ଡିଆନ ଆସିବା ଦିନ ଠାରୁ ଦଳ ଧ୍ବଂସ ହୋଇଗଲା । ନବୀନ ବାବୁ ପାଣ୍ଡିଆନଙ୍କୁ ସମର୍ଥନ କରୁଥିବାରୁ ତାଙ୍କ ମାର୍କେଟ ଗଲା ବୋଲି କହିଛନ୍ତି ପ୍ରସନ୍ନ ପଟ୍ଟଶାଣୀ ।