Advertisment

Parenting Tips: ଆପଣଙ୍କ ପିଲା ବେଶି ରାଗୁଛନ୍ତି କି, ଆପଣାନ୍ତୁ ଏହି ୫ଟି ଟିପ୍ସ...

ବୟସ ବଢିବା ସହିତ ପିଲାମାନଙ୍କ ମଧ୍ୟରେ ଦୁଷ୍ଟାମି ଆଉ ଅଜବ ଗଜବ ପ୍ରକୃତି ଦେଖିବାକୁ ମିଳେ। ଅନେକ ବାପାମାଆ ଅଛନ୍ତି ପିଲାମାନଙ୍କ ଏଭଳି ମନୋବୃତ୍ତି ଦେଖି ସେମାନଙ୍କ ଉପରେ ରାଗନ୍ତି ବା ସେମାନଙ୍କୁ ପିଟନ୍ତି। କିନ୍ତୁ ବଢୁଥିବା ପିଲାମାନଙ୍କୁ ସେମାନଙ୍କୁ ଗାଳି ଦେଇ ନୀରବ କରିବା ପରିବର୍ତ୍ତେ ବୁଝାସୁଝା କରି ବାଟକୁ ଆଣିବା ଏକ ଉତ୍ତମ ବିକଳ୍ପ।

author-image
Pramod Behera
ଅଦ୍ୟତନ ହୋଇଛି
5 parenting tips child will not get angry or argue

5 parenting tips child will not get angry or argue

ସବୁ ବାପାମାଆ ନିଜ ପିଲାମାନଙ୍କ ପାଇଁ ଚିନ୍ତା କରିଥାନ୍ତି ଆଉ ସେମାନଙ୍କୁ ଠିକ ଭାବେ ପାଳନ ପୋଷଣର ଦାୟିତ୍ୱ ନେଇଥାନ୍ତି। ତେବେ ଗୋଟିଏ ପିଲାକୁ ମଣିଷ କରିବା ଏତେ ସହଜ ନୁହେଁ। କାରଣ ଛୋଟ ବାଳକଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ। ବୟସ ବଢିବା ସହିତ ସେମାନଙ୍କ ମଧ୍ୟରେ ଦୁଷ୍ଟାମି ଆଉ ଅଜବ ଗଜବ ପ୍ରକୃତି ଦେଖିବାକୁ ମିଳେ। ଧୀରେ ଧୀରେ ସେମାନଙ୍କର ମନୋଭାବରେ ପରିବର୍ତ୍ତନ ଦେଖାଦିଏ ଯେପରିକି ବଡମାନଙ୍କୁ ପରିହାସ କରିବା ଏବଂ ସେମାନଙ୍କୁ ଅସମ୍ମାନ କରିବା ଭଳି ସ୍ୱଭାବ ଦେଖାଯାଏ।

Advertisment

ଏପରି ପରିସ୍ଥିତିରେ, ବାପାମାଆ କିଛି ବୁଝିବା ପୂର୍ବରୁ, ସେମାନେ ପ୍ରତ୍ୟେକ କଥାରେ ଯୁକ୍ତିତର୍କ କରିବା ଏବଂ ରାଗିବାକୁ ଆରମ୍ଭ କରନ୍ତି। ଅନେକ ବାପାମାଆ ଅଛନ୍ତି ପିଲାମାନଙ୍କ ଏଭଳି ମନୋବୃତ୍ତି ଦେଖି ସେମାନଙ୍କ ଉପରେ ରାଗନ୍ତି ବା ସେମାନଙ୍କୁ ପିଟନ୍ତି। କିନ୍ତୁ ବଢୁଥିବା ପିଲାମାନଙ୍କୁ ସେମାନଙ୍କୁ ଗାଳି ଦେଇ ନୀରବ କରିବା ପରିବର୍ତ୍ତେ ବୁଝାସୁଝା କରି ବାଟକୁ ଆଣିବା ଏକ ଉତ୍ତମ ବିକଳ୍ପ। କାରଣ ପିଲାମାନେ ଯୌବନାବସ୍ଥାରେ ପ୍ରବେଶ କରିବା ମାତ୍ରେ ବିଦ୍ରୋହୀ ହେବା ଆରମ୍ଭ କରନ୍ତି। ତେବେ ଆସନ୍ତୁ ଜାଣିବା ଏହି ପିଲାମାନଙ୍କୁ କିପରି ନିୟନ୍ତ୍ରଣ କରାଯାଇପାରିବ।

ପିଲାମାନଙ୍କୁ ବୁଝିବା:

ବିଦ୍ରୋହୀ ପିଲାମାନଙ୍କୁ ଗାଳି ଦେବା କିମ୍ବା ମରିବା ପରିବର୍ତ୍ତେ ବୁଝେଇବା ଉଚିତ। ହୁଏତ ପିଲାମାନଙ୍କର ଅସଦାଚରଣ ଆପଣଙ୍କୁ ଅସୁବିଧାରେ ପକାଇପାରେ। କିନ୍ତୁ ସେମାନଙ୍କ କ୍ରୋଧକୁ ନିଜ କ୍ରୋଧରେ ପରିଚାଳନା କରିବା ବୁଦ୍ଧିମାନ ନୁହେଁ। ଏପରି ପରିସ୍ଥିତିରେ ଆପଣଙ୍କୁ ନିଜକୁ ଶାନ୍ତ କରିବାକୁ ପଡିବ ଏବଂ ସେମାନଙ୍କ କ୍ରୋଧକୁ ଯୁକ୍ତିଯୁକ୍ତ ଭାବରେ ବୁଝିବାକୁ ଚେଷ୍ଟା କରିବାକୁ ପଡିବ।

Advertisment

ପିଲାମାନଙ୍କର ଏହି ଅବସ୍ଥାରେ ସେମାନଙ୍କଠାରେ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଘଟେ। ଏପରି ପରିସ୍ଥିତିରେ, ଅବଶ୍ୟ ଆପଣ ନିଜ ପିଲାମାନଙ୍କୁ ସବୁବେଳେ ରାଗିବା ନେଇ ପସନ୍ଦ କରି ନ ପାରନ୍ତି। କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଧୈର୍ଯ୍ୟର ସହ ସେମାନଙ୍କୁ ବୁଝିବାକୁ ପଡିବ।

ପିଲାମାନଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର:

ଯଦିଓ ପିଲାମାନେ ନିଜର ବ୍ୟକ୍ତିତ୍ୱର ବିକାଶ କରନ୍ତି ତଥାପି ସେମାନେ ବଡମାନଙ୍କ ଠାରୁ କିଛି ଶିଖନ୍ତି। ଏପରି ପରିସ୍ଥିତିରେ, ସବୁବେଳେ ସେମାନଙ୍କ ସହିତ ଶାନ୍ତ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ କରିବା ଜରୁରୀ। ଯଦି ଆପଣ ସେମାନଙ୍କ ଉପରେ ରାଗିବେ, ପାଟି କରିବେ, ମାରଧର କରିବେ ତେବେ ସେମାନେ ଓଲଟା ଜବାବ ଦେଇପାରନ୍ତି। ଏଭଳି ବାରମ୍ବାର ହେଲେ ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଏହା ପରେ ସେମାନଙ୍କୁ ହିଂସ୍ର କରିପାରେ। ଯଦି ସେମାନଙ୍କୁ ଶାନ୍ତ ଭାବେ ବୁଝାଯାଏ ତେବେ ଏହା ସେମାନଙ୍କ ସାମାଜିକ ବିକାଶରେ ସହଯୋଗ କରିବ।

ପିଲାମାନଙ୍କ ସହ ରହିବା:

ପିଲାମାନଙ୍କ ଠାରେ ଘଟୁଥିବା ପରିବର୍ତ୍ତନ ପ୍ରତି ବାପାମାଆ ବିଶେଷ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିଛି ବାପାମାଆ ଏହି ପରିବର୍ତ୍ତନକୁ ସାଧାରଣ ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସେମାନଙ୍କର ସମସ୍ୟା ସହିତ ସଂଗ୍ରାମ କରିବାକୁ, ସେହି ସମସ୍ୟାରୁ ବାହାରିବା ପାଇଁ ସେମାନଙ୍କୁ ଏକୁଟିଆ ଛାଡିଦିଅନ୍ତି।

ଏହା କରିବା ଠିକ୍ ନୁହେଁ, କାରଣ ଏହା କଲେ ସେମାନେ ଭୁଲ ରାସ୍ତାରେ ଯାଇପାରନ୍ତି। ଏପରି ପରିସ୍ଥିତିରେ, ସେମାନଙ୍କ ପାଇଁ କିଛି ନିୟମ ପ୍ରସ୍ତୁତ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ପିଲାମାନେ ସେହି ନିୟମକୁ ମାନିବେ। ଫଳରେ ପିଲାମାନେ ବୁଦ୍ଧିମାନ ହେବେ।

ପିଲାମାନଙ୍କ ସାଙ୍ଗମାନଙ୍କ ଉପରେ ନଜର:

ବାପାମାଆ ଭାବରେ, ସବୁବେଳେ ମନେ ରଖିବା ଉଚିତ୍ ଯେ ପିଲାମାନେ କେଉଁଭଳି ସାଙ୍ଗମାନଙ୍କ ସହିତ ମିଶୁଛନ୍ତି। କାରଣ ଏହା ହେଉଛି ସେହି ସମୟ ଯେତେବେଳେ ପିଲାମାନେ ନଷ୍ଟ ହୋଇଯାଆନ୍ତି। ଏପରି ପରିସ୍ଥିତିରେ, ଆପଣ ସମୟ ସମୟରେ ସେମାନଙ୍କ ସାଙ୍ଗମାନଙ୍କୁ ଘରକୁ ନିମନ୍ତ୍ରଣ କରିବା ଉଚିତ। ସେମାନଙ୍କୁ ବାହାରେ ମଧ୍ୟ ଭେଟିବା ଉଚିତ। ସେମାନଙ୍କ ବାପାମାଆଙ୍କ ସହିତ ମଧ୍ୟ କଥାବାର୍ତ୍ତା ହେବା ଦରକାର। ସେମାନଙ୍କ ଶିକ୍ଷକମାନଙ୍କୁ ଭେଟିବା ଉଚିତ। ଏହା କରିବା ଦ୍ୱାରା ପିଲାମାନଙ୍କୁ ଖରାପ ସଙ୍ଗରେ ପଡ଼ିବାରୁ ରକ୍ଷା କରାଯାଇ ପାରିବ।

ମନୋବଳ ନ ଭାଙ୍ଗିବା:

ଯଦି ତୁମର ପିଲା କିଛି କାମରେ ବିଫଳ ହୁଏ କିମ୍ବା କିଛି ବିଷୟକୁ ନେଇ ଦୁଃଖ କରେ, ତେବେ ସେମାନଙ୍କୁ ଉପଦେଶ ଦେବାରୁ ଦୂରେଇ ରହିବା ଉଚିତ। କାରଣ ଏହାର ଅନୁତାପ ପିଲାମାନଙ୍କୁ ମଧ୍ୟ ହୋଇଥାଏ। ଯଦି ଆପଣ ସେମାନଙ୍କୁ ଗାଳି ଦିଅନ୍ତି, ସେମାନେ ଅନୁଭବ କରିବେ ଯେ ବାପାମାଆ ସେମାନଙ୍କ ଭାବନାକୁ ବୁଝିବାରେ ସକ୍ଷମ ନୁହଁନ୍ତି। ଏପରି ପରିସ୍ଥିତିରେ, ସେମାନଙ୍କୁ ଉତ୍ସାହିତ କରନ୍ତୁ, ସେମାନଙ୍କୁ ସାହସ ଦିଅନ୍ତୁ ଏବଂ ପରବର୍ତ୍ତୀ ସମୟରେ ସଫଳ ହେବାକୁ କୁହନ୍ତୁ। ଏହା କରିବା ଦ୍ୱାରା, ବିଦ୍ରୋହୀ ପିଲାମାନେ ଧୀରେ ଧୀରେ ବୁଝିବା ସୁଝିବାର ହୋଇଯିବେ ଏବଂ ସେମାନଙ୍କର ଲକ୍ଷ୍ୟ ମଧ୍ୟ ହାସଲ କରିବେ।

Parental Control Parents Guide
Advertisment
Advertisment