Advertisment

Decomposed Woman's Body Found in Drain: ସ୍ତ୍ରୀକୁ ହତ୍ୟା କରି ଡ୍ରେନରେ ଫିଙ୍ଗିଥିଲା ସ୍ୱାମୀ, ଧରା ପକାଇଦେଲା ନାକ ଫୁଲ !

ପ୍ରାୟ ଏକ ମାସ ପୂର୍ବରୁ ଦିଲ୍ଲୀର ଏକ ଡ୍ରେନ୍‌ରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହଟି କାହାର ତାହା ଜାଣିବା ପାଇଁ ପୋଲିସ ଆରମ୍ଭ କରି ଦେଇଥିଲା ତଦନ୍ତ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ସ୍ତ୍ରୀକୁ ମାରି ଡ୍ରେନ୍‌ରେ ଫିଙ୍ଗିଥିଲା

ସ୍ତ୍ରୀକୁ ମାରି ଡ୍ରେନ୍‌ରେ ଫିଙ୍ଗିଥିଲା

ସ୍ତ୍ରୀକୁ ମାରି ଡ୍ରେନରେ ଫିଙ୍ଗିଥିଲା । ଧରାଇ ଦେଲା ନାକ ନୋଥ । ମାସକ ପରେ ଗିରଫ ହେଲା ଅଭିଯୁକ୍ତ ସ୍ବାମୀ । ଦୀର୍ଘ ଦିନର ସସପେନ୍ସ ପରେ ଏମିତି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବାରେ ସକ୍ଷମ ହୋଇଛି ଦିଲ୍ଲୀ ପୋଲିସ ।

Advertisment

ପ୍ରାୟ ଏକ ମାସ ପୂର୍ବରୁ ଦିଲ୍ଲୀର ଏକ ଡ୍ରେନ୍‌ରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହଟି କାହାର ତାହା ଜାଣିବା ପାଇଁ ପୋଲିସ ଆରମ୍ଭ କରି ଦେଇଥିଲା ତଦନ୍ତ । ଡ୍ରେନରେ ପଡ଼ି ମହିଳାଙ୍କ ଶରୀର ସଢ଼ି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା। ହେଲେ ସେ ପିନ୍ଧିଥିବା ନାକଫୁଲ ଯୋଗୁ ପୋଲିସକୁ ଅଭିଯୁକ୍ତ ସ୍ବାମୀ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛି । ମହିଳାଙ୍କ ମୃତଦେହ ମିଳିବାର ପ୍ରାୟ ୧୫ ଦିନ ପରେ ମହିଳାଙ୍କ ପରିଚୟ ପାଇଥିଲା ପୋଲିସ । ତାଙ୍କ ନାଁ ସୀମା ସିଂହ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ବାମୀ ପାଖରେ ପହଞ୍ଚିଛି।

ଅଧିକ ପଢ଼ନ୍ତୁ: ତତ୍କାଳ ବୁକିଂରେ ବଡ଼ ପରିବର୍ତ୍ତନ, ଏବେ କ୍ୟାନସଲ୍‌ ହେଲେ ପାଇବେ ଟଙ୍କା...

Advertisment

ଗତ ମାର୍ଚ୍ଚ ୧୫ ତାରିଖରେ ଦିଲ୍ଲୀର ଏକ ଡ୍ରେନ୍‌ରୁ ସୀମାଙ୍କ ମୃତଦେହ ମିଳିଥିଲା । ଏକ ବେଡ୍‌ସିଟ୍‌ରେ ମୃତଦେହକୁ ଗୁଡ଼ାଯାଇ ବସ୍ତାରେ ପୁରାଇ ଫିଙ୍ଗା ଯାଇଥିଲା । ତେବେ ମହିଳାଙ୍କ ନାକଫୁଲରୁ ହତ୍ୟା ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛି ପୋଲିସ । ଜବତ ନାକଫୁଲକୁ ନେଇ ଦକ୍ଷିଣ ଦିଲ୍ଲୀର ଏକ ଅଳଙ୍କାର ଦୋକାନରେ ପୋଲିସ ପହଞ୍ଚିଥିଲା । ରେକର୍ଡ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ନାକଫୁଲଟି ଦିଲ୍ଲୀର ଜଣେ ପ୍ରପର୍ଟି ଡିଲର ଅନିଲ କୁମାର କିଣିଥିଲେ। ଯିଏ ଗୁରୁଗ୍ରାମର ଏକ ଫାର୍ମ ହାଉସରେ ରୁହନ୍ତି।

ଏହା ପରେ ଅନିଲ କୁମାରଙ୍କ ଫାର୍ମ ହାଉସରେ ପହଞ୍ଚିଥିଲା ପୋଲିସ । ଆଉ ଜାଣିବାକୁ ପାଇଲା ଯେ, ସୀମା ସିଂହ ତାଙ୍କ ପତ୍ନୀ । ଯେତେବେଳେ ସୀମାଙ୍କ ବିଷୟରେ ପୋଲିସ ଅନିଲଙ୍କୁ ପଚାରିଥିଲା, ଫୋନ୍ ବିନା ସୀମା ବୃନ୍ଦାବନ ଯାଇଥିବା କଥା ଅନିଲ କହିଥିଲା । ଯାହାକି ପୋଲିସର ସନ୍ଦେହ ବଢ଼ାଇଥିଲା। ଏହା ପରେ ପୁଲିସ ଦ୍ୱାରକାରେ ଥିବା ଅନିଲ କୁମାରଙ୍କ ଅଫିସରେ ପହଞ୍ଚି ଏକ ଡାଏରୀରୁ ତାଙ୍କ ଶାଶୁଙ୍କ ନମ୍ବର ପାଇଥିଲା। ସୀମାଙ୍କ ପରିବାର ସହିତ ଯୋଗାଯୋଗ କରିବାରୁ ତାଙ୍କ ଭଉଣୀ ବବିତା କହିଥିଲେ ଯେ, ମାର୍ଚ୍ଚ ୧୧ ତାରିଖରୁ ଆମେ ସୀମାଙ୍କ ସହ କଥା ହୋଇ ପାରୁନାହୁଁ। ସୀମା ଜୟପୁରରେ ଅଛି ଏବଂ ଏବେ ସେ କାହା ସହ କଥା ହେବାକୁ ଚାହୁନାହିଁ ବୋଲି ଆମକୁ ଅନିଲ କହିଥିଲେ। ଏହି କାରଣ ପାଇଁ ଆମେ ପୋଲିସରେ ବି ଅଭିଯୋଗ କଲୁନାହିଁ। ସବୁ ବୟାନ ମିଳିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଅନିଲ କୁମାର ଓ ଅଙ୍ଗରକ୍ଷୀ ଶିବ ଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Delhi Police Delhi Murder Case
Advertisment
Advertisment