Advertisment

Encounter in Chhattisgarh: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ହାର୍ଡକୋର୍ ମାଓବାଦୀ ନିହତ । ଏବେ ବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଅପରେସନ ।

author-image
Namita Biswal
ଅଦ୍ୟତନ ହୋଇଛି
Encounter in Chhattisgarh

Encounter in Chhattisgarh

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ପୋଲିସକୁ ବଡ଼ ସଫଳତା । ଦାନ୍ତେୱାଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ପୋଲିସର ଏନକାଉଣ୍ଟରରେ  ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକ ମାଓବାଦୀ ମୃତାହତ ହୋଇଥିବା ନେଇ ଆଶଙ୍କା କରାଯାଉଛି । ସର୍ଚ୍ଚ ଅପରେସନ ପରେ ସଂପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

ଇନ୍ଦ୍ରାବତୀ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଜଣାପଡିବା ପରେ STF, DRG ଏବଂ CRPF କୋବ୍ରା ଯବାନ ଅପରେସନ ଆରମ୍ଭ କରିଥିଲେ । ସକାଳ ପ୍ରାୟ ୯ଟାରୁ ଇନ୍ଦ୍ରାବତୀ ଜଙ୍ଗଲରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ଯବାନଙ୍କ ଏନକାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ଅପରେସନ ଜାରି ରହିଛି । ଅପରେସନରେ ୪୦୦ରୁ ଉର୍ଦ୍ଧ୍ୱ ଯବାନ ନିୟୋଜିତ ରହିଛନ୍ତି ।

ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଛତିଶଗଡରେ ପୃଥକ୍ ପୃଥକ୍ ଏନକାଉଣ୍ଟରରେ ୧୩୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେଥିମଧ୍ୟରୁ କେବଳ ବସ୍ତର ଡିଭିଜନରେ ୧୨୧ ଜଣ ମାଓବାଦୀଙ୍କ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । 

Advertisment

ଅଧିକ ପଢ଼ନ୍ତୁ: ଦାଦାକୁ ହାଣିଲା, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା...

Maoist Anti Naxal Operation Encounter In Chhattisgarh
Advertisment
Advertisment