• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଗଣନା ବା କାଉଣ୍ଟ୍ କରନ୍ତୁ

ବିଭିନ୍ନ ନୀତିଶାସ୍ତ୍ରରେ କ୍ରୋଧ ଉପରେ ଅନେକ ତଥ୍ୟ ଦିଆ ଯାଇଛି l କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ ଏପରି କିଛି କାର୍ଯ୍ୟ କରି ବସେ ଯାହା ନିଜପାଇଁ କ୍ଷତିକାରକ ହୋଇଥାଏ । କ୍ରୋଧଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ । ଗୀତାର ଉପଦେଶରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କ୍ରୋଧଠାରୁ ଦୁରେଇ ରହିବ ପାଇଁ ସନ୍ଦେଶ ଦେଇଛନ୍ତି l ବିଦ୍ୱାନ ମାନଙ୍କ ମତରେ ଯୋଗ୍ୟ ବ୍ୟକ୍ତି କଦାପି କ୍ରୋଧ କରି ନଥାଏ l ତେବେ ଚାଲନ୍ତୁ ଜାଣିବା କ୍ରୋଧକୁ ନେଇ ଶାସ୍ତ୍ରରେ କଣ ରହିଛି ଉପଦେଶ ।

  • କ୍ରୋଧରେ ବ୍ୟକ୍ତିର ଚେତନା ଶକ୍ତି ନଷ୍ଟ ହୋଇଯାଏ ଯାହା ତା ପାଇଁ କ୍ଷତିକାରକ ଅଟେ
  • କ୍ରୋଧ ସମୟରେ ବ୍ୟକ୍ତିର ଏପରି କିଛି କାର୍ଯ୍ୟକଳାପ ତାକୁ ଅସୁବିଧାରେ ପକାଇଥାଏ ଯାହା ଜୀବନରେ ଉଚିତ ଶିକ୍ଷା ପାଇବା ଭଳି ହୋଇଥାଏ ।
  • ବିଦ୍ୱାନ ମାନେ କହିଛନ୍ତି ମଣିଷର ବଡ଼ ଶତ୍ରୁ ହେଉଛି କ୍ରୋଧ କାରଣ କ୍ରୋଧ ଅହଂକାରକୁ ବଢ଼ିଥାଏ ।
  • ଅହଂକାରୀ ବ୍ୟକ୍ତି ନିଜର ସର୍ବନାଶ କରିବା ସହିତ ଅନ୍ୟ ମାନଙ୍କର ମଧ୍ୟ ସର୍ବନାଶ କରେ l
  • କ୍ରୋଧଠାରୁ ସର୍ବଦା ଦୁରେଇ ରହିବ ପାଇଁ ପ୍ରୟାସ କରିବା ଆବଶ୍ୟକ କାରଣ କ୍ରୋଧୀ ବ୍ୟକ୍ତି ଠାରୁ ସମସ୍ତେ ଦୂରତା ରଖି ସମ୍ପର୍କ ରଖନ୍ତି l
  • କ୍ରୋଧ କରୁଥିବା ବ୍ୟକ୍ତିକୁ ଅନ୍ୟମାନେ ଭୟ କରିଥାନ୍ତି l କାରଣ ସେ ଅନ୍ୟ ମାନଙ୍କ ଉପରେ ପ୍ରଭୁତ୍ୱ ଜାହିର କରି ଡରାଇ ରଖିବାକୁ ଚେଷ୍ଟା କରିଥାଏ l
  • କ୍ରୋଧକୁ ଜ୍ଞାନ ,ସଂସ୍କାର ଓ ଆଧ୍ୟାତ୍ମିକ ଭାବ ଦ୍ୱାରା ଦୂର କରାଯାଇ ପାରିବ l ଯେଉଁ ବ୍ୟକ୍ତି ମାନବ ଜୀବନକୁ ଠିକରେ ଉପଯୋଗ କରି ପାରିଲା ସେଭଳି ବ୍ୟକ୍ତି କ୍ରୋଧଠାରୁ ଦୁରେଇ ରହିଥାନ୍ତି l

କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ:

  • କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଗଣନା ବା କାଉଣ୍ଟ୍ କରନ୍ତୁ । ଏହି ଭଳି ନମ୍ବର କାଉଣ୍ଟ କରିବା ଦ୍ନାରା ଆପଣଙ୍କ ହୃଦୟର ଗତି ଧୀର ହୋଇଯିବ ଏବଂ ଆପଣଙ୍କ କ୍ରୋଧ ହ୍ରାସ ପାଇବ ।
  • ରାଗ ସମୟରେ ଏକ ଦୀର୍ଘ ନିଶ୍ୱାସ ନିଅନ୍ତୁ । ନାକରୁ ଧୀର, ଗଭୀର ନିଶ୍ୱାସ ନେଇ ଏବଂ କିଛି କ୍ଷଣ ପାଇଁ ପାଟିରୁ ବାହାର କରି ସେହି ଧାରାକୁ ଓଲୋଟାଇ କରନ୍ତୁ । ଏହା ଦ୍ୱାରା ରାଗ ଆସ୍ତେ ଆସ୍ତେ କମ୍ ହୋଇଥାଏ ।
  • ରାଗ ସମୟ ପରେ ଅଳ୍ପ ସମୟ ଚୁପଚାପ୍ ରୁହନ୍ତୁ । କାହା ସହିତ କଥାବାର୍ତା ନକରି ନିଜ ମସ୍ତିଷ୍କକୁ ଥଣ୍ଡା କରନ୍ତୁ ।