• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୪ ତାରିଖ, ମଙ୍ଗଳବାର, ବିଛା ୨୯ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ଏକାଦଶୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ମାନସମ୍ମାନ, ପଦମର୍ଯ୍ୟାଦା ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଅର୍ଥଲାଭ ଦେଖାଦେବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି।
ପ୍ରତିକାର- ଗ୍ରାମ ଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

ବୃଷ: ବ୍ୟବସାୟରେ ବ୍ୟୟ ଅଧିକ ହୋଇପାରେ। ବନ୍ଧୁଙ୍କ ସହିତ ଅର୍ଥ କାରବାରକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। କୌଣସି ଏକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ିବ ଏବଂ ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି।

ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ମିଥୁନ: ପାରିବାରିକ ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟ ପାଇଁ ଦୂରସ୍ଥାନକୁ ଭ୍ରମଣ କରିବେ ଏବଂ ଲାଭ ପାଇପାରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ଉନ୍ନତି କରିବେ। 
ପ୍ରତିକାର- ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ 

କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ଏବଂ ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ଶ୍ରୀ ଗଣେଶଙ୍କ ପାଖରେ ୭ଟି ଧଳା ଅପରାଜିତା ଫୁଲ ଚଢାନ୍ତୁ

ସିଂହ: ପିଲାମାନଙ୍କର ବ୍ୟବହାରକୁ ନେଇ ବାପାମା’ମାନେ ଦୁଃଖ ଅନୁଭବ କରିବେ। ବହୁଦିନର ବିଚାରଧୀନ ମାଲି ମୋକଦ୍ଦମାରେ ଜୟଯୁକ୍ତ ହୋଇପାରନ୍ତି। ବହୁଦିନର ଆଶା ପୂରଣ ହେବ ଏବଂ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। 
ପ୍ରତିକାର- ମଥାରେ ଚନ୍ଦନ ଧାରଣ କରନ୍ତୁ

କନ୍ୟା: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କିନ୍ତୁ ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ନୃତ୍ୟ ଓ ଅଭିନୟ ଦିଗରେ ମାନ ସମ୍ମାନ ପ୍ରାପ୍ତି ହେବ।
ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ

ତୁଳା: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ମିଳିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ।
ପ୍ରତିକାର- ଶ୍ରୀ ଗଣେଷଙ୍କ ପାଖରେ ଲଡୁ ଭୋଗ କରନ୍ତୁ

ବିଛା: ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢାଇବେ। ଧାରକରଜ କରିବାକୁ ପଡ଼ିପାରେ ଓ ଗୁପ୍ତ ଶତ୍ରୁଙ୍କର କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ।
ପ୍ରତିକାର- ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଧନୁ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ଅର୍ଥ କାରବାରକୁ ନେଇ ମାନସିକ ଚାପରେ ରହିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ମାନସମ୍ମାନ ପ୍ରାପ୍ତି ହେବ।
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ମକର: କର୍ମକ୍ଷେତ୍ରରେ କୌଣସି ଏକ ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧି ହେବ। ଘର ପାଇଁ କୌଣସି ଯାନବାହାନ କିଣିବା ପାଇଁ ସୁଯୋଗ ରହିଛି। ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହେବେ। ବହୁ ଦିନର ଦୂର ବନ୍ଧୁଙ୍କ ସହିତ ମିଳନ ହେବ।
ପ୍ରତିକାର- ୭ଟି ନୀଳ ଅପରାଜିତା ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ

କୁମ୍ଭ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ନୂତନ ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟୀମାନଙ୍କର ଲାଭ ବୃଦ୍ଧି ହୋଇପାରେ। ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ।
ପ୍ରତିକାର-  ଶ୍ରୀ ହନୁମତେ ନମଃ ମନ୍ତ୍ରକୁ ଜପ କରନ୍ତୁ

ମୀନ: ବ୍ୟବସାୟରେ ଅର୍ଥଲାଭ ହେବାରୁ ନୂତନ ଜାଗା କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ନିନ୍ଦିତ ଓ ଅପମାନିତ ହୋଇପାରନ୍ତି
ପ୍ରତିକାର-  ଗ୍ରାମଦେବୀଙ୍କ ବେଢାକୁ ୭ଥର ପରିକ୍ରମା କରନ୍ତୁ