Advertisment

India Pakistan Economic Decision: ପହଲଗାମ୍ ନରସଂହାରର ପ୍ରତିଶୋଧ ନେବ ଭାରତ; ଆଜି ୪ଟାରେ ବଡ଼ ଘୋଷଣା

୨୦୧୯ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଠାରୁ MOST FAVOURED STATUS-MFN ଷ୍ଟାଟସ୍ ପ୍ରତ୍ୟାହାର କରିଥିଲା ଭାରତ। MFN ଷ୍ଟାଟସ୍ ଦ୍ୱାରା ଦ୍ୱିପାକ୍ଷିକ ବ୍ୟବସାୟରେ ସ୍ୱତନ୍ତ୍ର ରିହାତି, ସୁବିଧା ମିଳିଥାଏ ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

pakistan

ପାକିସ୍ତାନ ବିରୋଧରେ ଅପରାହ୍ନ ୩ଟାରେ ହୋଇପାରେ ବଡ଼ ଘୋଷଣା। କ୍ୟାବିନେଟ୍ ମିଟିଂ ନିଷ୍ପତ୍ତି ନେଇ ଆସିବ ସୂଚନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି। ଆଜି ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ୪ଟି ବଡ଼ ବୈଠକ। ପ୍ରଥମେ CCS ବୈଠକ ବସିଥିଲା। ପରେ CCPA ,CCEA ଓ କ୍ୟାବିନେଟ୍ ବୈଠକ ବସିଥିଲା।

Advertisment

ଅଧିକ ପଢ଼ନ୍ତୁ: ସେନା ଘୋଷଣା କଲା ପୁରସ୍କାର ରାଶି; ହାସିମ୍‌ ମୂଷାର ସୁରାକ ଦେଲେ ମିଳିବ ୨୦ଲକ୍ଷ

ଏହି ୪ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ବସିଛି ରୁଦ୍ଧ ଦ୍ୱାର ବୈଠକ। କ୍ୟାବିନେଟ୍ ମିଟିଂ ପରେ କ’ଣ ବଡ଼ ଘୋଷଣା କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଭାରତ ପାକିସ୍ତାନ ବିରୋଧରେ କୁଟନୈତିକ ପରେ ଅର୍ଥନୈତିକ ଷ୍ଟ୍ରାଇକ୍ ନେଇ ବଡ଼ ନିଷ୍ପତ୍ତି ହୋଇପାରେ ଅନୁମାନ କରାଯାଉଛି ।

Advertisment

୨୦୧୯ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଠାରୁ MOST FAVOURED STATUS-MFN ଷ୍ଟାଟସ୍ ପ୍ରତ୍ୟାହାର କରିଥିଲା ଭାରତ। MFN ଷ୍ଟାଟସ୍ ଦ୍ୱାରା ଦ୍ୱିପାକ୍ଷିକ ବ୍ୟବସାୟରେ ସ୍ୱତନ୍ତ୍ର ରିହାତି, ସୁବିଧା ମିଳିଥାଏ ।

ଆସନ୍ତୁ ଜାଣିବା ଭାରତ-ପାକିସ୍ତାନ ମଧ୍ୟରେ ବ୍ୟବସାୟ-

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସତ୍ତ୍ୱେ ପରୋକ୍ଷ ଭାବରେ ଭାରତୀୟ ସାମଗ୍ରୀ ପାକିସ୍ତାନରେ ପହଞ୍ଚିଥାଏ। ଦୁବାଇ, ସିଙ୍ଗାପୁର ଏବଂ କଲମ୍ବୋ ବନ୍ଦର ଦେଇ ଭାରତୀୟ ସାମଗ୍ରୀ ପାକିସ୍ତାନ ଯାଇଥାଏ। ତଥ୍ୟ ଅନୁସାରେ ବର୍ଷକୁ ୧୦ ବିଲିୟନ ଡଲାର ମୂଲ୍ୟର ଭାରତୀୟ ସାମଗ୍ରୀ ପାକିସ୍ତାନ ଯାଇଥାଏ। ଫୁଲ, ଫଳ, ପନିପରିବା, ଅର୍ଗାନିକ୍ କେମିକାଲ୍ସ, ଔଷଧୀୟ ସାମଗ୍ରୀ, ଚିନି, କଫି, ମସଲା, ପେଟ୍ରୋଲିୟମ ପଦାର୍ଥ, ପ୍ଲାଷ୍ଟିକ୍, ରବର, ଏବଂ ଅଟୋ ପାର୍ଟସ, ଇଲେକଟ୍ରୋନିକ୍ସ ଏବଂ ଇ-କମର୍ସ ଭାରତରୁ ପାକିସ୍ତାନକୁ ରପ୍ତାନୀ ହୋଇଥାଏ। ତୃତୀୟ ଦେଶ ଜରିଆରେ ଏହା ରପ୍ତାନୀ ହୋଇଥାଏ। ଏ ସବୁ ରପ୍ତାନୀକୁ ବନ୍ଦ କରିବା ଲାଗି ଭାରତ ଯୋଜନା କରୁଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଜାନୁଆରିରୁ ଏପ୍ରିଲ୍ ମଧ୍ୟରେ ଭାରତ ପାକିସ୍ତାନକୁ ୪୪୭.୬୫ ନିୟୁତ ଡଲାର ସାମଗ୍ରୀ ରପ୍ତାନୀ କରିଥିଲା। ତେବେ ପାକିସ୍ତାନଠାରୁ ଜିରୋ ଦଶମିକ ୪୨ ନିୟୁତ ଡଲାର ସାମଗ୍ରୀ ଆମଦାନୀ କରିଥିଲା ଭାରତ।

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ହାତରେ ଥିଲା ଚୀନ ତିଆରି ଡିଭାଇସ ଓ ଆପ୍

PM Modi PMO Pahalgam Terrorist Attack Pahalgam Attack
Advertisment
Advertisment