Advertisment

Pakistani Commando Abu Hassem Musa in Kashmir: ସେନା ଘୋଷଣା କଲା ପୁରସ୍କାର ରାଶି; ହାସିମ୍‌ ମୂଷାର ସୁରାକ ଦେଲେ ମିଳିବ ୨୦ଲକ୍ଷ

ମୂଷାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ଭାରତୀୟ ସେନା। ହେଲେ ମୂଷା କୌଣସି ପ୍ରକାର ପାକିସ୍ତାନକୁ ଖସିଯିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି। ମୂଷାକୁ ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନା ପକ୍ଷରୁ ଘୋଷଣା କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
pakistan

pakistan

ହିନ୍ଦୁ ରକ୍ତରେ ହୋଲି ଖେଳିଥିବା ପାକିସ୍ତାନ ମିଲିଟାରୀ ଦ୍ୱାରା କମାଣ୍ଡୋ ତାଲିମପ୍ରାପ୍ତ ଆତଙ୍କୀ ହାସିମ୍‌ ମୂଷା ଭାରତରେ ଲୁଚିଛି। ପହଲଗାମ୍‌ ହମଲା ପରେ ମୂଷା ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଥିବା ଜଣାଯାଇଛି। ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ହାତରେ ଥିଲା ଚୀନ ତିଆରି ଡିଭାଇସ ଓ ଆପ୍

ମୂଷାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ଭାରତୀୟ ସେନା। ହେଲେ ମୂଷା କୌଣସି ପ୍ରକାର ପାକିସ୍ତାନକୁ ଖସିଯିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି। ମୂଷାକୁ ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନା ପକ୍ଷରୁ ଘୋଷଣା କରାଯାଇଛି।

Advertisment

ପାକିସ୍ତାନୀ ବଂଶୋଦ୍ଭବ ହାସିମ ମୂଷା ଓରଫ ଆସିଫ ଫୌଜି ଓରଫ ସୁଲେମାନ ପୂର୍ବରୁ ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସ SSGର କମାଣ୍ଡୋ ଥିଲା। ସେ ମିଲିଟାରୀ ଦ୍ୱାରା ତାଲିମପ୍ରାପ୍ତ। ହାସିମ ମୂଷା ଏବେ ଲସ୍କର-ଏ-ତୋଇବା ପାଇଁ କାମ କରୁଛି । ଗୁଇନ୍ଦା ସୂଚନା ଅନୁସାରେ, ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନ ତାକୁ ସ୍ବତନ୍ତ୍ର ମିଶନରେ ପଠାଇଥିଲେ । ଏଥିପାଇଁ ତାକୁ ସ୍ୱତନ୍ତ୍ର ଭାବରେ ତାଲିମ ଦେଇ ଛଡ଼ାଯାଇଥିଲା । ପାକିସ୍ତାନର ସ୍ପେଶାଲ୍ ସର୍ଭିସ ଗ୍ରୁପ୍-SSG ଦ୍ବାରା ହାସିମ୍ ମୂଷାକୁ ତାମିଲ ଦିଆଯାଇଛି ।

ଗୁଇନ୍ଦା ତଥ୍ୟରୁ ଏକଥା ବି ସାମନାକୁ ଆସିଛି ଯେ, ସେ ପୂର୍ବରୁ କାଶ୍ମୀରରେ ୩ଟି ଆଟାକରେ ସାମିଲ ଥିଲା ।

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ପାଣି ବନ୍ଦ କଲେ ଭାରତର ହେବ କି କ୍ଷତି… ଜାଣନ୍ତୁ ସମ୍ଭାବ୍ୟ ପରିଣାମ

Pakistan Pahalgam Terrorist Attack Pahalgam Attack
Advertisment
Advertisment