ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ପରେ ସୁରକ୍ଷା ବଳୟ ଭିତରେ ରହିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛି । ଜୟଶଙ୍କରଙ୍କୁ ବର୍ତ୍ତମାନ ଡଜନରୁ ଅଧିକ CRPF କମାଣ୍ଡୋଙ୍କ ଦ୍ୱାରା ‘Z’ କ୍ୟାଟାଗୋରି ସୁରକ୍ଷା ମିଳୁଥିବା ବେଳେ ଏଥର ‘Z’ ସୁରକ୍ଷା ସହ ଅତିରିକ୍ତ ବୁଲେଟପ୍ରୁଫ୍ ଗାଡ଼ି ମିଳିବ। ଭାରତ-ପାକିସ୍ତାନ ଉତ୍ତେଜନା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ଅକ୍ଟୋବର ୨୦୨୪ରେ ଏସ ଜୟଶଙ୍କରଙ୍କ ସୁରକ୍ଷାକୁ ‘Y’ କ୍ୟାଟାଗୋରିରୁ ‘Z’ କ୍ୟାଟାଗୋରି କୁ ଉନ୍ନୀତ କରାଯାଇଥିଲା । ଦେଶରେ ବର୍ତମାନ ୨୧୦ ଜଣ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଏହି Z’ କ୍ୟାଟାଗୋରି ସୁରକ୍ଷା ମିଳୁଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ, କଂଗ୍ରେସର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କୁ ଏହି ସୁରକ୍ଷା ପ୍ରଧାନ କରୁଛନ୍ତି କେନ୍ଦ୍ର ସରକାର ।
ଅଧିକ ପଢ଼ନ୍ତୁ:ଓଡିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ !
Also Read
ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ରେ କୂଟନୈତିକ ଆଭିମୁଖ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଏସ ଜୟଶଙ୍କର । ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଆଡ୍ଡା ଉପରକୁ ଆକ୍ରମଣ କରିଥିଲା ଭାରତ । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା । ମେ ୧୦ରେ ଉଭୟ ପକ୍ଷର ଆଲୋଚନା ପରେ ଅସ୍ତ୍ରବିରତି ବନ୍ଦ ରହିଥିଲା ।