Advertisment

ନ୍ୟୁୟର୍କକୁ ଆସୁଛି ବଡ଼ ବିପଦ, ସତ ହେଲେ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ !

ବର୍ତ୍ତମାନ ଏହି କୁବେର ନଗରୀକୁ ଘନ ଧୂଆଁର ଆସ୍ତରଣ ଗିଳିଥିବା ବେଳେ, ଆଗାମୀ ଦିନରେ ଆହୁରି ଏକ ବଡ଼ ବିପଦ ମାଡ଼ିଆସୁଥିବା ଆଶଙ୍କା କରାଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
New York sinking under its own weight

New York sinking under its own weight

ଖାଲି ପ୍ରଦୂଷଣ ନୁହେଁ, ଆଗାମୀ ଦିନରେ ନ୍ୟୁୟର୍କ ପାଇଁ ଆହୁରି ଏକ ବଡ଼ ବିପଦ ମାଡ଼ିଆସୁଥିବା ଆଶଙ୍କା କରାଯାଉଛି। ଯଦି ଏହି ଆଶଙ୍କା ସତରେ ପରିଣତ ହୁଏ, ତେବେ ବିଶ୍ବର ଏହି ସର୍ବାଧିକ ବିତ୍ତଶାଳୀ ନଗରୀ ଦିନେ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯାଇପାରେ। ଇତିହାସ ପାଲଟିପାରେ ଆମେରିକାର ଏହି ବୃହତ୍ତମ ସହର ।

Advertisment

ନ୍ୟୁୟର୍କ... ବିଶ୍ବର ବିତ୍ତଶାଳୀ ଦେଶ... ଆମେରିକାର ପୂର୍ବତଟରେ ଥିବା ଏହି ବାଣିଜ୍ୟିକ ରାଜଧାନୀରେ ରହନ୍ତି ପ୍ରାୟ ସାଢ଼େ ୩ ଲକ୍ଷ ସୁପର୍ ରିଚ୍ ବା କୁବେର ଶ୍ରେଣୀର ବ୍ୟକ୍ତି । ନ୍ୟୁୟର୍କରେ ରହିଛି ବିଶ୍ବ ବାଣିଜ୍ୟ କେନ୍ଦ୍ର ସମେତ ପ୍ରାୟ ୧୦ ଲକ୍ଷ ବିଶାଳ ତଥା ସୁଉଚ୍ଚ ଅଟ୍ଟାଳିକା । ତେବେ ବର୍ତ୍ତମାନ ଏହି କୁବେର ନଗରୀକୁ ଘନ ଧୂଆଁର ଆସ୍ତରଣ ଗିଳିଥିବା ବେଳେ, ଆଗାମୀ ଦିନରେ ଆହୁରି ଏକ ବଡ଼ ବିପଦ ମାଡ଼ିଆସୁଥିବା ଆଶଙ୍କା କରାଯାଉଛି।

ତାହା ବାୟୁ ପ୍ରଦୂଷଣ ନୁହେଁ। ମାଟି ତଳୁ ଆସିପାରେ ଏହି ବିପଦ। ଗବେଷକ ଆଶଙ୍କା କରୁଛନ୍ତି ଯେ, ନ୍ୟୁୟର୍କ ସହର ନିଜ ଓଜନ ଯୋଗୁଁ ହିଁ କ୍ରମାଗତ ଡୁବିବାରେ ଲାଗିଛି । ସହରରେ ଥିବା ସୁଉଚ୍ଚ ଅଟ୍ଟାଳିକା ଗୁଡ଼ିକର ଓଜନ ଯୋଗୁଁ ହିଁ ଏହା ପୋତି ହେବାରେ ଲାଗିଛି।

Advertisment

ପ୍ରତିବର୍ଷ ୧ରୁ ୨ ମିଲିମିଟର ଧସୁଛି ନ୍ୟୁୟର୍କ ସହର। ସହରର ଏଭଳି କିଛି ଅଞ୍ଚଳ ରହିଛି, ଯାହାକି ଅତି ତୀବ୍ର ବେଗରେ ରସାତଳଗାମୀ ହେବାରେ ଲାଗିଛି। ସେହିସବୁ ଅଞ୍ଚଳରେ ପ୍ରାୟ ୮୦ ଲକ୍ଷ ଲୋକ ବସବାସ କରନ୍ତି । ଏହିସବୁ ଅଞ୍ଚଳ ସମୁଦ୍ର ତଟରେ ରହିଛି ଏବଂ ତାହା ଜଳମଗ୍ନ ହେବାର ଆଶଙ୍କା ସବୁବେଳେ ଲାଗି ରହିଛି। 

ଆମେରିକାର ଭୂତତ୍ତ୍ବ ବିଭାଗର ଗବେଷକ ଜାଣିବାକୁ ପାଇଛନ୍ତି ଯେ, ସହରର ୧୦ ଲକ୍ଷ ଅଟ୍ଟାଳିକାର ଓଜନ ପ୍ରାୟ ୭୪ ହଜାର ୪ଶହ କୋଟି କିଲୋଗ୍ରାମ। ରାସ୍ତା, ପୋଲ, ରେଳଲାଇନ ଓ ଅନ୍ୟ ନିର୍ମାଣ ମିଶିଲେ ସହରର ଓଜନ ଆହୁରି ବେଶ୍ ଅଧିକ। ତେବେ ଏତେ ଓଜନ ସହିପାରୁ ନାହିଁ ନ୍ୟୁୟର୍କର ଭୂତଳ। ଏଠାକାର ଭୂଭାଗ ବାଲି, କାଦୁଅ ଓ ମାଟିକୁ ନେଇ ଗଠିତ ହୋଇଥିବାରୁ ତାହା ଧୀରେ ଧୀରେ ମାଟି ତଳେ ପୋତିହେବାରେ ଲାଗିଛି । ଏଥିସହିତ ଲଗାତାର ଖନନ, ଡ୍ରେନେଜ, ବଡ଼ ବଡ଼ ମେସିନରେ ଡ୍ରିଲିଂ କରାଯିବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି । ମେନହଟନ ସହର ଏବେ ସମୁଦ୍ର ପତ୍ତନରୁ ମାତ୍ର ୧ରୁ ୨ ମିଟର ଉପରେ ରହିଛି । ତେଣେ ଇଣ୍ଡୋନେସିଆର ଜାକର୍ତ୍ତା ୨୦୫୦ ମସିହା ବେଳକୁ ସମୁଦ୍ରରେ ବୁଡ଼ିସାରିଥିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

New York City
Advertisment
Advertisment