Advertisment

"ଯିଏ ଲାଞ୍ଚ ମାଗିବ, ତା’ର ଭିଡିଓ/ ଅଡିଓ ରେକର୍ଡ କରି ମୋତେ ପଠାଅ"

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଆମ୍ ଆଦମୀ ଦଳର ଭଗୱନ୍ତ ମାନ୍‌ ଆଜି ଟ୍ୱିଟ୍‌ ମାଧ୍ୟମରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ହେଲ୍ପ ଲାଇନ ନମ୍ବରଟି ମୋର ପର୍ସନାଲ ହ୍ୱାଟସଆପ ନମ୍ବର ରହିବ।

author-image
Otv Khabar Bureau
Bhagwant Mann

Bhagwant Mann

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ମାନ୍ । ସହିଦ ଭଗତ ସିଂହଙ୍କ ଜନ୍ମମାଟି ଖଟକର କାଲାନ୍‌ରେ ଶପଥ ଗ୍ରହଣ କରିଥିଲେ ଭଗୱନ୍ତ ମାନ୍‌ । ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସମେତ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ।

Advertisment

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଆମ୍ ଆଦମୀ ଦଳର ଭଗୱନ୍ତ ମାନ୍‌ ଆଜି ଟ୍ୱିଟ୍‌ ମାଧ୍ୟମରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ହେଲ୍ପ ଲାଇନ ନମ୍ବରଟି ମୋର ପର୍ସନାଲ ହ୍ୱାଟସଆପ ନମ୍ବର ରହିବ। ଯଦି କେହି ଆପଣଙ୍କୁ ଲାଞ୍ଚ ମାଗିବେ, ତା’ହେଲେ ତା’ର ଭିଡିଓ/ ଅଡିଓ ରେକର୍ଡ କରି ମୋତେ ପଠାଇ ଦେବେ ବୋଲି ସେ କହିଛଛନ୍ତି।

ଗତକାଲି ଶପଥ ଗ୍ରହଣ କରିଥିବା ମାନ୍‌ କହିଛନ୍ତି ଯେ, ସେ ଗୋଟିଏ ଦିନ ନଷ୍ଟ କରିବାକୁ ଚାହୁଁନାହାନ୍ତି । ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଜନ୍ମ ବାର୍ଷିକୀ ମାର୍ଚ୍ଚ ୨୩ ରେ ଏହି ହେଲ୍ପଲାଇନ ନମ୍ବର ଲାଗୁ କରାଯିବ।

Advertisment

ସେ ଟ୍ୱିଟରେ ଆହୁରି କହିଛନ୍ତି ଯେ, "ମୁଁ କୌଣସି ସରକାରୀ କର୍ମଚାରୀଙ୍କୁ ଧମକ ଦେଉ ନାହିଁ, କାରଣ ୯୯ ପ୍ରତିଶତ ସରକାରୀ କର୍ମଚାରୀ ସଚ୍ଚୋଟ ଅଟନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ୧ ପ୍ରତିଶତ କର୍ମଚାରୀ ଦୁର୍ନୀତିଗ୍ରସ୍ତ ଅଟନ୍ତି। ଯେଉଁମାନେ ବ୍ୟବସ୍ଥାକୁ ବିଶୃଙ୍ଖଳିତ କରୁଛନ୍ତି”।

ମାନ୍‌ କହିଛନ୍ତି ଯେ, ଏହି ନମ୍ବରଟି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ଲାଗୁ କରାଯାଉଛି, ଏହି ନମ୍ବର ମାଧ୍ୟମରେ ଯେକୌଣସି ଲୋକ ଦୈନନ୍ଦିନ କାର୍ଯ୍ୟ ପାଇଁ ଲାଞ୍ଚ ଦାବି କରୁଥିବା କିମ୍ବା ଅନ୍ୟାନ୍ୟ ଦୁଷ୍କର୍ମ ମାମଲାରେ ଜଡିତ ଥିବା ଅଭିଯୋଗ କରିପାରବେ। ଏହାପରେ ସେହି ଅଧିକାରୀଙ୍କୁ କଠୋର ଦଣ୍ତ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମାନ୍‌ଙ୍କ ଏହି ଟ୍ୱିଟକୁ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରି-ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “ପଞ୍ଜାବର ଲୋକଙ୍କୁ ବହୁତ ବହୁତ ଶୁଭେଚ୍ଛା। ଏବେ ପଞ୍ଜାବରେ ଆଉ ଲାଞ୍ଚଖୋର ଚଳିବ ନାହିଁ।”

Bhagwant Mann Anti-Corruption Helpline
Advertisment
Advertisment