Advertisment

ପୁଣି କବାଟ ଠକ୍‌ ଠକ୍‌ କଲାଣି କରୋନା, ନୂଆ ରୂପରେ କରୁଛି ବିସ୍ତାର

ଏବେ ଇସ୍ରାଏଲରେ ଠାବ ହୋଇଛି କୋଭିଡ୍‌ର ଏକ ନୂଆ ଭ୍ୟାରିଆଣ୍ଟ । ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Covid New Varriant

Covid New Varriant

ପୁଣି ଝଟ୍‌କା ଦେଲାଣି କରୋନା । ଆସିଲାଣି ନୂଆ ରୂପରେ । ଯାହାକୁ ନେଇ ଏବେ ପୁଣି ଚିନ୍ତା ବଢ଼ିଛି । ଗୋଟିଏ ପଟେ କରୋନାରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ୍‌ ପରେ ଭ୍ୟାକ୍ସିନ୍‌ ପ୍ରସ୍ତୁତ ଚାଲିଥିବା ବେଳେ ନୂଆ ନୂଆ ରୂପରେ ଆସୁଛି ଏହି ଭୂତାଣୁ ।

Advertisment

ଏବେ ଇସ୍ରାଏଲରେ ଠାବ ହୋଇଛି କୋଭିଡ୍‌ର ଏକ ନୂଆ ଭ୍ୟାରିଆଣ୍ଟ । ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡ୍‌ର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନ୍‌ର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ତେବେ କୋଭିଡ୍‌ର ନୂଆ ଭ୍ୟାରିଆଣ୍ଟ ଯାହା ଦୁଇ ପ୍ରକାର ଭ୍ୟାରିଆଣ୍ଟକୁ ଏକାଠି କରେ ତାହା ପୂର୍ବରୁ ଡେଲ୍ଟାକ୍ରନ୍‌ରେ ଦେଖିବାକୁ ମିଳିଥିଲା । ଡେଲ୍ଟାକ୍ରନ୍‌ରେ କୋଭିଡ୍‌ର ଡେଲ୍ଟା ଭ୍ୟାରିଆଣ୍ଟ ଏବଂ ଓମିକ୍ରନ୍ ମିଶି ରହିଥିଲା । ତେବେ ଇସ୍ରାଏଲ୍‌ରେ ଠାବ ନୂଆ ଭ୍ୟାରିଆଣ୍ଟରେ କେବଳ ଓମିକ୍ରନ୍ ଭ୍ୟାରିଆଣ୍ଟର ୨ଟି ସବ୍‌ଭ୍ୟାରିଆଣ୍ଟ ରହିଥିବା କୁହାଯାଉଛି । ତେବେ ଏହି ଆକ୍ରାନ୍ତଙ୍କୁ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକ ପଡ଼ିନଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଅନ୍ୟପଟେ ବିଭିନ୍ନ ଦେଶରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବା ଆରମ୍ଭ ହୋଇଛି । ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଦେଶ କରୋନା ପାଇଁ ଲାଗିଥିବା କଟକଣା ହଟାଇବାରେ ଲାଗିଛନ୍ତି । ସେହିପରି ଟେଷ୍ଟ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ହ୍ରାସ କରି ଦେଇଛନ୍ତି । ଏପରି ସ୍ଥିତି ଲାଗି ରହିଲେ, ଆଗକୁ ସ୍ଥିତି ଅତ୍ୟନ୍ତ ବିପଦଜନକ ହୋଇପାରେ। ତେଣୁ ରାଷ୍ଟ୍ରଗୁଡ଼ିକ କରୋନା ଭାଇରସ ପ୍ରତି ସତର୍କ ରହିବା ଦରକାର ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’ ପକ୍ଷରୁ କୁହାଯାଇଛି।

ଦୀର୍ଘ ଦେଢ଼ ମାସ ପରେ ଗତ ସପ୍ତାହରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ସ୍ଥିତିକୁ ଦେଖି ଚାଇନା ଲକଡାଉନ ମଧ୍ୟ ଜାରି କରିଛି। ଏସବୁ ଭିତରେ ହୁ’ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, ସଂକ୍ରମଣ ବୃଦ୍ଧି ପାଇଁ ଏକାଧିକ କାରଣ ରହିଛି । ଓମିକ୍ରନ ଓ ଏହାର ସବ ଭାରିଏଣ୍ଟ ବିଏ.୨ ଏବେ ବିଭିନ୍ନ ଦେଶରେ କାୟା ବିସ୍ତାର କରିଛି । 

ଚୀନ୍, ୟୁରୋପ, ଆମେରିକା । ପୁଣି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ । ଚୀନ୍‌ରେ ଦୈନିକ ସଂକ୍ରମଣ ୩ ହଜାର ଟପିଥିବା ବେଳେ, ଏହା ପଛରେ ଷ୍ଟେଲ୍ଥ ଓମିକ୍ରନ୍ ବା ସହଜରେ ଠାବ ହେଉନଥିବା ଓମିକ୍ରନ୍ ଭ୍ୟାରିଆଣ୍ଟର ଅଧିକ ଭୂମିକା ଥିବା ଆଶଙ୍କା କରାଯାଉଛି । ସେଠାରେ ପୁଣି ନୂଆ ଲହର ଆସିବା ପରେ, ସଂକ୍ରମଣ ହୁ ହୁ ବଢ଼ୁଛି । ଉତ୍ତର-ପୂର୍ବ ଚୀନ୍‌ର ଜିଲିନ ପ୍ରାନ୍ତରେ ସଂକ୍ରମଣ ଅଧିକ ରହିଛି । ସେଠାରୁ ସର୍ବାଧିକ ୨ ହଜାର ୬୦୧ ମାମଲା ରିପୋର୍ଟ ହୋଇଛି । ଚୀନ୍‌ର କିଛି ସହରରେ ଲକ୍‌ଡାଉନ୍ ଲଗାଯିବା ସହ ବିଭିନ୍ନ ବନ୍ଦରରେ କୋଭିଡ୍ କଟକଣା କଡ଼ା କରାଯାଇଛି ।

COVID-19 Corona Virus
Advertisment
Advertisment