Advertisment

ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ !

କରୋନା ବେଳେ ଘରକୁ ଯାଇଥିବା ଛାତ୍ରଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଗାଯୋଗ ରଖିବା କଥା ତାସତ୍ତ୍ୱେ ପିଲା ମାନେ ଚିଙ୍ଗୁଡ଼ି ଫାର୍ମରେ କାମ କରିବାକୁ କିପରି ଗଲେ ? ପିଲାଙ୍କ ମୃତ୍ୟୁ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ରାଜ୍ୟରେ ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ ରହିଛି, ତାହା ସାମ୍ନାକୁ ଆସିବା ଜରୁରୀ ବୋଲି ପ୍ରଦୀପ ଦୋହରାଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Congress leader Pradeep Majhi

Congress leader Pradeep Majhi

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ୬ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି କଂଗ୍ରେସ। ସଟ୍ ସର୍କିଟ୍ ଯୋଗୁଁ ନୁହେଁ ଅନ୍ୟ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି। ଘଟଣାର ଅନୁଧ୍ୟାନ କରି ଫେରିଥିବା କଂଗ୍ରେସ ଟିମ୍ ଏପରି ଅନୁଭବ କରିଥିବା କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ମୃତ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ଆଦିବାସୀ ଆବାସିକ ବିଦ୍ୟାଳୟର। ତେଣୁ ଏମାନେ କିପରି ସେଠି ପହଞ୍ଚିଲେ ସେ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣି ପାରିଲେନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ମାଝୀ।

Advertisment

କରୋନା ବେଳେ ଘରକୁ ଯାଇଥିବା ଛାତ୍ରଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଗାଯୋଗ ରଖିବା କଥା ତାସତ୍ତ୍ୱେ ପିଲା ମାନେ ଚିଙ୍ଗୁଡ଼ି ଫାର୍ମରେ କାମ କରିବାକୁ କିପରି ଗଲେ ? ପିଲାଙ୍କ ମୃତ୍ୟୁ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ରାଜ୍ୟରେ ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ ରହିଛି, ତାହା ସାମ୍ନାକୁ ଆସିବା ଜରୁରୀ ବୋଲି ପ୍ରଦୀପ ଦୋହରାଇଛନ୍ତି। ଗତମାସ ଆନ୍ଧ୍ରର ଗୁଣ୍ଡୁରର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହୋଇ ୬ ଜଣ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ପିଲାମାନେ ମୋବାଇଲ କିଣି ପାଠ ପଢ଼ିବା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଆନ୍ଧ୍ର ଯାଇଥିଲେ।

Advertisment
Odisha Congress
Advertisment
Advertisment