ଶ୍ୱାସକ୍ରିୟାରେ ବ୍ୟତିକ୍ରମ କାରଣରୁ ଆସ୍ଥମା ଭଳି ସମସ୍ୟା ଦେଖାଯାଏ। କେତେକ ସ୍ଥିତିରେ ଆସ୍ଥମା ରୋଗୀଙ୍କ ପାଇଁ ନିଶ୍ୱାସ ନେବାରେ କଷ୍ଟ ହୋଇଯାଏ। ଏହି ସ୍ଥିତିରେ ତୁରନ୍ତ ଚିକିତ୍ସା ଆବଶ୍ୟକ କରେ। ଯେଉଁମାନଙ୍କର ଆସ୍ଥମା ସମସ୍ୟା ଦେଖାଯାଏ ସେମାନଙ୍କୁ ଖାଦ୍ୟ, ଜୀବନଶୈଳୀ ଓ ଦିନଚର୍ଯ୍ୟା ଉପରେ ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇପଡେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯୋଗ-ବ୍ୟାୟାମକୁ ନିତ୍ୟକର୍ମରେ ସାମିଲ୍ କରିବା ଦ୍ୱାରା ଏହା ଆସ୍ଥମାକୁ ରୋକିବାରେ ସାହାଯ୍ୟ କରିଥାଏ। ଏପରି ଅନେକ ଯୋଗାସନ ରହିଛି ଯାହା ବାୟୁପଥକୁ ଖୋଲିବାରେ ସାହାଯ୍ୟ କରେ ଏବଂ ଫୁସ୍ଫୁସ୍କୁ ସୁସ୍ଥ ରଖେ, ଯାହାଦ୍ୱାରା ଆଜ୍ମା ରୋଗର ଲକ୍ଷଣ ଗମ୍ଭୀର ରୂପ ନେବା ପୂର୍ବରୁ ଲଗାମ ଦିଆଯାଇପାରେ।
Also Read
ପ୍ରାଣାୟମ:
ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଶ୍ୱାସକ୍ରିୟାଜନିତ କିଛି ବ୍ୟାୟାମ ଅଭ୍ୟାସ କରନ୍ତି, ତେବେ ଭବିଷ୍ୟତରେ ଆସ୍ଥମା କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ହେବାର ଆଶଙ୍କା କମିଯାଏ। ଆସ୍ଥମା ରୋଗୀଙ୍କ ପାଇଁ ପ୍ରାଣାୟାମ ଅଭ୍ୟାସ ବିଶେଷ ଲାଭଦାୟକ। କପାଳଭାତି ସହିତ ଭସ୍ତ୍ରିକା ପ୍ରାଣାୟାମ ଅଭ୍ୟାସ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଫୁସ୍ଫୁସ୍କୁ ମଜବୁତ କରିବା ସହିତ ଶ୍ୱାସକ୍ରିୟାକୁ ସହଜ କରିଦିଏ।
ଭୁଜଙ୍ଗାସନ:
ଭୁଜଙ୍ଗାସନ ଅଭ୍ୟାସ ଆସ୍ଥମା ରୋଗୀଙ୍କ ପାଇଁ ଅନେଇ ଫାଇଦା ହୋଇଥାଏ। ଏହି ଯୋଗ ଛାତି ଓ ଫୁସ୍ଫୁସ୍କୁ ଖୋଲି ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ, ଯାହା ଆସ୍ଥମା ରୋଗୀଙ୍କ ପାଇଁ ଜରୁରୀ ବୋଲି ବିବେଚନା କରାଯାଏ।
ପଶ୍ଚିମୋତ୍ତାନାସନ:
ବସିକି ଆଗକୁ ଭାଙ୍ଗି ହେବାର ଏହି ବ୍ୟାୟାମ ଫୁସ୍ଫୁସ୍ ଓ ପେଟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ। ଏହି ଆସନର ଅଭ୍ୟାସ ଶ୍ୱାସକ୍ରିୟାରେ ଜଟିଳତାକୁ ହ୍ରାସ କରିବାରେ ଏବଂ ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ପେଟରେ ଗଚ୍ଛିତ ଚର୍ବିକୁ ହ୍ରାସ କରେ ଏବଂ ମେରୁଦଣ୍ଡର ପ୍ରସାରଣରେ ମଧ୍ୟ ସାହାଯ୍ୟ କରେ।
ପଦ୍ମାସନ:
ଆସ୍ଥମା ଓ ଶ୍ୱାସକ୍ରିୟାରେ ପୀଡିତ ଲୋକଙ୍କ ପାଇଁ ପଦ୍ମାସନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଫୁସ୍ଫୁସ୍କୁ ସୁସ୍ଥ ରଖିବା ସହିତ ଏହି ଆସନ ତଳ ପିଠି ଏବଂ ପିଚାର ମାଂସପେଶୀ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ମେରୁଦଣ୍ଡର ବ୍ୟତୀକ୍ରମକୁ ହ୍ରାସ କରିବା ସହିତ ଅଣ୍ଟା-ପିଠି ସମସ୍ୟାରୁ ମୁକ୍ତି ଦିଏ। ଏହା ସହିତ ଦୀର୍ଘ ଶ୍ୱାସ ନେବାରେ ସାହାଯ୍ୟ କରେ।