Advertisment

ବୃକ୍ଷାସନ ମନକୁ ସୁସ୍ଥ ଓ ସନ୍ତୁଳିତ ରଖେ; ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା

ଯୋଗ କରିବା ଦ୍ୱାରା ଶାରୀରିକ ସମନ୍ୱୟ ଏବଂ ଏକାଗ୍ରତା ଠିକ୍ ରହିଥାଏ। ବୃକ୍ଷାସନ ଏପରି ଏକ ଅତ୍ୟନ୍ତ ଉପକାରୀ ଆସନ, ଯାହା ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ।

author-image
Pramod Behera
ଅଦ୍ୟତନ ହୋଇଛି
Vrikshasana yogasana benefits

Vrikshasana yogasana benefits

ନିୟମିତ ଭାବେ ଯୋଗସନ ଅଭ୍ୟାସ ସାମଗ୍ରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ବହୁତ ସହାୟକ ହୋଇଥାଏ। ଯୋଗାସନର ଅଭ୍ୟାସ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରେ। ଯୋଗ କରିବା ଦ୍ୱାରା ଶାରୀରିକ ସମନ୍ୱୟ ଏବଂ ଏକାଗ୍ରତା ଠିକ୍ ରହିଥାଏ। ବୃକ୍ଷାସନ ଏପରି ଏକ ଅତ୍ୟନ୍ତ ଉପକାରୀ ଆସନ, ଯାହା ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ।

Advertisment

ବୃକ୍ଷାସନ ଅଭ୍ୟାସ ବେଳେ ଶରୀରର ସ୍ଥିତିକୁ ଗଛ ପରି କରିବାକୁ ହୁଏ। ଏହା ଶରୀରର ଉତ୍ତମ ସନ୍ତୁଳନ ଏବଂ ସମନ୍ୱୟ ଆବଶ୍ୟକ କରେ। ଏହି ଆସନର ନିୟମିତ ଅଭ୍ୟାସ ଶାରୀରିକ ସନ୍ତୁଳନ, ସ୍ଥିରତାକୁ ଉନ୍ନତ କରିଥାଏ ଏବଂ ମେରୁଦଣ୍ଡ ଏବଂ ଗୋଡକୁ ମଜବୁତ କରିଥାଏ। ଏହି ଯୋଗ ଅଭ୍ୟାସ ସବୁ ବୟସର ଲୋକମାନେ କରିପାରିବେ।

ଆସନ ପ୍ରକ୍ରିୟା:

  • ସର୍ବପ୍ରଥମେ ସିଧା ଠିଆ ହୁଅ
  • ଡାହାଣ ଆଣ୍ଠୁକୁ ବଙ୍କାକରି ପାଦକୁ ବାମ ଜଙ୍ଘରେ ରଖ
  • ବାମ ଗୋଡକୁ ସିଧା କରି ଶରୀରକୁ ସନ୍ତୁଳିତ କର
  • ମୁଣ୍ଡ ଉପରେ ହାତକୁ ନମସ୍କାର ମୁଦ୍ରାରେ ରଖ
  • ପାପୁଲି ଏକାଠି କର
  • ଏହି ଅବସ୍ଥାରେ କିଛି ସମୟ ରୁହ
  • ତା’ପରେ ନିଶ୍ୱାସ ଛାଡି ସାଧାରଣ ସ୍ଥିତିକୁ ଆସ
Advertisment

ଉପକାରିତା:

  • ଉତ୍ତମ ରକ୍ତ ସଞ୍ଚାଳନ ସହିତ ମାଂସପେଶୀକୁ ସୁସ୍ଥ ରଖେ
  • ଗୋଡ, ପିଠି ଏବଂ ବାହୁକୁ ଷ୍ଟ୍ରେଚ୍ କରି ଶରୀରରେ ଫୁର୍ତ୍ତି ଆଣେ
  • ମନକୁ ସୁସ୍ଥ ଓ ସନ୍ତୁଳିତ ରଖେ
  • ଏକାଗ୍ରତାକୁ ବଢାଏ
  • ସାଇକାଟିକା ସମସ୍ୟାରୁ ମୁକ୍ତି ଦିଏ

କେଉଁମାନେ କରିବେ ନାହିଁ:

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, କେତେକ ପରିସ୍ଥିତିରେ ବୃକ୍ଷାସନ ଅଭ୍ୟାସ ନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କର ମାଇଗ୍ରେନ୍, ଅନିଦ୍ରା, ରକ୍ତଚାପ ସମସ୍ୟା ରହିଛି, ସେମାନେ ଏହି ଆସନ କରିବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଗର୍ଭାବସ୍ଥାରେ ଏହି ବ୍ୟାୟାମ କରୁଛନ୍ତି, ତେବେ ବିଶେଷ ଯତ୍ନ ନିଅନ୍ତୁ କାରଣ ଏହା ସନ୍ତୁଳନକୁ ବିଗାଡି ପାରେ। ଜଣେ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଏହି ଅଭ୍ୟାସକୁ କରିବା ଭଲ ବୋଲି ବିବେଚନା କରାଯାଏ।

Yogasana Vrikshasana Yogasana Benefits
Advertisment
Advertisment