ବିଶ୍ୱସ୍ତରୀୟ ପରିସଂଖ୍ୟାନ ଅନୁସାରେ ଗତ କିଛି ବର୍ଷ ମଧ୍ୟରେ ଚାପ-ଚିନ୍ତା ସହିତ ଆଲ୍ଝିମର ପରି ମାନସିକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆଲ୍ଝିମର ପରି ସମସ୍ୟା ସାଧାରଣତଃ ୭୦ବର୍ଷ ବୟସ ପରେ ହୋଇଥାଏ, କିନ୍ତୁ ଖରାପ ଜୀବନଶୈଳୀ ହେତୁ ଗତ କିଛି ବର୍ଷ ମଧ୍ୟରେ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି।
ଏଝି ସମସ୍ୟା ସହିତ ଅନ୍ୟାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଜଡିତ ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସମସ୍ୟା ଯେଉଁଭଳି ଭାବରେ ବଢିଚାଲିଛି, ଏଭଳି ପରିସ୍ଥିତିରେ କମ ବୟସର ଲୋକମାନଙ୍କୁ ଏଥିରୁ ଦୂରେଇ ରହିବା ପାଇଁ ସାବଧାନ ହେବା ଜରୁରୀ।
Also Read
ମାନସିକ ରୋଗ ସହିତ ଶାରୀରିକ ସମସ୍ୟାକୁ ରୋକିବା ପାଇଁ ଯୋଗାସନ ଜୀବନଶୈଳୀର ଏକ ଅଂଶ ହେବା ଜରୁରୀ। ଚାପ-ଚିନ୍ତା ଦୂର କରିବାରେ ଅନେକ ପ୍ରକାରର ଯୋଗାସନର ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଯୋଗାସନ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ।
ବଜ୍ରାସନ:
ବଜ୍ରାସନ କେବଳ ମନକୁ ଶାନ୍ତ ଏବଂ ସ୍ଥିର ରଖିବାରେ ସାହାଯ୍ୟ କରେ ନାହିଁ ବରଂ ପାଚମ ଅମ୍ଳତା ଓ ଗ୍ୟାସ୍ ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ। ଏହା ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ରୋକିବା ବ୍ୟତୀତ ଜଙ୍ଘ ମାଂସପେଶୀକୁ ମଜବୁତ କରିବା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଆଲ୍ଝିମର ଓ ଅନ୍ୟାନ୍ୟ ପ୍ରକାରର ରୋଗରୁ ରକ୍ଷା ପାଇବା ପାଇଁ ବଜ୍ରାସନ ଅଭ୍ୟାସ ଅତ୍ୟନ୍ତ ଉପକାରୀ। ଏହା ସହିତ ଯୌନାଙ୍ଗକୁ ମଜବୁତ କରିବା ଏବଂ ମୂତ୍ର ସମସ୍ୟାକୁ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
ସିଦ୍ଧାସନ:
ସିଦ୍ଧାସନର ଅଭ୍ୟାସ ହେଉଛି ସିଦ୍ଧିଙ୍କ ମୁଦ୍ରାରେ ଧ୍ୟାନ କରିବାର ଉପାୟ। ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଲାଭ ରହିଛି। ପିଚା ଓ ଅଣ୍ଟା / ଜଙ୍ଘ ଭିତର ମାଂସପେଶୀକୁ ନମନୀୟତା କରିବା ସହିତ ନିୟମିତ ଏହି ଅଭ୍ୟାସ ମାନସିକ ବିକୃତିରୁ ରକ୍ଷା କରିବାରେ ସାହାଯ୍ୟ କରେ।
ପଶ୍ଚିମୋତ୍ତାନାସନ:
ପଶ୍ଚିମୋତ୍ତାନାସନକୁ ଅନ୍ୟତମ ପ୍ରଭାବଶାଳୀ ଯୋଗ ଅଭ୍ୟାସ ଭାବରେ ବିବେଚନା କରାଯାଏ। ବିଶେଷକରି ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଲୋକଙ୍କୁ ଏହା ବହୁତ ଲାଭ ପ୍ରଦାନ କରିଥାଏ। ନିୟମିତ ଏହି ଆସନର ଅଭ୍ୟାସ ଶରୀରକୁ ସ୍ଥିର କରିବା ସହିତ ମନକୁ ଶାନ୍ତ କରିବାରେ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଆସନ ମୁଣ୍ଡକୁ ରକ୍ତ ସଞ୍ଚାଳନକୁ ବଢେଇ ଦେବାରୁ ମନକୁ ଆରାମ ମିଳିଥାଏ ଏବଂ ଅନିଦ୍ରା, ଉଦାସୀନତା ଏବଂ ଚିନ୍ତା ପରି ସମସ୍ୟା କମିଯାଏ।