• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •   ଶୀତଦିନରେ ସ୍ନାନ ପରେ ଲଗାନ୍ତୁ ଅଲିଭ ଓଏଲ୍

ଶୀତଦିନ ଆରମ୍ଭ ହେବା ସହ ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି । ତଥାପି କିଛି ଲୋକଙ୍କ ଚର୍ମ ଏହି କାରଣରୁ ଶୁଖିଲା ଦେଖାଯାଏ । ଯଦି ଆପଣଙ୍କ ଚର୍ମ ଶୁଖିଲା ଓ ଶୀତଦିନେ ଆହୁରି ଶୁଖିଲା ହୋଇଯାଉଛି, ତାହେଲେ ବର୍ତ୍ତମାନ ଏହାର ଯତ୍ନ ନେବା ଆରମ୍ଭ କରନ୍ତୁ ।

  • ଚେହେରାରେ ଉଜ୍ଜ୍ୱଳତା ବଜାୟ ରଖିବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଅଲିଭ୍ ଅଏଲ ଲଗାଇବା । ଅଲିଭ୍ ଅଏଲ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।
  • ଖାଦ୍ୟ ସହ ଏହା ଚର୍ମ ଓ ଚୁଟିରେ ଅଲିଭ୍ ଅଏଲ ବ୍ୟବହାର କରାଯାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କ ଚର୍ମରେ ବାର୍ଦ୍ଧକ୍ୟର ଲକ୍ଷଣକୁ ଶୀଘ୍ର ଆଣିବାକୁ ଦିଏନାହିଁ । ଏହା ସହ ଶୀତଦିନେ ଏହାକୁ ମୁହଁରେ ଲଗାଇଲେ ଆପଣଙ୍କ ତ୍ୱଚା ଶୁଖିଲା ହୁଏ ନାହିଁ ।
  • ଅଲିଭ୍ ଅଏଲରେ ଭିଟାମିନ୍ ଏ, ଡି, ଇ ଓ କେ ଥାଏ । ଏହା ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ। ଅଲିଭ୍ ଅଏଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ। ଏହା ଚର୍ମ ପାଇଁ ସର୍ବୋତ୍ତମ ମଶ୍ଚରାଏଜର ଅଟେ । ଏହା ଚର୍ମ ଓ କେଶରେ ଉଜ୍ଜ୍ୱଳତା ଆଣିଥାଏ ।
  • ଯଦି ଆପଣଙ୍କ ଚର୍ମ ବହୁତ ଶୁଖିଲା ତାହେଲେ ଆପଣ ସିଧାସଳଖ ଚର୍ମ ଉପରେ ଅଲିଭ୍ ତେଲ ଲଗାଇ ପାରିବେ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହା ଲଗାଇବା ପରେ ଶୁଖଲା ଲାଗୁଛି ତାହେଲେ ମୁହଁ ଧୋଇବା ପରେ ଏହାକୁ ଲଗାନ୍ତୁ । ଏହା ଆପଣଙ୍କ ଚର୍ମର ଶୁଷ୍କତାକୁ ଶୋଷିବ। ଆପଣ ଅଲିଭ୍ ତେଲକୁ ମେକଅପ୍ ରିମୁଭର୍ ଭାବେ ମଧ୍ୟ ବ୍ୟବହାର କରିପାରିବେ ।
  • ଅଲିଭ୍ ତେଲ ଶୁଖିଲା ଚର୍ମ ପାଇଁ ଭଲ କିନ୍ତୁ ଏହାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଏହାକୁ ହାଲୁକା ଭାବରେ ପ୍ରୟୋଗ କଲେ ଆପଣ ଏହାକୁ ଟିସ୍ୟୁ ପେପର ମାଧ୍ୟମରେ ମଧ୍ୟ ପୋଛି ପାରିବେ । ଯଦି ଆପଣ କୌଣସି ଆଲର୍ଜି ଅନୁଭବ କରୁଛନ୍ତି ତେବେ ଏହାର ବ୍ୟବହାର କରନ୍ତୁ ।
  • Winter Skin CareWinter Skin Care

ଶୀତଦିନରେ ତ୍ୱଚା ପାଇଁ କିଛି ବିଉଟି ଟିପ୍ସ:

  • ଶୀତରେ ବେଶୀ ସାବୁନ୍‌ର ବ୍ୟବହାର କରନ୍ତୁ ନାହିଁ । ଏହି କାରଣରୁ ତ୍ୱଚା ଅଧିକ ଶୁଷ୍କ ହେବାର କାରଣ ସାଜେ ।
  • ସ୍ନାନ ପୂର୍ବରୁ ଶରୀରରେ ୪ରୁ ୫ ମିନିଟ୍ ତେଲ ମାଲିସ୍‌ କରନ୍ତୁ ।
  • ସ୍ନାନ ପରେ ତୁରନ୍ତ ବଡି ଲୋସନ ଲଗାଇଲେ ତ୍ୱଚା ଉପରେ କୌଣସି କୁପ୍ରଭାବ ପଡେନାହିଁ ।
  • ମୁହଁକୁ ସଫା କରିବା ପାଇଁ ଫେସ୍‌ୱାସ୍‌ ବ୍ୟବହାର ନକରି , ଶୀତରେ ସମୟରେ କ୍ଲିନଜିଙ୍ଗ ମିଲ୍କରେ ତ୍ନଚା ପୋଛି ଦିଅନ୍ତୁ ।
  • ସ୍ନାନ ବେଳେ ତ୍ୱଚାକୁ ଧିରେ ଧିରେ ତଉଲିଆରେ ଘଷି ମଳି ବହାର କରିଦିଅନ୍ତୁ ।
  • ଶୀତରେ ନଖ ଉଷୁମ ପାଣିରେ ସ୍ନାନ କରନ୍ତୁ । ବେଶି ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚାର ପ୍ରାକୃତିକ ତୈଳର ହ୍ରାସ ଘଟେ ।