• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କଳାଦାଗ ଦୂର କରେ ପୋଦିନା ପତ୍ର

  • ରଙ୍ଗକୁ ଉଜ୍ଜଳ କରିଥାଏ ପୋଦିନା ପତ୍ର

ପ୍ରକୃତି ଏମିତି କିଛି ଗଛଲତା ସୃଷ୍ଟି କରିଛି ଯାହାର ଔଷଧିୟ ଗୁଣ ଅନେକ । ସ୍ୱାସ୍ଥ୍ୟର ସୁରକ୍ଷା ସହ ସୌନ୍ଦର୍ଯ୍ୟ ରକ୍ଷାର ଅନେକ ଉପଚାର ପ୍ରକୃତିର ସୃଷ୍ଟିର ସହଜ ସୁନ୍ଦର । ପୋଦିନା ପତ୍ର ସେହି ତାଲିକାରେ ଅନେକ । ଏହା ସ୍ୱାସ୍ଥ୍ୟ ଠାରୁ ସୌନ୍ଦର୍ଯ୍ୟ ବା ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । କିନ୍ତୁ ଏ ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି । ପୋଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚ୍ଚା ଉଜ୍ଜଳ ହୋଇଥାଏ । ତେବେ  ଚାଲନ୍ତୁ ଜାଣିବା ପୋଦିନାର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ..

ପୋଦିନାରୁ ମିଳୁଥିବା ଉପକାରୀ ତତ୍ତ୍ୱ

  • ପୋଦିନାରୁ ଫାଇବର ମିଳିଥାଏ । ଭିଟାମିନ-ଏ ବ୍ୟତୀତ ଏଥିରେ ଆଇରନର ମାତ୍ରା ରହିଥାଏ । ପୋଦିନା ମୁଖ୍ୟ ରୂପରେ ଏକ ଆଣ୍ଟିଅକ୍ସିଡେଣ୍ଟ ଏବଂ ଏଥିରେ ଭରପୁର ରହିଛି ଭିଟାମିନ -ଏ । ଯାହାଫଳରେ ସ୍କିନ ପାଇଁ ବହୁତ ଫାଇଦ ମିଳିଥାଏ 
Mint Face packMint Face pack

ରଙ୍ଗକୁ ଉଜ୍ଜଳ କରିଥାଏ

  • ପୋଦିନାରୁ ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ। ଏହାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁ ରଙ୍ଗକୁ ଉଜ୍ଜଳ କରିଥାଏ । ଯଦି ମୁହଁରେ କୌଣସି ପ୍ରକାରର ଦାଗର ସମସ୍ୟା ଦେଖାଯାଏ ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାନ୍ତୁ ।

ବ୍ରଣ ସମସ୍ୟାକୁ ଦୂର କରେ

  • ଯଦି ମୁହଁରେ କୌଣସି ବ୍ରଣ ସମସ୍ୟା ଦେଖାଯାଏ, ତାହାଲେ ପ୍ରତିଦିନ ପୋଦିନାକୁ ବ୍ୟବହାର କରି ପାରିବେ । ତେବେ ପୋଦିନା ରସକୁ ନଡିଆ ତେଲରେ ପକାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହା ନିୟମିତ କରିବା ଦ୍ୱାରା କିଛି ଦିନରେ ବ୍ରଣ ସମସ୍ୟା ଦୂର ହୋଇଯିବ ।

 ଚର୍ମ ବା ଆଣ୍ଟି ଏଜିଂ ସମସ୍ୟାକୁ ଦୂର କରେ

  • ଯଦି ବୟସ ବଢିବା ସହ ଚର୍ମ ସମସ୍ୟା ଦେଖାଦିଏ ତାହାଲେ ପୋଦିନା ରସକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ଜାତୀୟ ସମସ୍ୟା ଦୂର ହୋଇଥାଏ ।

କଳାଦାଗ ଦୂର କରେ

  • ଏମିତିରେ ଅନେକ ମହିଳାମାନଙ୍କର ମୁହଁରେ କଳା ଦାଗ ହୋଇଥାଏ । ଏଥିପାଇଁ ଘରେ ବସି ସବୁଠାରୁ ସହଜ ଉପାୟ ଆପଣାଇ ପାରିବେ । ଡାର୍କ ସର୍କଲ ହୋଇଥିଲେ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା କଳାଦାଗ ଦୂର ହୋଇଥାଏ ।