/odishatv-khabar/media/post_attachments/uploadimage/library/16_9/16_9_0/weather_1745214144.jpg)
weather
ଆଜିଠୁ ବଢ଼ିବ ତାତି। କଲବଲ ହେବେ ରାଜ୍ୟବାସୀ। ଗଲା କିଛି ଦିନ ଧରି କାଳବୈଶାଖୀ ଜନିତ ବର୍ଷା ଯୋଗୁ ସାମାନ୍ୟ ଆଶ୍ୱସ୍ତି ମିଳିବା ପରେ ରାଜ୍ୟକୁ ପୁଣି ଫେରିଛି ତାତି। ଆଜିଠୁ ତାପମାତ୍ରାରେ ବୃଦ୍ଧି ଘଟିବ। ଆସନ୍ତା ୪ଦିନରେ ସର୍ବୋଚ୍ଚ ତାପମାତ୍ରାରେ ୪ରୁ ୬ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Advertisment
ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!
ଗତକାଲି ରାଜ୍ୟରେ ୪୩ ଡିଗ୍ରୀ ପାର କରିଥିଲା ପାରଦ। ୪୦ ଡିଗ୍ରୀ ଉପରେ ରହିଥିଲା ୧୧ ସହରର ତାପମାତ୍ରା। ୪୩ ଦଶମିକ ୫ ଡ଼ିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।
ସେହିଭଳି ବଲାଙ୍ଗିରରେ ୪୨.୪, ଟିଟିଲାଗଡ଼ ୪୨ ଏବଂ ସମ୍ବଲପୁରରେ ପାରଦ ୪୧ ଡିଗ୍ରr ଛୁଇଁଥିଲା। ସେହିଭଳି ସୋନପୁରରେ ୪୧.୩, ନୂଆପଡ଼ାରେ ୪୧, ଭବାନୀପାଟଣା ୪୦.୮, ସୁନ୍ଦରଗଡ଼ରେ ୪୧.୮, ବୌଦ୍ଧ ୪୧.୫, ଏବଂ ହୀରାକୁଦ ୪୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।
Advertisment
ଅଧିକ ପଢ଼ନ୍ତୁ: ଟ୍ୱିନସିଟିରେ ପ୍ରବଳ ବର୍ଷା; ଜମିଲା ପାଣି, ଯାତାୟତ ବାଧାପ୍ରାପ୍ତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)