/odishatv-khabar/media/post_attachments/uploadimage/library/16_9/16_9_0/Encounter_1745211527.jpg)
Encounter
ଝାଡ଼ଖଣ୍ଡରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ସଫା ହେଲେ ୮ ମାଓବାଦୀ। ବୋକାରୋ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି।
Advertisment
ଲଲ୍ ପାନିଆ ଅଞ୍ଚଳ ଲୁଗୁ ପାହାଡରେ ନକ୍ସଲ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ପୋଲିସ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଲଲ୍ ପାନିଆ ଅଞ୍ଚଳ ଲୁଗୁ ପାହାଡରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ। ବେଶ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କୁ ସାମନା କରି ନପାରି ଛତ୍ରଭଙ୍ଗ ଦେଇଥିଲା ମାଓବାଦୀ।
ଅଧିକ ପଢ଼ନ୍ତୁ: ବଡ଼ ଏନକାଉଣ୍ଟର, ୨୨ ମାଓବାଦୀ ସଫା
ଏନକାଉଣ୍ଟର ସ୍ଥଳରୁ ୮ ଜଣ ନକ୍ସଲଙ୍କ ମୃତଦେହ ମିଳିଛି। ମୃତକଙ୍କ ଭିତରେ ଅଛନ୍ତି ଜଣେ ହାର୍ଡକୋର ମାଓବାଦୀ ବିବେକ। ଯାହା ନାଁରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା। ଏନକାଉଣ୍ଟର ସ୍ଥଳରୁ SLR ଓ ଇନସାସ ରାଇଫଲ ଜବତ ହୋଇଛି। ଏହାପରେ ଲୁଗୁ ପାହାଡ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍।
Advertisment
ଅଧିକ ପଢ଼ନ୍ତୁ: ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର୍, ୧୬ ମାଓବାଦୀ ମୃତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)