/odishatv-khabar/media/post_attachments/uploadimage/library/16_9/16_9_0/Gold_1745218039.jpg)
Gold
ପ୍ରତିଦିନ ମହଙ୍ଗା ହେଉଛି ସୁନା । ଆଗକୁ ବିବାହ ଥିବାରୁ ସୁନାର ଦାମ୍ ଦେଖି ଛାନିଆ ହେଲେଣି ଗ୍ରାହକ । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି । ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ୯୦ ହଜାର ଡେଇଁଲା ୨୨ କ୍ୟାରେଟ ସୁନା ।୨୪ କ୍ୟାରେଟ ସୁନା ୯୮ ହଜାର ପାର୍ କରିଛି।
ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୦ହଜାର ୧୫୦ ଟଙ୍କା ହୋଇଛି।
ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୦ହଜାର ୧୫୦ ଟଙ୍କା ହୋଇଛି।
କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ
ସଠିକ୍ ଦାମ୍ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....
ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ।
ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)