Advertisment

ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ

ବରିଷ୍ଠ ନାଗରିକମାନେ ସୃଷ୍ଟିର ଗୋଟିଏ ଗୋଟିଏ ଫୁଲ ଓ ସେମାନେ ନିର୍ଯାତନାକୁ ଦେହକୁ ନନେଇ ପ୍ରଭୁଙ୍କ ଶରଣରେ ରହି ଶାନ୍ତିର ରାସ୍ତାରେ ଆଗେଇଯିବାକୁ ନିବେଦନ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
world elder abuse awareness workshop

world elder abuse awareness workshop

ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ତରଫରୁ ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଶ୍ରମରେ ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ସମ୍ପର୍କୀୟ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

Advertisment

ରାଜ୍ୟ ସଭାପତି ଡ. ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଡ଼. ଯୁଗଳ କିଶୋର ସାହୁ  ବରିଷ୍ଠ ନାଗରିକମାନେ କିପରି ପରିବାର, ବ୍ୟବସାୟୀ, ସାଇବର ଠକ ଡାକ୍ତରଖାନା ଓ ବିଶେଷକରି ସରକାରଙ୍କ ଠାରୁ କିଭଳି ନିର୍ଯାତିତ ହେଉଛନ୍ତି, ତାର ବିଷଦ ବିବରଣୀ ଉପସ୍ଥାପନ କରିବାକୁ ଆହ୍ୱାନ ଦେଇଥିଲେ। 

ମୁଖ୍ୟ ଅତିଥି ଭାବେ ରାଜଯୋଗିନୀ ଭଉଣୀ ଗୀତା ଯୋଗଦେଇ ବରିଷ୍ଠ ନାଗରିକମାନେ ସୃଷ୍ଟିର ଗୋଟିଏ ଗୋଟିଏ ଫୁଲ ଓ ସେମାନେ ନିର୍ଯାତନାକୁ ଦେହକୁ ନନେଇ ପ୍ରଭୁଙ୍କ ଶରଣରେ ରହି ଶାନ୍ତିର ରାସ୍ତାରେ ଆଗେଇଯିବାକୁ ନିବେଦନ କରିଥିଲେ। 

Advertisment
ଆଲୋଚନାଚକ୍ରରେ ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି ବରିଷ୍ଠ ନାଗରିକଆଲୋଚନାଚକ୍ରରେ ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି ବରିଷ୍ଠ ନାଗରିକ

କେୟାର ହସ୍ପିଟାଲର କ୍ରିଟିକାଲ ୟୁନିଟ୍‌ର ମୁଖ୍ୟ ଡ଼କ୍ଟର ପ୍ରଜ୍ଞା କୁମାର ରାଉତରାୟ ବରିଷ୍ଠ ନାଗରିକ ସୁସ୍ଥ ରହିବାର ସହଜ ଉପାୟ ବତାଇବା ସହ ବୟସ୍କଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଓ ମେଡିସିନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇଥିଲେ। 

ସନ୍ତୋଷ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଆଶାଲତା ରାଉତରାୟ ଗୀତା ପାଠ କରିଥିଲେ। ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ର ଶ୍ଳୋକାକୃତି କରିଥିଲେ। ସାଇ ଜରାନିବାସର ଉପଦେଷ୍ଠା ମାୟାଧର ନନ୍ଦ, ଶାନ୍ତି ବେହେରା ନିଜ ନିଜର ମତ ରଖିଥିଲେ। ଶେଷରେ ରମାଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଥାଉକି ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। 

Advertisment
Advertisment