Advertisment

ମହିଳା କଂଗ୍ରେସ କର୍ମୀଙ୍କ ମନରେ ଜୋଶ୍ ଭରିଲେ ଅଳକା ଲାମ୍ବା, ନବୀନ ସରକାରକୁ ବଦଳାଇବାକୁ ଦେଲେ ଆହ୍ୱାନ

୨୪ ନିର୍ବାଚନ ପୂର୍ବରୁ କର୍ମୀଙ୍କ ଭିତରେ ଜୋଶ୍ ଭରିଲେ, ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ବି ନିଶାନା କଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Alka Lamba

ଦମ୍ ଦେଖାଇଲେ, ଜୋଶ୍ ଭରିଲେ। ୨୪ ଭୋଟ୍ ପୂର୍ବରୁ ରାଜଧାନୀରେ ଗର୍ଜିଲା ରାଜ୍ୟ ମହିଳା କଂଗ୍ରେସ। ନେତୃତ୍ୱ ନେଇଥିଲେ ଜାତୀୟ ସଭାନେତ୍ରୀ ଅଳକା ଲାମ୍ବା ଓ ରାଜ୍ୟ ସଭାନେତ୍ରୀ ମିନାକ୍ଷୀ ବାହିନୀପତି। ଶହ ଶହ ମହିଳା କଂଗ୍ରେସ କର୍ମୀ ଓ ନେତ୍ରୀ ଆଜି ରାଜ୍ୟ ସରକାରଙ୍କ ବିରୋଧରେ ପୋଷ୍ଟର-ବ୍ୟାନର ଧରି ନାରାବାଜି ସହ ରାଲିରେ ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି- ମୁହାଁମୁହିଁ। ବ୍ୟାରିକେଡ ଡେଇଁବାକୁ ଉଦ୍ୟତ ମହିଳା କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ନାକେଦମ୍ ହୋଇଥିଲା କମିଶନରେଟ୍ ପୋଲିସ୍। ଶେଷରେ ଅଳକା ଲାମ୍ବାଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ୍ ଗିରଫ କରିଥିଲା। ସମାବେଶ ଓ ରାଲିରେ ପିସିସି ସଭାପତିଙ୍କ ସହ ଦଳର ତୁଙ୍ଗ ନେତାମାନେ ବି ସାମିଲ ହୋଇଥିଲେ।

Advertisment

ରାଲି ପୂର୍ବରୁ ହୋଇଥିବା ମହିଳା ସମାବେଶ ମଞ୍ଚରୁ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା। କହିଥିଲେ- ଓଡ଼ିଶାରେ ମହିଳାମାନେ ଶୋଷଣର ଶିକାର ହେଉଛନ୍ତି। ପରି, ପିହୁ ଭଳି ବହୁ ନିଷ୍ପାପ ଶିଶୁ କନ୍ୟା ନିଖୋଜ ହୋଇଛନ୍ତି । ଆଇନ ସହାୟତା ନ ପାଇ ହଜାର ହଜାର ନିର୍ଯାତିତା ସଢୁଛନ୍ତି। ସେମାନଙ୍କୁ ସହାୟତା ପାଇଁ ପ୍ରତି ଜିଲ୍ଲାକୁ ମହିଳା କଂଗ୍ରେସ ଯିବ। ଏଥିସହ ଓଡ଼ିଶାରେ କେନ୍ଦ୍ର ଓ ରାଜ୍ୟର ମେଣ୍ଟ ସରକାର ଚାଲିଥିବା କହିଥିଲେ ଅଳକା । ଯେହେତୁ ରାଜ୍ୟ ସରକାର ଯୁବକ, କୃଷକ ଓ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ତେଣୁ ନବୀନ ପଟ୍ଟନାୟକ ଏବେ ଅବସର ନେଇଯିବା ଦରକାର ବୋଲି ସେ କହିଥିଲେ। ତେଣେ ଜବାବରେ ବିଜେପି କହିଛି- ଓଡ଼ିଶାରେ ନାରୀ ଅସୁରକ୍ଷିତ କଥା ଆମ ଦଳ ବହୁ ଆଗରୁ କହିଆସୁଛି। ମୁଣ୍ଡ ଯାଏଁ ପାଣି ଆସିଗଲେ ଯେମିତି ବଞ୍ଚିବାକୁ ମଣିଷ ଛାଟିପିଟି ହୁଏ କଂଗ୍ରେସ ଏବେ ସେପରି ହେଉଛି। ସେହିପରି ବିଜେଡି ଆକ୍ଷେପ କରିଛି- କଂଗ୍ରେସ ଶୋଇଥିଲା, ଏବେ ଉଠୁଛି। ଅଳକା ଲାମ୍ବାଙ୍କୁ ଦେଖି ତାଙ୍କ କର୍ମୀ ଖୁସି ହେଉଛନ୍ତି, ହେଲେ ଆଗାମୀ ନିର୍ବାଚନରେ ତା’ର କିଛି ପ୍ରଭାବ ପଡ଼ିବନି।

ସମାବେଶ ପରେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରିଣୀରେ ବି ସାମିଲ ହୋଇଥିଲେ ଅଳକା ଲାମ୍ବା। ଓଡ଼ିଶାରେ କଂଗ୍ରେସରୁ କିଭଳି ୫୦ ପ୍ରତିଶତ ମହିଳା ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ି ପାରିବେ ସେ ନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ।

Advertisment

Congress 2024 General Election Alka Lamba
Advertisment
Advertisment