/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708523652.jpg)
Canada Student
ଛାତ୍ରଙ୍କ ଅଜବ ଚିନ୍ତାଧାରା । ବଞ୍ଚିବ ଟଙ୍କା... ଖର୍ଚ୍ଚ ହେବନି ଅଧିକ ସମୟ । କ୍ଲାସ୍ ବି କରିବାକୁ ପଡ଼ିବନି ବେଶି । ତେଣୁ କଲେଜ୍ରେ ପାଠ ପଢ଼ିବାକୁ ଛାତ୍ର ଜଣକ ଯାଉଥିଲେ ସତ, ହେଲେ ସପ୍ତାହକୁ ୭ ଦିନ ନୁହେଁ ବରଂ ମାତ୍ର ଦୁଇଦିନ । ଫ୍ଲାଇଟ୍ରେ ଯିବା ସହ କ୍ଲାସ୍ କରୁଥିଲେ । ଘରଭଡ଼ା ଦେବାକୁ ଅଧିକ ଟଙ୍କା ପଡ଼ୁଥିବାରୁ ଛାତ୍ର ଜଣକ ସପ୍ତାହକ ୬ଦିନ ପରିବର୍ତ୍ତେ ଦୁଇ ଦିନ କ୍ଲାସ୍ କରୁଥିଲେ ।
ଏପରି ଏକ ଘଟଣା ବ୍ରିଟିଶ କଲମ୍ବିଆ ୟୁନିଭରସିଟିରୁ ସାମ୍ନାକୁ ଆସିଛି । ଜଣେ ୟୁବିସିର ଛାତ୍ର ଘରଭଡ଼ା ନଦେବା ପାଇଁ ସପ୍ତାହରେ ଦୁଇଥର ତାଙ୍କ କଲେଜକୁ ବିମାନରେ ଯାଉଥିଲେ । ଏହାକୁ ନେଇ କଲ୍ଗାରୀର ବାସିନ୍ଦା ଟିମ୍ ଚେନ୍ କହିଛନ୍ତି ଯେ, ଭାନକୋଭରରେ ମାସିକ ଭଡ଼ା ଦେବା ଅପେକ୍ଷା ବିମାନରେ ଯାତାୟାତ କରିବା ଶସ୍ତା । ତେଣୁ ଛାତ୍ର ଜଣକ ସପ୍ତାହକୁ ବିମାନରେ ଆସି ୨ ଦିନ କ୍ଲାସ କରୁଛନ୍ତି ।
ଛାତ୍ର ଜଣକ ଏଥିପାଇଁ ମାସିକ ପ୍ରାୟ ୧୨୦୦ ଡଲାର୍ ଖର୍ଚ୍ଚ କରିଥା’ନ୍ତି । ଯାହା କି ଭାରତୀୟ ଟଙ୍କାରେ ୯୯ ହଜାର ୬୩୧ ଟଙ୍କା । ହେଲେ ସେଠାରେ ସେ ଏକ ଆପାର୍ଟମେଣ୍ଟ ଘରଭଡ଼ା ନେବାକୁ ହେଲେ ତାଙ୍କୁ ପ୍ରାୟ ୨୧ଶହ ଡଲାର ଖର୍ଚ୍ଚ କରିବାକୁ ହେବ । ଯାହାର ଭାରତୀୟ ମୂଲ୍ୟ ଏକ ଲକ୍ଷ ୭୪ ହଜାର ୩୫୮ ଟଙ୍କା ।
ଏହି ଘଟଣାକୁ ନେଇ ଛାତ୍ର ଜଣକ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ମୁଁ କଲ୍ଗରୀରେ ରୁହେ । ମୋର ସପ୍ତାହକୁ ୨ ଦିନ କ୍ଲାସ ରହୁଛି । ତେଣୁ ସକାଳୁ ବିମାନରେ ଯାଇ ରାତିରେ ଫେରିଆସେ । ବିମାନରେ ଯିବା ଦ୍ୱାରା ଟଙ୍କା ସଞ୍ଚୟ ହୋଇପାରୁଛି । ସେଠାରେ ଘରଭଡ଼ା ଠାରୁ ବିମାନ ଖର୍ଚ୍ଚ କମ୍ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)